🔥 TRENDING રાજ્યના નાયબ મુખ્યમંત્રી શ્રી હર્ષભાઈ... Headlines हत्याकांड: हरदोई के चार दोस्त दुर्गागं... मुंबई उच्च न्यायालयाने बीएमसीला दिया म... કૌશલ્ય વિકાસને પ્રોત્સાહન આપતો માન. મુ... હિંમતનગરમાં રાષ્ટ્રીય એકતા દિવસની ઉજવણ...
03 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ବରିଷ୍ଠ IPS ଅଫିସର ସୁଶାନ୍ତ ନାଥଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ

✍️ Reporter: Deepak Mahapatra 🗓 03 Nov 2026, 12:54 PM 👁 13
Share: 💬 WhatsApp 📘 Facebook 𝕏 Post
ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ। ଜଣେ କଏଦୀଙ୍କୁ ସେ ବ୍ରାଉନ ସୁଗର୍ ମାମଲାରେ ଫସାଇବା ପାଇଁ ପ୍ରୟାସ କରିଥିଲେ। ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ନିଲମ୍ବିତ ବାଲେଶ୍ୱର ଜେଲର ପ୍ରଦୀପ ମହାଳିକ। ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସେ କରିଛନ୍ତି ଏହି ଅଭିଯୋଗ।
ଚିଠିରେ ଶ୍ରୀ ମହାଳିକ ଉଲ୍ଲେଖ କରିଛନ୍ତି ଯେ ଜଣେ କଏଦୀଙ୍କୁ ବ୍ରାଉନ ସୁଗର୍ ମାମଲାରେ ଫସାଇବାକୁ ତତ୍ କାଳୀନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ଚାପ ପକାଇଥିଲେ। ତେବେ ସେ ଏଥିରେ ରାଜି ହୋଇ ନଥିଲେ। ସେଥିପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା।
ଏହା ସହିତ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବା ପାଇଁ ଶ୍ରୀ ମହାଳିକ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଜଣେ ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲାରେ ଫସିଥିବା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ସୋମବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ତାଙ୍କ ସହଯୋଗୀ କୁଲଦୀପ ରଥ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏହି ଦୁଇ ଜଣଙ୍କ ନାଁରେ ଚୌଦ୍ଵାର ଥାନା ରୁଜୁ ହୋଇଛି ମାମଲା। ଏହି ଅଭିଯୋଗ ଆସିବା ପରେ ସୁଶାନ୍ତ କୁମାର ନାଥଙ୍କୁ ରବିବାର ସରକାର ଜେଲ୍‌ ଡିଜି ପଦରୁ ହଟାଇ ଓଏସ୍‌ଡି ଭାବେ ଗୃହ ବିଭାଗକୁ ବଦଳି କରିଛନ୍ତି।
ଡିଜି ରାଙ୍କର ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥଙ୍କ ବିରୋଧରେ ଏହିଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଚୌଦ୍ୱାର ସର୍କଲ ଜେଲର ଜଣେ ପୂର୍ବତନ ମହିଳା ଜେଲର୍। ତାଙ୍କ ଅଭିଯୋଗ ଆଧାରରେ ଚୌଦ୍ୱାର ଜେଲ୍‌ରେ ଶ୍ରୀ ନାଥଙ୍କ ନାଁରେ ରୁଜୁ ହୋଇଛି ମାମଲା। ଏ ସଂପର୍କରେ କମିଶନରେଟ ପୁଲିସ ପକ୍ଷରୁ ଅକ୍ଟୋବର ୩୧ ତାରିଖରେ ଗୃହ ବିଭାଗକୁ ଅବଗତ କରାଯିବା ପରେ ରବିବାର ଶ୍ରୀ ନାଥଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଦିଆଯାଇଥିଲା।
ଚୌଦ୍ୱାର ଜେଲ୍‌ର ଉକ୍ତ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍‌)ଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ ଓ ତାଙ୍କ ମୋବାଇଲ ଫୋନ୍ ନମ୍ବର ନେଇଥିଲେ। ପରେ କୁଲଦୀପ ରଥ ତାଙ୍କ ପାଖକୁ ଇମୋଜି ସହିତ ଏମିତି କିଛି ମେସେଜ୍ ପଠାଇଥିଲେ, ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ। ୨୦୨୫ ଅଗଷ୍ଟ ୨୯ ଓ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ କୁଲଦୀପ ରଥ ତାଙ୍କୁ ଏକ ହୋଟେଲକୁ ଏକୁଟିଆ ଆସିବାକୁ ନିମନ୍ତ୍ରଣ କରିଥିଲେ। ସେଠାରେ ଡିଜି ତାଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ ପୂର୍ବତନ ମହିଳା ଜେଲର ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳସ୍ୱରୂପ ସୁଶାନ୍ତ କୁମାର ନାଥ ତାଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ତାଙ୍କର ସେହି ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ସହିତ ଯୋଡ଼ିଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ୭/୮ ତାରିଖରେ ହୋଇଥିବା ବୈଠକରେ ସେ ତାଙ୍କୁ କହିଥିଲେ, ‘ତୁମେ ଯଦି ମୋତେ ଭେଟିବାକୁ ଆସିଥାଆନ୍ତ, ତା’ହେଲେ ଏସବୁର ସମ୍ମୁଖୀନ ହୋଇନଥାନ୍ତ।’
ଏହି ପୂର୍ବତନ ମହିଳା ଜେଲର୍ ଆହୁରି ଅଭିଯୋଗ କରିଛନ୍ତି ଯେ ଚୌଦ୍ୱାର ଜେଲ୍‌ର ପୂର୍ବତନ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୋଧରେ ସେ ଦେଇଥିବା ଏଫଆଇଆରକୁ ପ୍ରତ୍ୟାହାର କରିନେବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ସୁଶାନ୍ତ କୁମାର ନାଥ। ଏହା ସହିତ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ତଥା ଶାରୀରିକ କ୍ଷତି ପହଞ୍ଚାଇବାକୁ ଧମକ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ସୁଶାନ୍ତ ନାଥଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ପଦବୀର ଅପବ୍ୟବହାର, ଅପରାଧିକ ଧମକ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଭଳି ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌କୁ ଆସିଥିଲେ ରାଜ୍ୟ ସରକାର। ତାଙ୍କୁ ଜେଲ୍ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ବଦଳି କରାଯାଇଛି।
ଗୋଟିଏ ପଟେ ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ସୁଶାନ୍ତ ନାଥଙ୍କୁ ଲାଗିଛି ଆଉ ଏକ ଝଟକା। ସଂସଦୀୟ କମିଟି ପକ୍ଷରୁ ଓଡ଼ିଶାର ଜେଲ୍ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରାଯିବା ସହ ଏ ସମ୍ବନ୍ଧରେ ହାଜର ପାଇଁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ସୁଶାନ୍ତ ନାଥଙ୍କୁ ନୋଟିସ୍ କରିଛନ୍ତି।
୨୦୨୫ ଅକ୍ଟୋବର ୨ ତାରିଖରେ ଚୌଦ୍ୱାର ସର୍କଲ ଜେଲରୁ ଦୁଇ ବିହାରୀ କଏଦୀ ଚମ୍ପଟ ମାରିବା ପରେ ଜେଲ ସୁରକ୍ଷା ନେଇ ଉଠିଥିଲା ପ୍ରଶ୍ନ। ପରେ ପରେ ସନ୍ଦେହ ଘେରରେ ଥିବା ପୂର୍ବତନ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ ଗିରଫ ଘଟଣା ସନ୍ଦେହକୁ ଆହୁରି ଦୃଢୀଭୂତ କରିଥିଲା। ଏହାରି ଭିତରେ ଖୋଲାଖୋଲି ଭାବେ ସୁଜିତ ରାଉଳଙ୍କୁ ଜେଲ ଡିଜି ସୁଶାନ୍ତ ନାଥ ସୁରକ୍ଷା ଦେଉଥିବା ସାଂସଦ ସୁଜିତ କୁମାର ଅଭିଯୋଗ କରିଥିଲେ।
📲Get App