🔥 TRENDING ನಂದಿನಿ ಹಾಲಿನ ದರ ಲೀಟರ್‌ಗೆ 8 ರೂ. ಏರಿಕೆ:... अग्रवाल महिला मंडल की खेलकूद प्रतियोगि... बीदर में किसान सभा की बैठक: सूखे से नि... હિંમતનગર: નવરાત્રી મહોત્સવ આયોજકો સાથે... अभियान बसेरा: नवादा में वासभूमिहीन लाभ... हरिद्वार में ओलावृष्टि से जनजीवन अस्त-...
09 Oct 2026•
ગુજરાતી मराठी ਪੰਜਾਬੀ বাংলা
ରାଉରକେଲାରେ ବେଆଇନ ବାଣ ଗୋଦାମ ଠାବ, ୨୬୫ କେଜି ବାଣ ଜବତ
Local

ରାଉରକେଲାରେ ବେଆଇନ ବାଣ ଗୋଦାମ ଠାବ, ୨୬୫ କେଜି ବାଣ ଜବତ

✍️ Reporter: Deepak Mahapatra 🗓 05 Sep 2026, 02:56 PM 👁 56
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ରାଉରକେଲା ସେକ୍ଟର-୧୮ ଉତ୍କଳ ବସ୍ତିରେ ବେଆଇନ ଭାବେ ରଖାଯାଇଥିବା ବାଣ ଗୋଦାମ ଠାବ କରିଛି ସେକ୍ଟର-୧୫ ଥାନା ପୋଲିସ।
ଏସ୍‌ଆଇ ଅମ୍ବିକା ମାର୍ଣ୍ଡିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୨୨ଟି ପ୍ୟାକେଟ୍‌/କାର୍ଟନ୍‌ରେ ଥିବା ବିଭିନ୍ନ ବ୍ରାଣ୍ଡର ବାଣ ଜବତ କରାଯାଇଛି। ଜବତ ବାଣର ମୋଟ ଓଜନ ୨୬୫.୦୮ କିଲୋଗ୍ରାମ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧.୫ ଲକ୍ଷ ଟଙ୍କା ବୋଲି ପୋଲିସ କହିଛି।
ପୋଲିସର ସୂଚନା ଅନୁସାରେ, ଏହି ଗୋଦାମଟି ସେକ୍ଟର-୧୮ ଉତ୍କଳ ବସ୍ତିର ଦୀପକ କୁମାର ଶାହାଙ୍କର ବୋଲି ଜଣାପଡ଼ିଛି। ବାଣ ରଖିବା ଓ ବିକ୍ରି କରିବା ପାଇଁ ଆବଶ୍ୟକ ଲାଇସେନ୍ସ ଦେଖାଇବାକୁ କୁହାଯିବା ପରେ ସେ କୌଣସି ଲାଇସେନ୍ସ ଦେଖାଇ ପାରିନଥିବା ପୋଲିସ କହିଛି।
ସାଧାରଣ ଲୋକଙ୍କୁ ବିକ୍ରି କରି ବ୍ୟକ୍ତିଗତ ଲାଭ ପାଇଁ ବାଣ ରଖିଥିବା ସେ ପୋଲିସକୁ କହିଥିବା ଜଣାପଡ଼ିଛି।
ଘଟଣାରେ ଦୀପକ କୁମାର ଶାହାଙ୍କୁ ଅଟକ ରଖାଯାଇଛି। ତାଙ୍କର ପୂର୍ବ ଅପରାଧିକ ରେକର୍ଡ ଯାଞ୍ଚ ଚାଲିଛି।
📲Get App