🔥 TRENDING হাওড়া ব্রিজের ড্রোন শো Bangladesh’s mango diplomacy with Indi... India vs West Indies 2nd T20I: Live st... T20I Cricket’s Highest Successful Run... Harmanpreet Kaur resigns as captain of... Salman Khan's Official YouTube Channel...
10 Oct 2026•
ગુજરાતી मराठी ਪੰਜਾਬੀ বাংলা
ସ୍କୁଲ ଗେଟରେ ତାଲା ପକାଇ ବରଗଛ ମୂଳେ ବସିଲେ ଛାତ୍ରଛାତ୍ରୀ
Local

ସ୍କୁଲ ଗେଟରେ ତାଲା ପକାଇ ବରଗଛ ମୂଳେ ବସିଲେ ଛାତ୍ରଛାତ୍ରୀ

✍️ Reporter: Deepak Mahapatra 🗓 07 Sep 2026, 05:16 PM 👁 46
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପକାଇ ବରଗଛ ମୂଳରେ ବସିଲେ ଛାତ୍ରଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଣସିଂହପୁର ଗ୍ରାମେର ଆଶ୍ରମ ସ୍କୁଲରେ ।

ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନମିଳିବା ପରେ ଆଜି ସ୍କୁଲ ଗେଟର ତାଲା ପକାଇ ଉଭୟ ଛାତ୍ରଛାତ୍ରୀ ଓ ଅବିଭାବକ ଧାରଣା ଦେଇଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ବସିରହିବେ ବୋଲି କହିଛନ୍ତି ।
ଏହି ସ୍କୁଲରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ଶ୍ରେଣୀ ରହିଛି। ଯେଉଁଥିରେ ମୋଟ ୨ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ହେଲେ ଏଥିପାଇଁ ୭ ଜଣ ଶିକ୍ଷକ ଆବଶ୍ୟକ ହେଉଥିଲା ବେଳେ ଏଵେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଯାହାଫଳରେ ପିଲାଙ୍କ ପାଠ ପଢ଼ାରେ ବହୁ ସମସ୍ୟା ଉପୁଯୁଛି ।ଏନେଇ ଅଭିଭାବକମାନେ ବାରମ୍ବାର ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ସୁଫଳ ମିଳିନଥିଲା। ତେଣୁ ଆଜି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲ ଗେଟର ତାଲା ପକାଇ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ଦେଇଛନ୍ତି।
📲Get App