🔥 ट्रेंडिंग SMC દ્વારા ચલાલા નજીક લાખાપાદર ગામમાં... मायनर संसाधन विभाग में अनियमितताओं पर... भारत ने 30 समुद्री दुर्घटना मामलों में... वरण धवन ने साझा किया बीच पर पिज़्ज़ा,... લાઠી બાયપાસ રોડ પર હિટ એન્ડ રન: એક યુવ... *खैरथल में 19 नवंबर को भजन संध्या एवं...
16 नव. 2026•
ગુજરાતી मराठी ਪੰਜਾਬੀ বাংলা
सरकारी योजना

ଓଡ଼ିଶାକୁ ବଡ଼ ଉପହାର; ୪ ନୁହେଁ, ମିଳିବ ୫ ଲକ୍ଷ PMAY-G ଘର; ଶିବରାଜଙ୍କ ବଡ଼ ଘୋଷଣା

✍️ रिपोर्टर: Deepak Mahapatra 🗓 16 नव. 2026, 11:46 AM 👁 14
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶା ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ରାଜ୍ୟକୁ ମିଳିବ ଆଉ ଅଧିକ ଘର। ୪ ଲକ୍ଷ ନୁହେଁ, ଓଡ଼ିଶା ପାଇଁ ୫ ଲକ୍ଷ ଘର ମଞ୍ଜୁରି କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଘର ଓଡ଼ିଶା ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ମତ ରଖିବା ପରେ ଏହି ସଂଖ୍ୟା ବୃଦ୍ଧି କରି ୫ ଲକ୍ଷ ଘର ମଞ୍ଜୁରି ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।

କଚ୍ଚା ଘରେ ରହିବେନି ଗରିବ ପରିବାର
ଓଡ଼ିଶାର କୌଣସି ଗରିବ ପରିବାର ଯେପରି କଚ୍ଚା ଘରେ ରହିବାକୁ ବାଧ୍ୟ ନ ହୁଅନ୍ତି, ସେଥିପାଇଁ ସରକାର ପ୍ରତିବଦ୍ଧ। ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ହେଉଛି ସରକାରଙ୍କ ଲକ୍ଷ୍ୟ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ପୂର୍ବ ସରକାରଙ୍କ ଉପରେ ଅନିୟମିତତା ଅଭିଯୋଗ
ଏହି ଅବସରରେ ପୂର୍ବ ବିଜେଡି ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସେ କହିଛନ୍ତି, ପୂର୍ବରୁ ପକ୍କା ଘର ଥିବା କେତେକ ବ୍ୟକ୍ତିଙ୍କ ନାମ ମଧ୍ୟ ହିତାଧିକାରୀ ତାଲିକାରେ ସାମିଲ ହୋଇଥିଲା। ଅନ୍ୟପଟେ ଅନେକ ପ୍ରକୃତ ଯୋଗ୍ୟ ଗରିବ ପରିବାର ଯୋଜନାର ସୁବିଧାରୁ ବଞ୍ଚିତ ହୋଇଥିଲେ।

ଯୋଗ୍ୟ ପରିବାରଙ୍କୁ ମିଳିବ ପକ୍କା ଘର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହଯୋଗରେ ଓଡ଼ିଶାର ସମସ୍ତ ଯୋଗ୍ୟ ଗରିବ ପରିବାରଙ୍କୁ ପକ୍କା ଘର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ତେବେ ଏବେ ସମସ୍ତଙ୍କ ନଜର ୫ ଲକ୍ଷ ଘରର ମଞ୍ଜୁରି ପ୍ରକ୍ରିୟା, ହିତାଧିକାରୀ ଚୟନ ଏବଂ ଅର୍ଥ ପ୍ରଦାନ ଉପରେ। ଘୋଷଣାର ଲାଭ ପ୍ରକୃତ ଗରିବ ଓ ଯୋଗ୍ୟ ପରିବାରଙ୍କ ପାଖରେ କେବେ ପହଞ୍ଚୁଛି, ତାହା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।
📲Get App