🔥 TRENDING वैशाली में प्रधानमंत्री के आगमन को सफल... जालौर में विश्व हिंदू परिषद ने प्रताप... Andhra Pradesh to Set Up Four New Univ... Cyclone Akvan Set to Hit India in Thre... Harshal Patel Joins Gujarat Titans, Le... Physiotherapy and Wellness Center Inau...
17 Nov 2026•
ગુજરાતી मराठी ਪੰਜਾਬੀ বাংলা

ଲୋକସଂସୃତି ଗବେଷିକା ଡ଼. ଯାଜ୍ଞସେନୀ ପ୍ରଧାନୀଙ୍କ ଶିଶୁଦିବସରେ ଶିକ୍ଷାର୍ଥୀଙ୍କୁ ସୃଜନଶୀଳତା ବିକାଶଦିଗରେ ଉତ୍ସାହିତ l

✍️ Reporter: Dulendra Kumar Meher 🗓 17 Nov 2026, 05:04 PM 👁 30
Share: 💬 WhatsApp 📘 Facebook 𝕏 Post
ଲୋକସଂସ୍କୃତି ଗବେଷିକା ଡ଼. ଯାଜ୍ଞସେନୀ ପ୍ରଧାନୀଙ୍କ ଶିଶୁଦିବସରେ ଶିକ୍ଷାର୍ଥୀମାନଙ୍କୁ ସୃଜନଶୀଳତା ବିକାଶର ଉତ୍ସାହିତ l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳୀଖୁଣ୍ଟି ରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଥିଲା l ଏହି ଅବସରରେ ଶିକ୍ଷାର୍ଥୀମାନଙ୍କୁ ସୃଜନଶୀଳ ଲିଖନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ବିକଶିତ କରିବାପାଇଁ ଡ଼. ଯାଜ୍ଞସେନୀ ପ୍ରଧାନୀ ଲୋକସଂସ୍କୃତି ଗବେଷିକା ତଥା କବି ଏବଂ ପଲ୍ଲବୀ ରାଉତ ଯୁବ ସାହିତ୍ୟିକ ତଥା ଆଇ. ଆଇ. ଟି ଭୁବନେଶ୍ୱର ର ସ୍କୋଲାର ତଥା ଜବାହରଲାଲ ନେହରୁ ବିଶ୍ୱ ବିଦ୍ୟାଳୟର ପୁରାତନ ଛାତ୍ରୀ ଯୋଗ ଦେଇଥିଲେ l ସେମାନେ ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀଳ ବିକାଶର ଉନ୍ନତିପାଇଁ କବିତା, ଗଳ୍ପ, ପ୍ରବନ୍ଧ ଏବଂ ଅନୁଚ୍ଛେଦ ଲେଖିବାପାଇଁ ପ୍ରେରଣା ଯୋଗାଇଥିଲେ l ପୁଣି ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ଉତ୍ସାହିତକରୁଥିଲେ ଏବଂ ଦିଗଦର୍ଶନ ଦେଉଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ମକାରଧ୍ବଜ ରାଉତ ସଭାପତିତ୍ୱ କରିଥିଲେ l ସହ ଶିକ୍ଷୟତ୍ରୀ ପ୍ରିୟମ୍ବଦା ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସମରେନ୍ଦ୍ର ଶେଖର ଦାସ ଓ ଶିଶୁସେବିକା ମମତା ନାଏକ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ସତ୍ୟାନନ୍ଦ ଭୋଇ ଧନ୍ୟବାଦ ଦେଇଥିଲେ l
📲Get App