🔥 TRENDING हजारीबाग में चोरी पर अंकुश: एसपी अमन क... কৃষ্ণনগরে বিজেপি চালু করল ‘গণতন্ত্র বা... ವಿದ್ಯಾರ್ಥಿಗಳು ಜೀವನದಲ್ಲಿ ಕನ್ನಡ ಭಾಷಾಭಿಮಾ... बलिया सोनौली प्राथमिक विद्यालय में बिज... फतेहपुर के कुचेसर में शिक्षा सम्मेलन आ... हजारीबाग में दीपावली‑छठ महापर्व से पहल...
04 Nov 2026•
ગુજરાતી मराठी ਪੰਜਾਬੀ বাংলা

ଆଦିବାସୀ ସମାଜ ମହାସଂଘ ପକ୍ଷରୁ ନବନିର୍ବାଚିତ MUJ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

✍️ Reporter: Sukumar Mandal 🗓 04 Nov 2026, 08:37 PM 👁 15
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୪ ନଭେମ୍ବର : ମାଲକାନଗିରି ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍‌ (MUJ)ର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଆଜି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏମ୍‌ୟୁଜେ ଭବନଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ନବନିର୍ବାଚିତ ସଭାପତି ଦେବପ୍ରସାଦ ଦାସ, ଉପସଭାପତି ସତ୍ୟନାରାୟଣ ପଣ୍ଡା ଏବଂ ସାଧାରଣ ସମ୍ପାଦକ କାମରାଜ ଜେନାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲି, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ମିଡିଆ ସଂଯୋଜକ କାମେଶ୍ୱର ଆଜମେରା ଏବଂ ଜିଲ୍ଲା ଆଦିବାସୀ ମହାସଂଘର ଉପଦେଷ୍ଟା ସୁନ୍ଦର ରାୟ ସେଡା ଉପସ୍ଥିତ ରହି ନବନିର୍ବାଚିତ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ସମାଜ ମହାସଂଘ ପକ୍ଷରୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଯିବା ସହ ସେମାନଙ୍କ ଆଗାମୀ କାର୍ଯ୍ୟକାଳର ସଫଳତା କାମନା କରାଯାଇଥିଲା।
📲Get App