🔥 TRENDING Bhopal: New complaint lodged against f... शाहपुरा नगर परिषद की साधारण सभा Canada: ਗੁਰਦੁਆਰਾ ਸਾਹਿਬ ਬਰੁੱਕਸਾਈਡ ਵਿਖੇ... रिहंदनगर बिजपुर Miley Cyrus and Maxx Morando’s Wedding... Anant Singh’s Daughter’s Lavish Weddin...
26 Nov 2026•
ગુજરાતી मराठी ਪੰਜਾਬੀ বাংলা

*📰 Need24 News -

✍️ Reporter: Gajindra Munda 🗓 26 Nov 2026, 10:54 AM 👁 34
Share: 💬 WhatsApp 📘 Facebook 𝕏 Post

*📰 Need24 News - ଆଜିର ଝାରସୁଗୁଡ଼ା ଖବର* *26 ନଭେମ୍ବର 2026, ଗୁରୁବାର*

*📰 Need24 News - ଆଜିର ଝାରସୁଗୁଡ଼ା ଖବର*
*26 ନଭେମ୍ବର 2026, ଗୁରୁବାର*

1. ତାଲାବିରା କୋଇଲା ଖଣି 10 ଦିନ ଧରି ବନ୍ଦ
ଝାରସୁଗୁଡ଼ା ତାଲାବିରା NLC କୋଇଲା ଖଣି 10 ଦିନ ହେଲା ବନ୍ଦ ଅଛି। ବିସ୍ଥାପିତ ଗ୍ରାମବାସୀ ପରିବହନ ବନ୍ଦ କରି ଆନ୍ଦୋଳନ କରୁଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ 10 ବର୍ଷ ଧରି ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି। dee3

2. JNV ପ୍ରିନ୍ସିପାଲଙ୍କ ବିରୋଧରେ POCSO ମାମଲା
ଝାରସୁଗୁଡ଼ା ଜବାହର ନବୋଦୟ ବିଦ୍ୟାଳୟ ପ୍ରିନ୍ସିପାଲ ସାଗର ଶାହ (54) ଙ୍କ ବିରୋଧରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ସଦର ଥାନାରେ ମାମଲା ରୁଜୁ। BNS ଓ POCSO ଧାରାରେ ମାମଲା। SP ସୋନାଲି ସିଂହ ପରମାର କହିଛନ୍ତି - ତଦନ୍ତ ଜାରି, ମହିଳା ଓ ଶିଶୁ ଅପରାଧରେ ଜିରୋ ଟଲେରାନ୍ସ। 3f12

3. UNICEF ଟିମ୍ ଝାରସୁଗୁଡ଼ାରେ - ମହିଳାଙ୍କ WASH ମଡେଲ୍ କୁ ପ୍ରଶଂସା
ଆଜି UNICEF ଦିଲ୍ଲୀ ଓ ଭୁବନେଶ୍ୱର ଟିମ୍ କୋଲାବିରା ବ୍ଲକ୍ ଲାରିଆପାଲି ଗାଁ ପରିଦର୍ଶନ କଲେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ 45 ଟି ଅତ୍ୟାଧୁନିକ ୱାଟର ଫିଲ୍ଟର ଲଗାଇ, ଶୌଚାଳୟ ମରାମତି କରିଛନ୍ତି। ଏହି ମଡେଲ୍ ଏବେ ସବୁ ପଞ୍ଚାୟତରେ ଲାଗୁ ହେବ। 38ca

4. ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ ପରିଦର୍ଶନ
ଗତକାଲି ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କିର୍ମିରା ଭାଲୁପାତ୍ରା ଆଶ୍ରମ ସ୍କୁଲ ଅଚାନକ ପରିଦର୍ଶନ କଲେ। ପୁରୁଣା ବିପଦଜନକ କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ। b632

5. ଭାରୀ ଯାନ ଉପରେ କଟକଣା
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଅନେକ ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ କଟକଣା ଲଗାଇଛି - ମାଲିଡିହି ରୁ ପ୍ରସନ୍ନ ପଣ୍ଡା ଛକ, ଅର୍ଦ୍ଦା ଛକ ରୁ ସର୍କିଟ୍ ହାଉସ୍ ଛକ।

*ଆଜି ମାଣବସା ଗୁରୁବାର ପାଇଁ ଝାରସୁଗୁଡ଼ାରେ ଭିଡ଼ ରହିବ, ରାସ୍ତାରେ ସାବଧାନ ରହିବେ।*
📲Get App