🔥 TRENDING পশ্চিমবঙ্গের ২৩টি জেলার গাড়ি নম্বর প্... राया मला पळून न्या की राव’ लावणीने जपल... Tripura Power Minister Announces Moder... Tripura Police Arrest Arms Trafficker,... Himachal Pradesh Board Publishes 10th... SIR Awareness Programme Conducted in B...
29 Oct 2026•
ગુજરાતી मराठी ਪੰਜਾਬੀ বাংলা

ବି ଜେ ପି ପକ୍ଷରୁ ସ୍ଥାନୀୟ ଓରିୟନ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ l

✍️ Reporter: Dulendra Kumar Meher 🗓 29 Oct 2026, 04:41 PM 👁 16
Share: 💬 WhatsApp 📘 Facebook 𝕏 Post

ଦେଶ ଓ ରାଜ୍ୟକୁ ଆଗେଇନେବାକୁ ବିଭାଜନକାରୀ ଙ୍କୁ ପ୍ରଶ୍ରୟନଦେବା l

ସ୍ଥାନୀୟ ଓରିୟନ ସମ୍ମିଳନୀ ସଭାଗୃହରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ l

ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ. ମୁକେଶ ମହାଲିଙ୍ଗଙ୍କ ଯୋଗଦାନ l

କଳାହାଣ୍ଡି /ଜୁନାଗଡ଼ :-କଳାହାଣ୍ଡି ଜିଲ୍ଳା ଜୁନାଗଡ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ହୋଟେଲ ଓରିଅନଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀକୁ ଜୁନାଗଡ଼ର ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ l ଉକ୍ତ ବୁଦ୍ଧିଜୀବୀ ସମ୍ମିଳିନୀ ରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ ଓ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ମିଳନୀରେ ବୁଦ୍ଧିଜୀବୀଙ୍କ ଭୂମିକା, ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ମତବିନିମୟ କରାଯାଇଥିଲା। ଏଥିରେ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇଥିଲେ।
ଏହି ସମ୍ମିଳନୀରେ ମାନ୍ୟବର ଶିକ୍ଷାମନ୍ତ୍ରୀଡ଼ଃ. ମହାଲିଙ୍ଗ ଦେଶ ଓ ରାଜ୍ୟରେ ମିଥ୍ୟା ଅପପ୍ରଚାର କୁ ପ୍ରୋତ୍ସାହନ ଦେଉଥିବା ଗୋଷ୍ଠୀ ଭାରତୀୟ ସଂସ୍କୃତିକୁ ଖଣ୍ଡିତ କରିବାକୁ ଚେଷ୍ଟା କରୁଥିବା ଶକ୍ତିକୁ ଉଚିତ ଯବାବ ଦେବାପାଇଁ ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ମାତୃଶକ୍ତି ତଥା ଗଣମାଧ୍ୟମଙ୍କୁ ଆହ୍ୱାନ ଦେଇଥିଲେ l ବାହ୍ୟଶତ୍ରୁ ଆମଦେଶର ଶିକ୍ଷା, ସଂସ୍କୃତି ଆଉ ଯୁବଗୋଷ୍ଠୀକୁ ଦୁର୍ବଳ କରିବାର ଚକ୍ରାନ୍ତକୁ ପ୍ରଶ୍ରୟ ନଦେଇ ଦେଶ ଓ ରାଜ୍ୟକୁ ବିକଶିତ କରିବାପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l ଆମ ଓଡିଶା କୁ ସମୃଦ୍ଧରାଜ୍ୟରେ ପରିଣତ କରିବା ଆମ ସରକାର ପ୍ରତିଶୁଦ୍ଧିବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ l
📲Get App