🔥 TRENDING मुख्यमंत्री निवास पर भोपाल व्यापारी मह... भोपाल: खजूरी सड़क पुलिस ने 225 लीटर अव... शिरूरमध्ये बैलपोळा उत्साहात साजरी; काम... बिहार: 108.36 लाख पेंशन लाभार्थियों के... रत्नगढ़ माता मंदिर मेले की तैयारियों क... Canada to Dispatch 300 Delegates to In...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
ଛିଣ୍ଡା ଜରିରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି
Local

ଛିଣ୍ଡା ଜରିରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି

✍️ Reporter: Deepak Mahapatra 🗓 15 Sep 2026, 11:34 AM 👁 57
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ରାଜ୍ୟର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟକୁ ସମୃଦ୍ଧ କରିବାରେ ବରପତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ। ଜାତି ପାଇଁ ସେମାନଙ୍କ ଆଜୀବନ ସାଧନା ଯୋଗୁ ସେମାନେ ବିଶ୍ୱବନ୍ଦିତ।

ଭୁବନେଶ୍ୱର: ରାଜ୍ୟର ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟକୁ ସମୃଦ୍ଧ କରିବାରେ ବରପତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ। ଜାତି ପାଇଁ ସେମାନଙ୍କ ଆଜୀବନ ସାଧନା ଯୋଗୁ ସେମାନେ ବିଶ୍ୱବନ୍ଦିତ। ତେଣୁ ସେହି ବରପୁତ୍ରମାନଙ୍କ ପୂଜ୍ୟପୂଜାକୁ କେବଳ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ ପାଳନରେ ପୂଜ୍ୟପୂଜାକୁ ସୀମିତ ନରଖି ପ୍ରତ୍ୟେକ ଦିନ ସ୍ମରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ବିଭିନ୍ନ ସ୍ଥାନରେ ବରପୁତ୍ରମାନଙ୍କର ୭୫ଟି ପ୍ରତିମୂର୍ତ୍ତି ସ୍ଥାପନ କରି ଜାତିର ବିକାଶ ପାଇଁ ତାଙ୍କ କାର୍ଯ୍ୟଧାରା ଦର୍ଶାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଥିଲା। ବିଭାଗ ପକ୍ଷରୁ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହିସବୁ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟ ୨୦୨୬ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଥିଲା। କେବଳ ରାଜଧାନୀରେ ୧୩ଟି ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା ହୋଇଥିଲା। ହେଲେ ବର୍ଷେ ସରିବାକୁ ମାତ୍ର ସାଢ଼େ ତିନି ମାସ ରହିଥିଲେ ସୁଦ୍ଧା ରାଜଧାନୀରେ ମାତ୍ର ତିନୋଟି ପ୍ରତିମୂର୍ତ୍ତିର କାମ ସରିଛି। ଯେଉଁ ତିନୋଟି ମୂର୍ତ୍ତି କାମ ସରିଛି ତାହା ମଧ୍ୟ ପାଖାପାଖି ମାସ ମାସ ହେଲାଣି ଅବହେଳିତ ହୋଇପଡ଼ିରହିଛି। ଆଚାର୍ଯ୍ୟ ବିହାରରେ ୨ଟି ଓ ଆନନ୍ଦ ବଜାର ଛକରେ ଥିବା ଗୋଟିଏ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରାୟ ୬ ମାସ ହେଲାଣି ଜରି ଘୋଡ଼ାଇ ରଖାଯାଇଛି। ସେଥିରେ ମଧ୍ୟ ଆଚାର୍ଯ୍ୟ ବିହାର ଛକରେ ଥିବା ପ୍ରତିମୂର୍ତ୍ତିରେ ଜରି ଛିଡ଼ିଯାଇ ବରପୁତ୍ରଙ୍କ ମୁହଁ ଦେଖାଗଲାଣି। ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ପିଣ୍ଡିରେ ବରପୁତ୍ରଙ୍କ ନାମ, ଜନ୍ମସ୍ଥାନ, ଠିକଣା, କୃତିତ୍ୱ ବିଷୟରେ ଏଯାବତ୍‌ ଲେଖା ହେଲାନାହିଁ। ଅପରନ୍ତୁ ରାସ୍ତା ପାର୍ଶ୍ବରେ ଏଭଳି ଢଙ୍ଗରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ପକାଇ ରଖିବା ଘଟଣାକୁ ସହରର ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନିକଟରେ କେବଳ ପ୍ରତିମୂର୍ତ୍ତିର ପିଣ୍ଡି ନିର୍ମାଣ ୩ ମାସ ହେଲା ସରୁନାହିଁ। ଏନେଇ ସଂସ୍କୃତି ବିଭାଗର ଅନୁସଚିବ ସତ୍ୟବ୍ରତ ସାମଲ କହିଛନ୍ତି ଯେ ଆସନ୍ତା ୧୮ ତାରିଖରେ ଉକ୍ତ ତିନିଟି ସ୍ଥାନରେ ଥିବା ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯିବ। ସେହିପରି ଅନ୍ୟ ମୂର୍ତ୍ତି ସ୍ଥାପନା ପାଇଁ ସ୍ଥାନ ଚୟନ ସମ୍ପର୍କରେ ଗତମାସ ବିଭାଗ ପକ୍ଷରୁ ବିଏମ୍‌ସି ଓ ବିଡିଏ ସହିତ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସ୍ଥାନ ନିରୂପଣ ହୋଇ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମେ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି। ବିଶେଷ କରି ସହରର ବିଭିନ୍ନ ପାର୍କ ଓ ରାସ୍ତାକଡ଼ରେ ଏହି ପ୍ରତିମୂର୍ତ୍ତି ରହିବ। ବରପୁତ୍ରଙ୍କ ଅବଦାନ ସମ୍ପର୍କରେ ଜଣାଇବା ପାଇଁ ପିଣ୍ଡିରେ ତାଙ୍କ କୃତିତ୍ୱ ଉଲ୍ଲେଖ କରାଯିବ ବୋଲି ସେ କହିଛନ୍ତି।
📲Get App