🔥 ट्रेंडिंग ગોધરામાં ગણપતિ બાપ્પા મોરિયા નુ વિસર્જ... भारत में मुस्लिम विरोधियों को सुरक्षा... दीपिका पादुकोण ने तीसरे बच्चे की योजना... टॉम क्रूज़ ने टेलर स्विफ्ट को 'जीनियस'... जावियर बार्डेम को HBO की नई सीरीज़ 'द... न्यू इंडियन एक्सप्रेस ने प्रकाशित किया...
20 सित. 2026
ગુજરાતી मराठी ਪੰਜਾਬੀ বাংলা
स्वास्थ्य

ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ଡିସଚାର୍ଜ, ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିରୋଧରେ ସାଂଘାତିକ ଅଭିଯୋଗ

✍️ रिपोर्टर: Deepak Mahapatra 🗓 19 सित. 2026, 12:14 PM 👁 26
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ଜଣେ ୧୬ ବର୍ଷୀୟା ରୋଗୀଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିବାର ଅଭିଯୋଗ ହୋଇଛି । ଘଟଣାଟି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । କାଶୀପୁର ବ୍ଲକ୍ ଗରକପୁର ପଞ୍ଚାୟତ କାନୁଗୁଡ଼ା ଗାଁର ଜଣେ ଯୁବତୀଙ୍କୁ ଜ୍ୱର, ରକ୍ତରେ ପ୍ଲେଟଲେଟ୍ ଓ ହିମୋଗ୍ଲୋବିନ୍ କମ୍ ଥିବାରୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପୂର୍ବରୁ ମେଡିକାଲରୁ ଡିସଚାର୍ଜ ହୋଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।ପରିବାରର ଅଭିଯୋଗ, ଚିକିତ୍ସା ସମ୍ପୂର୍ଣ୍ଣ ନକରି ଡିସଚାର୍ଜ କରି ଦିଆଯାଇଥିଲା। ଏହାକୁ ନେଇ ସ୍ୱେଚ୍ଛାସେବୀ ବଳରାମ ପଣ୍ଡା ହସ୍ତକ୍ଷେପ କରିବା ପରେ ମେଡିକାଲ କର୍ତ୍ତୃପକ୍ଷ ପୁଣି ରୋଗୀଙ୍କୁ ମେଡିସିନ୍ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଛନ୍ତି ।

କାଶୀପୁର ବ୍ଲକ୍ କାନୁଗୁଡ଼ା ଗାଁର ଶଙ୍କର ମାଝୀଙ୍କ ୧୬ ବର୍ଷୀୟା ଝିଅ ଭୀଷଣ ଜ୍ୱରରେ ପଡ଼ିବା ପରେ ପ୍ରଥମେ ଉତ୍କଳ ଆଲୁମିନା ମେଡିକାଲରେ ରକ୍ତ ପରୀକ୍ଷା କରାଇଥିଲେ। ପରୀକ୍ଷାରେ ପ୍ଲେଟଲେଟ୍ ୭୫ ହଜାର ଓ ହିମୋଗ୍ଲୋବିନ୍ ୮ ଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆଜି ପୁଣି ପରୀକ୍ଷା ପରେ ହିମୋଗ୍ଲୋବିନ୍ ୬.୯ ଏବଂ ପ୍ଲେଟଲେଟ୍ ୬୩ ହଜାରକୁ ଖସିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି ।ଏଭଳି ସ୍ଥିତିରେ ଝିଅକୁ ଡିସଚାର୍ଜ କରାଯିବାରୁ ସେମାନେ ଆପତ୍ତି ଉଠାଇଥିଲେ। ରୋଗୀ ଏତେ ଦୁର୍ବଳ ଥିବା ସତ୍ତ୍ୱେ ଡିସଚାର୍ଜ କାହିଁକି କରାଯାଉଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଦେଖାଦେଇଥିଲା।
ପରେ ସ୍ୱେଚ୍ଛାସେବୀ ବଳରାମ ପଣ୍ଡା ହସ୍ତକ୍ଷେପ କରି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲେ। ଏହାପରେ ରୋଗୀଙ୍କୁ ପୁଣି ମେଡିସିନ୍ ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
📲Get App