🔥 TRENDING गरुण सेना परिवार में रिंकू पाठक को शाह... जिला प्रभारी डॉ. सत्येन्द्र सिन्हा ने... માંગરોળમાં કિસાન સન્માન નિધિના 24મો હપ... केंद्रीय कृषि मंत्री शिवराज सिंह चौहान... અમદાવાદમાં 570 કરોડના ખર્ચે 175 મીટર ઊ... वाराणसी में समाजवादी व्यापार सभा का 18...
30 Oct 2026•
ગુજરાતી मराठी ਪੰਜਾਬੀ বাংলা
Agriculture

ଦୀପାବଳି ପୂର୍ବରୁ ଚାଷୀଙ୍କୁ ମୋଦୀଙ୍କ ଭେଟି; ୯.୩୪ କୋଟି ଚାଷୀଙ୍କୁ ମିଳିଲା PM କିଷାନ ଟଙ୍କା, ଓଡ଼ିଶାକୁ ମିଳିଲା ୭୦୭ କୋଟି

✍️ Reporter: Deepak Mahapatra 🗓 30 Oct 2026, 04:10 PM 👁 13
Share: 💬 WhatsApp 📘 Facebook 𝕏 Post
ଗୁଜୁରାଟ: ଚାଷୀଙ୍କ ଅପେକ୍ଷାର ହେଲା ଅନ୍ତ। ଖାତାକୁ ଆସିଲା ପିଏମ୍‌ କିଷାନ ଯୋଜନାର ୨୪ତମ କିସ୍ତି ଟଙ୍କା। ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଭିଲଡ଼ିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୯ କୋଟି ୩୪ ଲକ୍ଷ ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୧୮ ହଜାର ୬୮୦ କୋଟି ଟଙ୍କା ପଠାଇଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମିଳିଛି।
ଓଡ଼ିଶାର ଚାଷୀଙ୍କ ପାଇଁ ମଧ୍ୟ ଆସିଛି ବଡ଼ ଖୁସି ଖବର। ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ଜମା ହୋଇଛି। ଦୀପାବଳି ପୂର୍ବରୁ ଏହି ଅର୍ଥରାଶି ମିଳିଥିବାରୁ ଚାଷୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।
କେମିତି ଚେକ୍ କରିବେ ଆପଣଙ୍କ ଖାତାକୁ ଆସିଛି କି ନାହିଁ ଟଙ୍କା?
ଯଦି ଆପଣ ପିଏମ୍‌ କିଷାନ ଯୋଜନାର ହିତାଧିକାରୀ, ତେବେ ଘରେ ବସି ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ନିଜ କିସ୍ତିର ସ୍ଥିତି ଯାଞ୍ଚ କରିପାରିବେ।
1. ପ୍ରଥମେ pmkisan.gov.in ୱେବସାଇଟ୍ ଖୋଲନ୍ତୁ।
2. ହୋମ୍‌ପେଜ୍‌ରେ ଥିବା Know Your Status ଅପ୍ସନ୍‌ରେ କ୍ଲିକ୍ କରନ୍ତୁ।
3. ନିଜର ରେଜିଷ୍ଟ୍ରେସନ୍ ନମ୍ବର ଓ କ୍ୟାପ୍ଚା କୋଡ୍ ଦିଅନ୍ତୁ।
4. ମୋବାଇଲ୍‌କୁ ଆସିଥିବା OTP ଭରନ୍ତୁ।
5. ଏହାପରେ ଆପଣଙ୍କ କିସ୍ତିର ସମ୍ପୂର୍ଣ୍ଣ ସ୍ଥିତି ଦେଖିପାରିବେ।
ବେନିଫିସିଆରି ଲିଷ୍ଟରେ ନିଜ ନାଁ କେମିତି ଦେଖିବେ?
ଯୋଜନାର ହିତାଧିକାରୀ ତାଲିକାରେ ଆପଣଙ୍କ ନାଁ ଅଛି କି ନାହିଁ, ତାହା ମଧ୍ୟ ଅନଲାଇନ୍‌ରେ ଜାଣିପାରିବେ।
1. ପ୍ରଥମେ pmkisan.gov.in ପୋର୍ଟାଲକୁ ଯାଆନ୍ତୁ।
2. Beneficiary List ଅପ୍ସନ୍‌ରେ କ୍ଲିକ୍ କରନ୍ତୁ।
3. ନିଜ ରାଜ୍ୟ, ଜିଲ୍ଲା, ସବ୍‌-ଡିଷ୍ଟ୍ରିକ୍ଟ, ବ୍ଲକ୍ ଓ ଗାଁର ନାଁ ଚୟନ କରନ୍ତୁ।
4. ଏହାପରେ ଆପଣଙ୍କ ଗାଁର ହିତାଧିକାରୀ ତାଲିକା ଖୋଲିବ।
5. ସେଠାରେ ନିଜ ନାଁ ଯାଞ୍ଚ କରିପାରିବେ।
୨୩ କିସ୍ତିରେ ମିଳିଛି ୪.୪୭ ଲକ୍ଷ କୋଟିରୁ ଅଧିକ
୨୦୧୯ ଫେବୃଆରୀରେ ଆରମ୍ଭ ହୋଇଥିବା ପିଏମ୍‌ କିଷାନ ଯୋଜନାରେ ଯୋଗ୍ୟ ଭୂମିଧାରୀ ଚାଷୀ ପରିବାରକୁ ବର୍ଷକୁ ୬ ହଜାର ଟଙ୍କା ମିଳୁଛି। ୨ ହଜାର ଟଙ୍କା ଲେଖାଏଁ ତିନୋଟି କିସ୍ତିରେ ଏହି ଅର୍ଥ ସିଧାସଳଖ ବ୍ୟାଙ୍କ ଖାତାକୁ ଯାଉଛି। ପୂର୍ବରୁ ୨୩ଟି କିସ୍ତିରେ ଚାଷୀଙ୍କୁ ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା ମିଳିସାରିଛି। ଏବେ ୨୪ତମ କିସ୍ତିରେ ପୁଣି କୋଟି କୋଟି ଚାଷୀ ଉପକୃତ ହୋଇଛନ୍ତି।
📲Get App