Weather
Odisha ରେ ବାତ୍ୟା 'ମୁରାସୁ' ପ୍ରଭାବହୀନ: 'ଅର୍ଣ୍ଣବ' ପୁନରୁଦ୍ଧାର ପାଇଁ ୪ ଆଇଏଏସଙ୍କୁ ସ୍ୱତନ୍ତ୍ର କ୍ଷମତା, ଗିଡ଼ିପାବାଲିରେ ଏବେବି ୧୧ ନିଖୋଜ
ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଆଜି ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମୁରାସୁ’ ଓଡ଼ିଶାରେ ପ୍ରଭାବହୀନ ରହିଛି। ଆଉ ଏପଟେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକରେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରିବା ନିମନ୍ତେ ରାଜ୍ୟ ସରକାର ୪ଜଣ ଆଇଏଏସଙ୍କୁ ‘ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର’ଙ୍କ କ୍ଷମତା ଦେଇ ୩ଟି ପ୍ରଭାବିତ ଜିଲ୍ଲାରେ ମୁତୟନ କରିଛନ୍ତି। କେନ୍ଦ୍ରୀୟ ଟିମ୍ ଆଜି ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଆକଳନ କରୁଥିବାବେଳେ ଗିଡ଼ିପାବାଲିରେ ମାଟି ଅତଡ଼ା ସହ ପାହାଡ଼ ଧସି ନିଖୋଜ ଥିବା ୧୧ ଜଣଙ୍କୁ ଉଦ୍ଧାର କରିବା ନିମନ୍ତେ ଅଗ୍ନିଶମ ବାହିନୀ ଓ ପ୍ରଶାସନ ପକ୍ଷରୁ ଜାରି ଅପରେସନ୍ ଆଜି ଚତୁର୍ଥ ଦିନ ପାଇଁ ମଧ୍ୟ ଜାରି ରହିଛି।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଭୀଷଣ ବାତ୍ୟା ‘ମୁରାସୁ’ ଭୋର ପ୍ରାୟ ସାଢ଼େ ୩ଟାରୁ ସାଢ଼େ ୫ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଂଚଳ ଦେଇ ସ୍ଥଳଭାଗ ଅତିକ୍ରମ କରିଛି। ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ଥିବାବେଳେ ଝଟକା ପବନର ବେଗ ସର୍ବାଧିକ ୧୨୦ କିମି ପର୍ଯ୍ୟନ୍ତ ରହିଥିଲା। ତେବେ ଲ୍ୟାଣ୍ଡଫଲ୍ ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଅପରାହ୍ନ ସୁଦ୍ଧା ସାଧାରଣ ବାତ୍ୟା ଓ ମଧ୍ୟରାତ୍ରି ସୁଦ୍ଧା ଅତି ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବଡ଼ ବିପଦ ନଥିଲେ ମଧ୍ୟ ଆକାଶ ଆଂଶିକ ମେଘୁଆ ରହିବ ଓ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।
ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୫ତାରିଖରୁ ବର୍ଷା ଯଥେଷ୍ଟ କମିବା ସହ ୬, ୭ ଓ ୮ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଆଗାମୀ ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ, ମାତ୍ର ଉପକୂଳ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୫ ଡିଗ୍ରୀ ହ୍ରାସ ପାଇବା କାରଣରୁ ରାତିରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଏପଟେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରି ବାତ୍ୟା ତଥା ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ପ୍ରଦାନ ଓ ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଓ ତା’ ପରବର୍ତ୍ତୀ ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସହାୟତା କରିବା ଓ କ୍ଷେତ୍ରସ୍ତରୀୟ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ‘ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର’ ଭାବେ ଅବସ୍ଥାପିତ କରାଯାଇଛି। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ପାଇଁ ୨୦୨୪ ବ୍ୟାଚ୍ ଆଇଏଏସ୍ ରେଢ଼ାଖୋଲ ଉପଜିଲ୍ଲାପାଳ ପୱନ କୁମାର, ଗଞ୍ଜାମ ଜିଲ୍ଲା ପାଇଁ ୨୦୨୨ ବ୍ୟାଚ୍ ଆଇଏଏସ୍ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ଓ ୨୦୨୩ ବ୍ୟାଚ୍ ଆଇଏଏସ୍ ସୁନ୍ଦରଗଡ଼ ଉପଜିଲ୍ଲାପାଳ ତେଜସ୍ୱିନୀ ବେହେରାଙ୍କୁ ନିୟୋଜିତ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ୨୦୨୩ ବ୍ୟାଚ୍ ଆଇଏଏସ୍ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି କ୍ଷତିପୂରଣ ବଣ୍ଟନ, ଅତ୍ୟାବଶ୍ୟକ ସେବାର ପୁନରୁଦ୍ଧାର ଓ ଭିତ୍ତିଭୂମି ମରାମତି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ। ସେପଟେ କେନ୍ଦ୍ରୀୟ ଟିମ୍ ଗଜପତି ଓ ଗଞ୍ଜାମରେ କ୍ଷୟକ୍ଷତି ଆକଳନ ସାରିବା ପରେ ରାଜ୍ୟ ସରକାର କେନ୍ଦ୍ରକୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବେ।
ଅନ୍ୟପକ୍ଷରେ ଗିଡ଼ିପାବାଲିରେ ମାଟି ଅତଡ଼ା ସହ ପାହାଡ଼ ଧସିବା ଘଟଣାରେ ଆଜି ଚତୁର୍ଥ ଦିନରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟସ୍ଥଳରେ ଗୋଟିଏ ଗୋଟିଏ ବିଶାଳକାୟ ପଥର ପଡ଼ିରହିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି। ଦୁର୍ଗମ ରାସ୍ତା ଯୋଗୁଁ ଘଟଣାସ୍ଥଳକୁ ଟ୍ରାକ୍ଟର କିମ୍ବା ବଡ଼ ଭାରି ଯନ୍ତ୍ରପାତି ଯାଇପାରୁ ନାହିଁ। ରେଳବାଇର ଚେନ୍ ପୁଲିଂ ଟେକ୍ନିକ୍ ମଧ୍ୟ ଏଠାରେ ସଫଳ ହୋଇପାରି ନାହିଁ। ଏପରିକି ୩ଥର କଣ୍ଟ୍ରୋଲ୍ ବ୍ଲାଷ୍ଟ କରାଯାଇଥିଲେ ହେଁ ବିଶାଳ ପଥର କଣା ହୋଇପାରି ନଥିଲା। ଏବେ ଖଣି ବିଭାଗର ବିଶେଷଜ୍ଞଙ୍କ ସହାୟତାରେ ପଥର ଭାଙ୍ଗିବା ପ୍ରୟାସ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସ୍ଥାନୀୟ ଲୋକଙ୍କ ସୂଚନା ପରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ବାକି ୧୧ ଜଣ ଏବେ ବି ନିଖୋଜ ଅଛନ୍ତି । ସନ୍ଧ୍ୟା ସୁଦ୍ଧା ଏହି ମିଳିତ ଉଦ୍ଧାର ଅଭିଯାନରେ କିଛି ସଫଳତା ମିଳିବାର ଆଶା ରହିଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।