🔥 TRENDING SGPC Suspends Akal Takht Member and Dr... AI-powered smart parking system launch... Zone-26 clinches title in Delhi State... Server Issues: e-KYC Deadline Extended... Delhi Man Blackmailed After Online Fri... Delhi to Upgrade Water Facilities at M...
17 Sep 2026
ગુજરાતી मराठी ਪੰਜਾਬੀ বাংলা
Health

ବିଶ୍ୱାସରେ ବିଷ: ପୁରୀରେ ଏମିତି ପରିବେଶରେ ତିଆରି ହେଉଛି ଖଜା; ଚଢ଼ାଉ ପରେ ସାମ୍ନାକୁ ଆସିଲା ଦୃଶ୍ୟ

✍️ Reporter: Deepak Mahapatra 🗓 17 Sep 2026, 04:54 PM 👁 6
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଖଜା ତିଆରି କାରଖାନା ଉପରେ ଆଜି ଚଢ଼ାଉ ହୋଇଛି। ଆଜି ସକାଳୁ ଖାଦ୍ୟ ଓ ଯୋଗାଣ ବିଭାଗ, ପୁଲିସ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ମିଳିତ ଚଢ଼ାଉ ଜାରି ରହିଛି।ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଘରକୁ ଖଜା କିଣି ନେଉଥିବା ବେଳେ ସେଗୁଡ଼ିକ ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଥିଲା। ଭକ୍ତ ଓ ଜନ ସାଧାରଣଙ୍କ ଭାବନାକୁ ଏବଂ ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏହି ଚଢ଼ାଉ କରାଯାଇଛି। ଖଜା ତିଆରି ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ସହିତ ଖଜାର ମାନ ଯାଞ୍ଚ କରାଯାଉଛି।

ଅନେକ ସ୍ଥାନରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଥିବା ଦେଖିବାକୁ ମିଳିଛି। ତେଲର ମାନ ମଧ୍ୟ ଖରାପ ଥିବା ଜଣାପଡ଼ିଛି। ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ଖଜା ଗୁଡ଼ିକୁ ନଷ୍ଟ କରାଯାଉଥିବା ବେଳେ ଫାଇନ ମଧ୍ୟ ଆଦାୟ କରାଯାଉଛି। ଚଢ଼ାଉ ବେଳେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି। କିଛି ଖଜା ତିଆରି କାରଖାନାରେ ଘରୋଇ ଗ୍ୟାସ୍‌ର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଆଇନ ଅନୁସାରେ ସେଗୁଡ଼ିକୁ ଜବତ କରାଯାଉଛି।
📲Get App