🔥 TRENDING ఎల్లారెడ్డి పేటలో వైభవంగా బతుకమ్మ సంబర... बोधगया में मध्यप्रदेश सी एम मोहन यादव... अखिलेश यादव आइये अयोध्या से चुनाव लड़ि... રાજકોટમાં ૧૧ લાખની લૂંટ: શહેરના જાણીતા... গ্রেফতার মুর্শিদাবাদ জেলার নবগ্রামের ন... PM Modi, Nagaland and Assam CM mourn d...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
୬ ଘଣ୍ଟା ହନ୍ତସନ୍ତ: ୩ ଗାଡ଼ି ଜବତ, ଟ୍ରକ ଚାଳକ ଅଟକ
Local

୬ ଘଣ୍ଟା ହନ୍ତସନ୍ତ: ୩ ଗାଡ଼ି ଜବତ, ଟ୍ରକ ଚାଳକ ଅଟକ

✍️ Reporter: Deepak Mahapatra 🗓 12 Sep 2026, 01:17 PM 👁 51
Share: 💬 WhatsApp 📘 Facebook 𝕏 Post

ଆଜି ଅପରାହ୍ଣରେ ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା ଯୋଗୁଁ ଟ୍ରାଫିକ୍‌ ଜାମ ସ୍ଥିତି ଉପୁଜିଥିଲା। ଶନିବାରଠାରୁ ଲଗାତାର ଛୁଟିଥିବାରୁ ଶୁକ୍ରବାର ଅପରାହ୍ଣରୁ ଲୋକେ ଅଫିସ୍‌ କାମସାରି ଘରମୁହାଁ ହୋଇଥିଲେ।

ଭୁବନେଶ୍ବର: ଆଜି ଅପରାହ୍ଣରେ ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା ଯୋଗୁଁ ଟ୍ରାଫିକ୍‌ ଜାମ ସ୍ଥିତି ଉପୁଜିଥିଲା। ଶନିବାରଠାରୁ ଲଗାତାର ଛୁଟିଥିବାରୁ ଶୁକ୍ରବାର ଅପରାହ୍ଣରୁ ଲୋକେ ଅଫିସ୍‌ କାମସାରି ଘରମୁହାଁ ହୋଇଥିଲେ। ହେଲେ ଅଫିସ୍‌ରୁ ବାହାରିବା ପରେ ରସୁଲ୍‌ଗଡ଼ ଛକରୁ ଆଗକୁ ଯାଇପାରି ନଥିଲେ। ରସୁଲଗଡ଼ରୁ ପାହାଳ, ବାଣୀବିହାର ଜାତୀୟରାଜପଥ ଏବଂ ସଂଲଗ୍ନ ରାସ୍ତାରେ ଚକାଜାମ୍‌ ସ୍ଥିତି ସୃଷ୍ଟି ହୋଇଥିଲା। ରାତି ୯ଟା ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସି ନଥିଲା।ସୂଚନା ମୁତାବକ, ଶୁକ୍ରବାର ଅପରାହ୍‌ଣ ପାଖାପାଖି ସାଢ଼େ ୩ଟା ସମୟରେ ବାଣୀବିହାର ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ପଳାଶୁଣୀ ଛକରେ ଏକ ସ୍କର୍ପିଓକୁ ଧକ୍କା ଦେଇଥିଲା। ପରେ ସ୍କର୍ପିଓଟି ଏକ ଇନୋଭାକୁ ଧକ୍କାଦେଇଥିଲା। ଏହି ସିିରିଜ୍‌ ଦୁର୍ଘଟଣା ଯୋଗୁ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଥିଲା। ଦେଢ଼ଘଣ୍ଟାର କସରତ ପରେ ପୁଲିସ ୩ଟି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲା। ରାସ୍ତାରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ରହିଥିଲା।
📲Get App