🔥 ट्रेंडिंग ਹੁਸ਼ਿਆਰਪੁਰ ਵਿੱਚ ਕਰਿਸ਼ਨਾ ਜਨਮਾਸ਼ਤੀ ਦੀ ਵੱ... प्रधानमंत्री मोदी का गुजरात दौरा कल: प... ईमेल में रैडएक्स बमों के आरोप पर गुजरा... बल्लारी चलो ने किया राजनीतिक एजेंडा पर... तमिलनाडु के किसान नेता ने कर्नाटक पर 1... शिवाकुमार ने शुरू की 'प्रजासेवा अभियान...
05 सित. 2026
ગુજરાતી मराठी ਪੰਜਾਬੀ বাংলা
ବାଲେଶ୍ୱରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ
अपराध

ବାଲେଶ୍ୱରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

✍️ रिपोर्टर: Deepak Mahapatra 🗓 05 सित. 2026, 02:56 PM 👁 5
शेयर करें: 💬 WhatsApp 📘 Facebook 𝕏 Post
ବାଲେଶ୍ୱର, ୫/୯:
ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଅଡ଼ା ଛକ ନିକଟରେ ସିମୁଳିଆ ପୋଲିସର ଏନକାଉଣ୍ଟର। ଗୁଳି ବିନିମୟରେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ। ଗୋଡ଼ରେ ଗ ବାଜିଛି ଗୁଳି।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରାସ୍ତାର ଅଡ଼ା ନିକଟରେ ଲୋକେଶ ଓ ତାଙ୍କର ଜଣେ ସହଯୋଗୀ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା। ପୋଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।
ଏହାର ପାଲଟା ଜବାବରେ ପୋଲିସ ଗୁଳି ଚଳାଇବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଲୋକେଶଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଆହତ ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି। ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି। ଘଟଣାସ୍ଥଳରେ ପୋଲିସ ମୁତୟନ ରହିଥିବା ବେଳେ ଏନକାଉଣ୍ଟର ଘଟଣାର ତଦନ୍ତ ଜାରି ରହିଛି।
📲Get App