🔥 TRENDING झारखंड कांग्रेस ने मुख्य निर्वाचन आयुक... Assam’s Nameri Wild Classroom immerses... Assam BJP Mahila Morcha protests Congr... Shubman Gill to Miss Punjab's Ranji Tr... BSF Soldier Stabs Wife Then Commits Su... ખાંભા તાલુકાના મુંજીયાસર, જૂના માલકનેશ...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଅଟୋ ଚୂର୍‌ମାର: ଚାଳକ ଓ ବୃଦ୍ଧ ଦମ୍ପତି ଗୁରୁତର
Local

ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଅଟୋ ଚୂର୍‌ମାର: ଚାଳକ ଓ ବୃଦ୍ଧ ଦମ୍ପତି ଗୁରୁତର

✍️ Reporter: Deepak Mahapatra 🗓 15 Sep 2026, 11:24 AM 👁 60
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ମଧୁବନ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି। ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଏକ ଅଟୋ ଭାଙ୍ଗି ଚୂର୍‌ମାର ହୋଇଯାଇଛି...

ବାଲିପାଟଣା: ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ମଧୁବନ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି। ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଏକ ଅଟୋ ଭାଙ୍ଗି ଚୂର୍‌ମାର ହୋଇଯାଇଛି ଏବଂ ସେଥିରେ ଥିବା ବୃଦ୍ଧ ଦମ୍ପତିଙ୍କ ସହ ଅଟୋଚାଳକ ଗୁରୁତର ହୋଇଛନ୍ତି। ବୃଦ୍ଧ ଦମ୍ପତି ହେଲେ ଦୋରବାଙ୍ଗ ଗାଁର ଉମାକାନ୍ତ ବାରିକ(୭୦), ତାଙ୍କ ସ୍ତ୍ରୀ ବେନି ବାରିକ(୬୫) ଓ ଅଟୋଚାଳକ ଖଣ୍ଡଗିରି ଜାଗମରାର ସାରଙ୍ଗ ବେହେରା(୫୦)। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ନିମାପଡ଼ା ଦିଗରେ ପଳାଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଠାବ କରିବା ଲାଗି ବାଲିପାଟଣା ଥାନା ପୁଲିସ ଉଦ୍ୟମ ଆରମ୍ଭ କରିଛି। ଜାଗମରା ଅଞ୍ଚଳରେ ପୁଅ ବୋହୂଙ୍କ ପାଖରେ ରହୁଥିବା ଉମାକାନ୍ତ ଓ ପତ୍ନୀ ବେନି ଆଜି ଗଣେଶ ପୂଜା ପାଇଁ ଗାଁକୁ ବୁଲିବାକୁ ଆସିଥିଲେ ଏବଂ ସନ୍ଧ୍ୟାରେ ଭୁବନେଶ୍ୱର ଫେରୁଥିଲେ। ଗାଁରୁ ବାହାରି ସେମାନେ ମଧୁବନ ଛକରେ ପହଞ୍ଚିଥିବା ବେଳେ ସାମ୍‌ନାରୁ ବେପରୁଆ ଭାବେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ୩ ଗଡ଼ା ଗଡ଼ି ରାସ୍ତା ତଳକୁ ପଡ଼ିଥିଲା। ଅଟୋ ଭିତରେ ୩ଜଣଯାକ ଚାପି ହୋଇଯାଇଥିଲେ।
📲Get App