🔥 TRENDING Gujarat CM credits PM Modi’s leadershi... Folk singer Kinjal Dave slated for liv... Hindus in Karachi Celebrate Ganeshotsa... Body of young woman discovered near ca... Husband Shoots Wife Dead in Delhi Home... મોગરાવાડીની અક્ષરધામ સોસાયટીના રહીશોએ...
19 Sep 2026
ગુજરાતી मराठी ਪੰਜਾਬੀ বাংলা
Local

ଗଣେଶ ଭସାଣି ପ୍ରୋସେସନ ସମୟରେ ଅଗ୍ନିକାଣ୍ଡ

✍️ Reporter: Deepak Mahapatra 🗓 19 Sep 2026, 11:38 AM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଗଣେଶ ଭସାଣି ପ୍ରୋସେସନ ସମୟରେ ଅଗ୍ନିକାଣ୍ଡ । ଜେନେରେଟର ପାଖରେ ଥିବା ତେଲ ଯାର ରେ ନିଆଁ ଲାଗି ୫ ଜଣ ଶିଶୁ ପୋଡ଼ି ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ।
ଗତ ରାତିରେ ତହସିଲ କାର୍ଯ୍ୟାଳୟ ପାଖ ସାହିର ଗୋଟିଏ ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ହେଉଥିଲା । ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ଜେନେରେଟର ପାଖରେ ବସି ଶିଶୁମାନେ ଶୋଭାଯାତ୍ରା ଦେଖୁଥିଲେ ।
ଜେନେରେଟର ଅତ୍ୟଧିକ ଉତ୍ତାପ ଯୋଗୁଁ ନିକଟରେ ଥିବା ପେଟ୍ରୋଲ୍ ଜାରରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ । ସ୍ଥାନୀୟଲୋକେ ସମସ୍ତ ଶିଶୁଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କିଛି ଶିଶୁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
📲Get App