🔥 TRENDING अमरोहा: फार्म हाउस पर सामूहिक दुष्कर्म... J&K Increases MBBS Seats to 1,750 Acro... J&K Government Proposes ‘One Vehicle‑O... માંડવી તાલુકાના મહુડી ગામના કૂવામાં દી... સુરત એરપોર્ટ પર એર ઇન્ડિયા એક્સપ્રેસની... Election Commissioners raise objection...
24 Sep 2026
ગુજરાતી मराठी ਪੰਜਾਬੀ বাংলা
Weather

ମାଲକାନଗିରିରେ ବର୍ଷାର ତାଣ୍ଡବ; NH-୩୨୬ର ୩ ପୋଲ ବୁଡ଼ିଲା, ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

✍️ Reporter: Deepak Mahapatra 🗓 24 Sep 2026, 12:18 PM 👁 9
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି: ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ମାଲକାନଗିରି ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପାହାଡ଼ିଆ ଝରଣାର ପାଣି ଜାତୀୟ ରାଜପଥ–୩୨୬ର ଏକାଧିକ ପୋଲ ଉପରେ ପ୍ରବାହିତ ହେବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଫଳରେ ଦୁଇ ପାର୍ଶ୍ୱରେ ଶହଶହ ଯାନବାହନ ଅଟକି ରହିଛି।
ସୂଚନା ଅନୁଯାୟୀ, ମାଲକାନଗିରି–କାଲିମେଳା ରାସ୍ତାର ପୋଟେରୁ ଓ କାଙ୍କୁରୁକୋଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି କାଲିମେଳା–ପଡ଼ିଆ ରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ବହୁଛି। ଏହାର ପ୍ରଭାବରେ ମାଲକାନଗିରିରୁ କାଲିମେଳା, ମୋଟୁ ଏବଂ କାଲିମେଳାରୁ ପଡ଼ିଆକୁ ସମସ୍ତ ଯାନଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜରୁରୀ ସେବା ସମେତ ସାଧାରଣ ଯାତ୍ରୀମାନେ ମଧ୍ୟ ରାସ୍ତାରେ ଅଟକି ରହିଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୋଲଗୁଡ଼ିକ ଉପରେ ବ୍ୟାରିକେଡ୍ ଲଗାଇ ଲୋକଙ୍କ ଯାତାୟାତକୁ ବନ୍ଦ କରିଛି। ଏହାସହ ଜାତୀୟ ରାଜପଥ–୩୨୬ର ଯାନଚଳାଚଳକୁ ଛତିଶଗଡ଼ ମାର୍ଗ ଦେଇ ଡାଇଭର୍ଟ କରାଯାଇଛି। ଲଗାଣ ବର୍ଷା ଜାରି ଥିବାରୁ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ସ୍ଥିତି ସୁଧୁରିବାର ସମ୍ଭାବନା କମ୍ ବୋଲି ପ୍ରଶାସନ ସତର୍କ କରିଛି। ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
📲Get App