🔥 TRENDING ભાદરવી પૂનમ મહામેળા માટે હિંમતનગરમાં વ... બાળકોના શિક્ષણ માટે નાનકડો પ્રયાસ… ઉજ્... Sony Sports 4 to Air Asian Games with... Man dies after falling under moving tr... Punjab Juvenile Home Launches Skill De... Missile Hits Oil Tanker in Strait of H...
17 Sep 2026
ગુજરાતી मराठी ਪੰਜਾਬੀ বাংলা
Politics

ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି, ଲୋକେ ଅତିଷ୍ଠ

✍️ Reporter: Deepak Mahapatra 🗓 17 Sep 2026, 05:02 PM 👁 8
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପଞ୍ଚାୟତରେ ଚାଲିଛି ସରପଞ୍ଚଙ୍କ ସ୍ୱାମୀଙ୍କ ହୁକୁମାତି। ଲ୍ୟାମ୍ପସ ଘର ଭାଙ୍ଗି ସାମଗ୍ରୀ ବିକ୍ରି କରିବାଠୁ ଆରମ୍ଭ କରି ପୋଖରୀ ଓ ବନ୍ଧ କବଜା କରିବା ଯାଏ- ସବୁଥିରେ ସେ ତାଙ୍କ ମନମାନି ଚଳାଇଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବେଥିଆପଡ଼ା ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଆସିଛି ଏମିତି ଅଭିଯୋଗ। ସରପଞ୍ଚଙ୍କ ନାଁରେ ବିଡିଓଙ୍କ ମାଧ୍ୟମରେ ଗୁଣୁପୁର ଉପଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗପତ୍ର ପଠାଇଛନ୍ତି ଗ୍ରାମବାସୀ।ଲୋକେ ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତ ଅଧୀନରେ ଥିବା ପୋଖରୀ ଓ ବନ୍ଧକୁ ନିଜ ଅକ୍ତିଆରକୁ ନେଇଛନ୍ତି ସରପଞ୍ଚଙ୍କ ସ୍ୱାମୀ। ଏନେଇ ପଚାରିଲେ ଧମକଚମକ ଦେଉଛନ୍ତି। ମଶାଣି ରାସ୍ତା ଉନ୍ନୟନ ଅନୁଦାନକୁ ସେ ମନଇଚ୍ଛା କୋଲୋନୀ ସାହି ରାସ୍ତାରେ ଖର୍ଚ୍ଚ କରୁଛନ୍ତି। ଏପରିକି ଗରିବ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଆର୍ଥିକ ସହାୟତା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ପ୍ରତିବାଦ କଲେ ସରପଞ୍ଚଙ୍କ ସ୍ୱାମୀଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି ଗ୍ରାମବାସୀ। ଏସବୁର ନିରପେକ୍ଷ ତଦନ୍ତ କରିବାକୁ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।
ଅନ୍ୟପକ୍ଷରେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚଙ୍କ ସ୍ୱାମୀ। ରାଜନୀତିକ ଆକ୍ରୋଶ ରଖି ବିରୋଧୀ ଦଳ ଏଭଳି ମିଥ୍ୟା ଅଭିଯୋଗ ଆଣୁଥିବା ସେ ସଫେଇ ଦେଇଛନ୍ତି। ଆକ୍ସନ ପ୍ଲାନ ଅନୁଯାୟୀ ହିଁ କଲୋନୀ ସାହିରୁ ମଶାଣି ରାସ୍ତା କାମ ହେଉଛି। ମଶାଣି ପାଖରେ କିଛି ଘରୋଇ ଜମି ପଡୁଥିବାରୁ ସେଠାରେ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରିନାହିଁ। ସେହିପରି ବିପଦସଙ୍କୁଳ ଲ୍ୟାମ୍ପସ ଘର ଭାଙ୍ଗିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ପୂର୍ବତନ ବିଡିଓ ଓ ପିଇଓଙ୍କ ଉପସ୍ଥିତିରେ ତଥା ନିର୍ଦ୍ଦେଶକ୍ରମେ ସେଠାରେ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଘର ଭଙ୍ଗାଯାଇଥିଲା। ଏଥିରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ମନମୁଖୀ କାର୍ଯ୍ୟ ହୋଇନଥିବା ସେ କହିଛନ୍ତି।
📲Get App