🔥 TRENDING નવરાત્રી પર્વ નિમિત્તે ખેડબ્રહ્મા પોલી... કામરેજ શ્રી કલ્યાણ ધામ આશ્રમના મહંત ધર... डॉ. गणेश चंदनशिवे यांची जीवनगौरव पुरस्... Jammu & Kashmir Transfers 100 Senior P... J&K Set to Become New Hub for Global C... IAS Officer Govind Jaiswal Assigned to...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
ଚିନ୍ତା ବଢ଼ାଉଛି ବେଆଇନ ଭାରୀଯାନ ପାର୍କିଂ: ଅମାନିଆଙ୍କ ଯୋଗୁଁ ସଂକୁଚିତ ହେଉଛି ଜାତୀୟ ରାଜପଥ, ପାଟ୍ରୋଲିଂ ବେଳେ ଯାଞ୍ଚ କି ଜରିମାନା ଭୟ ରହୁନି
Local

ଚିନ୍ତା ବଢ଼ାଉଛି ବେଆଇନ ଭାରୀଯାନ ପାର୍କିଂ: ଅମାନିଆଙ୍କ ଯୋଗୁଁ ସଂକୁଚିତ ହେଉଛି ଜାତୀୟ ରାଜପଥ, ପାଟ୍ରୋଲିଂ ବେଳେ ଯାଞ୍ଚ କି ଜରିମାନା ଭୟ ରହୁନି

✍️ Reporter: Deepak Mahapatra 🗓 14 Sep 2026, 12:52 PM 👁 42
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଜାତୀୟ ରାଜପଥ ପାର୍ଶ୍ବରେ ବେଆଇନ ଭାରୀଯାନ ପାର୍କିଂ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରାତି ସମୟରେ ଏନ୍‌ଏଚ୍‌ କଡ଼ରେ ଗାଡ଼ିଗୁଡ଼ିକ ପାର୍କିଂ କରାଯିବା ଦ୍ବାରା ପଛରୁ ଆସୁଥିବା ଗାଡ଼ି ଏହାକୁ ଠଇରାଇ ନ ପାରି ଦୁର୍ଘଟଣା ଘଟାଉଛନ୍ତି।

ଖଣ୍ଡଗିରି: ଜାତୀୟ ରାଜପଥ ପାର୍ଶ୍ବରେ ବେଆଇନ ଭାରୀଯାନ ପାର୍କିଂ ଯୋଗୁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ରାତି ସମୟରେ ଏନ୍‌ଏଚ୍‌ କଡ଼ରେ ଗାଡ଼ିଗୁଡ଼ିକ ପାର୍କିଂ କରାଯିବା ଦ୍ବାରା ପଛରୁ ଆସୁଥିବା ଗାଡ଼ି ଏହାକୁ ଠଇରାଇ ନ ପାରି ଦୁର୍ଘଟଣା ଘଟାଉଛନ୍ତି। ରାଜପଥ କଡ଼ରେ ଥିବା ଢାବା, ଗ୍ୟାରେଜ୍ ଓ ପେଟ୍ରୋଲ ପମ୍ପ୍‌ ସମ୍ମୁଖରେ ଶହଶହ ଟ୍ରକ୍ ବେଆଇନ ଭାବେ ଲମ୍ବା ଲାଇନ ଲଗାଇ ପାର୍କିଂ କରୁଛନ୍ତି। ଦୁର୍ଘଟଣାପ୍ରବଣ ଅଞ୍ଚଳ ମଧ୍ୟ ଏଥିରୁ ବାଦ୍‌ ପଡ଼ୁନି। ରାସ୍ତାର ଓସାର ସଂକୁଚିତ ହେବାରୁ ପଛରୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। ଏନେଇ ପରିବହନ ବିଭାଗ କିମ୍ବା ଏନ୍‌ଏଚ୍‌ଏଆଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଅଭାବରୁ ଭାରୀଯାନ ଚାଳକଙ୍କ ମନମାନି ବଢ଼ିବାରେ ଲାଗିଛି। ବିଶେଷକରି ଭୁବନେଶ୍ବର-ଖୋର୍ଦ୍ଧା ଜାତୀୟ ରାଜପଥର ଖଣ୍ଡଗିରି, ତମାଣ୍ଡୋ, ଯାଁଳା, ଗଙ୍ଗପଡ଼ା, ପିତାପଲ୍ଲୀ ଅଞ୍ଚଳରେ ଏଭଳି ବେଆଇନ ପାର୍କିଂ ପାଇଁ ଧନଜୀବନ ହାନି ଘଟୁଛି। ଫଳରେ ରାଜଧାନୀ ଉପକଣ୍ଠରେ ଦୁର୍ଘଟଣାର ସ୍ଥିତି ଚିନ୍ତା ବଢ଼ାଉଛି। ଜାତୀୟ ରାଜପଥରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇସାରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାତୀୟ ରାଜପଥ ଉପରେ କିମ୍ବା ଏହାର ପାର୍ଶ୍ୱରେ କୌଣସି ଭାରୀଯାନ ପାର୍କିଂ କରିବା ବେଆଇନ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜପଥ କଡ଼ରେ ଗାଡ଼ି ପାର୍କିଂ କରୁଥିବା ଚାଳକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରତି ନିର୍ଦ୍ଦିଷ୍ଟ ଦୂରତାରେ ‘ଟ୍ରକ୍ ଟର୍ମିନାଲ୍’ କିମ୍ବା ସ୍ୱତନ୍ତ୍ର ପାର୍କିଂ ଜୋନ୍ ନିର୍ମାଣ କରିବା ପାଇଁ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁରୂପ ଭାବେ ପାଟ୍ରୋଲିଂ ଗାଡ଼ି ମାଧ୍ୟମରେ ନିୟମିତ ନଜର ରଖିବା ଓ ବେଆଇନ ପାର୍କିଂ ଗାଡ଼ିକୁ ତୁରନ୍ତ କ୍ରେନ୍ ସାହାଯ୍ୟରେ ହଟାଇ ଜରିମାନା ଆଦାୟ କରିବାକୁ କୁହାଯାଇଛି। ମାତ୍ର ଦିନ ଦିପହରରେ ମଧ୍ୟ ଏହି ଆଦେଶକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କେବଳ ସେତିକି ନୁହେଁ, କିଛିକିଛି ସ୍ଥାନରେ ସର୍ଭିସ୍‌ ରାସ୍ତା ଉପରେ ମଧ୍ୟ ଭାରୀଯାନକୁ ପାର୍କିଂ କରାଯିବା ଫଳରେ ଅଯଥା ଗାଡ଼ି ଜାମ୍‌ ଭଳି ପରିସ୍ଥିତି ସୃଷ୍ଟି ହେଉଛି।ଜାନୁଆରି ମାସରେ ପିତାପଲ୍ଲୀ ନିକଟରେ ଏକ ଥାର୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ଠଉରାଇ ନପାରି ଧକ୍କା ହୋଇଥିଲା। ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ ଜୁଲାଇ ମାସରେ ଖଣ୍ଡଗିରି ଓଭରବ୍ରିଜ୍‌ ଉପରେ ଟ୍ରକ୍‌ ପଛରେ ଧକ୍କା ହୋଇ ଦୁଇଜଣ ଯୁବକଙ୍କ ଜୀବନ ଯାଇଥିଲା। ଏଭଳି ୮ଟି ଦୁର୍ଘଟଣାରେ ୧୦ରୁ ଅଧିକ ଜୀବନ ଗଲାଣି। ମାତ୍ର ଏନ୍‌ଏଚ୍‌ଏଆଇ ପକ୍ଷରୁ ଏଥିପ୍ରତି ଦୃ‌ଷ୍ଟି ଦିଆଯାଉନାହିଁ। ଏ ସମ୍ପର୍କରେ ଭୁବନେଶ୍ବର ଆର୍‌ଟିଓ-୧ର ଅଧିକାରୀ ମାନସ ରଂଜନ ମିଶ୍ର କହିଛନ୍ତି, ଏନ୍‌ଏଚ୍‌ କଡ଼ରେ ଭାରୀଯାନ ପାର୍କିଂ ନକରିବା ଲାଗି ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଥାନା ଅଧିକାରୀଙ୍କୁ ଏହାର ତଦାରଖ ପାଇଁ ଦାୟିତ୍ବ ଦିଆଯାଇଛି। ଏହା ବ୍ୟତୀତ ଆର୍‌ଟିଓ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜରିମାନା କରୁଛନ୍ତି। ଏନ୍‌ଏଚ୍‌ଏଆଇ ଓ ଆର୍‌ଟିଓ ପକ୍ଷରୁ ବିଭିନ୍ନ ସମୟରେ ସ୍ବତନ୍ତ୍ର ଅଭିଯାନ ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି।
📲Get App