🔥 TRENDING ગોન્ડલ રોડ પર PGVCL નો પૉલ દૂર કરવા સ્... Prince School સુરેન્દ્રનગરમાં એસ.પી. પ્રેમસુખ ડેલૂની... 4-Year-Old Rescued from Child Traffick... Teenager Killed in Amritsar, Police La... 19-Year-Old Harpreet Singh Fatally Bea...
21 Sep 2026
ગુજરાતી मराठी ਪੰਜਾਬੀ বাংলা
Politics

ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ, ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବେ ବାଚସ୍ପତି

✍️ Reporter: Deepak Mahapatra 🗓 21 Sep 2026, 12:22 PM 👁 13
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ । ଆସନ୍ତାକାଲିଠାରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ତାପୂର୍ବରୁ ଗୃହ କାର୍ଯ୍ୟ ସୂଚାରୁ ପରିଚାଳନା ନେଇ ବୈଠକରେ ହେବ ଆଲୋଚନା। ସାଢେ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଗୃହ ସୁରୁଖୁରୁରେ ଚାଲିବା ପାଇଁ ସହଯୋଗ ଲୋଡ଼ିବେ। ତେବେ ମୌସୁମୀ ଅଧିବେଶନ ବେଶ ସରଗରମ ରହିପାରେ। ଏକାଧିକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା, ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ ଭାବେ ବିଧାନସଭାରେ ଉଠାଇବେ କଂଗ୍ରେସ ଆଉ ବିଜେଡି।
ଅପରାହ୍ନରେ ରହିଛି ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରିବେ ରଣନୀତି। ତା ସହ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ। ବିଧାୟକ ଦଳ ବୈଠକ କରି କାଉଣ୍ଟର ଷ୍ଟ୍ରାଟେଜି ତିଆରି କରିବ ବିଜେପି। ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ବେଶ ସରଗରମ ରହିପାରେ ଅଧିବେଶନ।
📲Get App