Jobs & Career
Govt Holiday ୨୦୨୭ ମସିହାରେ ୨୯ଦିନ ସରକାରୀ ଛୁଟି, ୨୦ଦିନ ବ୍ୟାଙ୍କ ଛୁଟି, ବିଜ୍ଞପ୍ତି ଜାରି
ଆସନ୍ତା ୨୦୨୭ ମସିହା କ୍ୟାଲେଣ୍ଡର ବର୍ଷରେ ସରକାରୀ ଅଫିସ, କୋର୍ଟ ଓ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ନିମନ୍ତେ ବିସ୍ତୃତ ଛୁଟି ତାଲିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି। ରାଜ୍ୟର ସମସ୍ତ ସରକାରୀ ଅଫିସ ସମେତ ରାଜସ୍ୱ ଓ ମାଜିଷ୍ଟ୍ରେରିଆଲ କାର୍ଯ୍ୟନିର୍ବାହୀ କୋର୍ଟଗୁଡ଼ିକ ପାଇଁ ମୋଟ ୨୯ଦିନ ସରକାରୀ ଛୁଟି ମଞ୍ଜୁର ହୋଇଛି। ଏହାସହିତ କର୍ମଚାରୀମାନଙ୍କୁ ଧାର୍ମିକ ବିଶ୍ୱାସ ନିର୍ବିର୍ଶେଷରେ ୪ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ନିଜ ପସନ୍ଦରରେ ଚୟନ କରିବାକୁ ଅନୁମତି ମିଳିବ। ଅନ୍ୟପକ୍ଷରେ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ-୧୮୮୧ ଅଧୀନରେ ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥା ପାଇଁ ୨୦ଦିନ ସାର୍ବଜନୀନ ଛୁଟି ଘୋଷଣା ହୋଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୭ ମସିହା କ୍ୟାଲେଣ୍ଡର ବର୍ଷରେ ସରକାରୀ ଅଫିସଗୁଡ଼ିକ ନିମନ୍ତେ ଘୋଷିତ ୨୯ଦିନର ସରକାରୀ ଛୁଟିଗୁଡ଼ିକ ହେଲା ଜାନୁଆରୀ ୧୪ ମକର ସଂକ୍ରାନ୍ତି, ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ, ଫେବୃଆରୀ ୧୧ ବସନ୍ତ ପଂଚମୀ, ମାର୍ଚ୍ଚ ୬ ମହାଶିବରାତ୍ରି, ମାର୍ଚ୍ଚ ୧୦ ଇଦ୍-ଉଲ୍-ଫିତର, ମାର୍ଚ୍ଚ ୨୨ ଦୋଳପୂର୍ଣ୍ଣିମା, ମାର୍ଚ୍ଚ ୨୩ ହୋଲି, ମାର୍ଚ୍ଚ ୨୬ ଗୁଡଫ୍ରାଇଡେ, ଏପ୍ରିଲ ୧ ଉତ୍କଳ ଦିବସ, ଏପ୍ରିଲ ୧୪ ଆମ୍ବେଦକର ଜୟନ୍ତୀ ତଥା ମହାବିଷୁବ ସଂକ୍ରାନ୍ତି, ଏପ୍ରିଲ ୧୫ ଶ୍ରୀରାମ ନବମୀ, ମେ ୧୭ ଇଦଉଲଜୁହା, ମଇ ୨୦ ବୁଦ୍ଧ ଜୟନ୍ତୀ ତଥା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନ, ଜୁନ୍ ୪ ସାବିତ୍ରୀ ଅମାବାସ୍ୟା, ଜୁନ୍ ୧୪ ପହିଲି ରଜ, ଜୁନ୍ ୧୫ ରଜ ସଂକ୍ରାନ୍ତି, ଜୁନ୍ ୧୬ ମହରମ, ଜୁଲାଇ ୫ ରଥଯାତ୍ରା, ଅଗଷ୍ଟ ୧୭ ଝୁଲଣ ପୂର୍ଣ୍ଣିମା, ଅଗଷ୍ଟ ୨୪ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୪ ଗଣେଶ ପୂଜା, ସେପ୍ଟେମ୍ବର ୬ ନୂଆଖାଇ ପରଦିନ, ସେପ୍ଟେମ୍ବର ୩୦ ମହାଳୟା, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୬ ମହାସପ୍ତମୀ, ଅକ୍ଟୋବର ୭ ମହାଅଷ୍ଟମୀ, ଅକ୍ଟୋବର ୮ ମହାନବମୀ, ଅକ୍ଟୋବର ୧୫ କୁମାର ପୂର୍ଣ୍ଣିମା ଓ ଅକ୍ଟୋବର ୨୯ ତାରିଖ ଦୀପାବଳି ନିମନ୍ତେ ସରକାରୀ ଅଫିସଗୁଡ଼ିକ ଛୁଟି ରହିବ।
ଏସବୁ ଛୁଟି ବ୍ୟତୀତ କର୍ମଚାରୀମାନେ ଚାହିଁଲେ ଜାନୁଆରୀ ୧୫ ଗୁରୁଗୋବିନ୍ଦ ସିଂହ ଜୟନ୍ତୀ, ଜୁଲାଇ ୧୩ ବାହୁଡ଼ା ଯାତ୍ରା, ଅଗଷ୍ଟ ୨୦ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ ଓ ଡିସେମ୍ବର ୨୪ ଖ୍ରୀଷ୍ଟମାସ ମଧ୍ୟରୁ ଯେକୌଣସି ଗୋଟିଏ ଛୁଟିକୁ ନିଜର ଇଚ୍ଛାଧୀନ ଛୁଟି ଭାବେ ନେଇପାରିବେ। ତେବେ ଏଥିପାଇଁ ନିଜର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିବାକୁ ପଡ଼ିବ। ୨୦୨୭ ବର୍ଷରେ ସରକାରୀ କର୍ମଚାରୀଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବପର୍ବାଣି ରବିବାର କିମ୍ବା ଚତୁର୍ଥ ଶନିବାର ପଡୁଥିବାରୁ କର୍ମଚାରୀମାନେ ଅତିରିକ୍ତ ଛୁଟି ସୁବିଧାରୁ ବଂଚିତ ହେବେ।
ସେହିପରି ସରକାରୀ ଛୁଟି ଭାବେ ବିବେଚିତ ହେଉଥିବା ମୋଟ ୬ଟି ପ୍ରମୁଖ ପର୍ବପର୍ବାଣି ୨୦୨୭ ମସିହାରେ ସାପ୍ତାହିକ ଛୁଟି(ରବିବାର ଅବା ଚତୁର୍ଥ ଶନିବାର) ସହିତ ମିଶିଯାଇଛି। ଏହାବ୍ୟତୀତ ସାଧାରଣ ଓ ଇଚ୍ଛାଧୀନ ଛୁଟି ତାଲିକା ମିଶାଇ ମୋଟ୍ ୧୧ଟି ପର୍ବପର୍ବାଣି ରବିବାର କିମ୍ବା ଚତୁର୍ଥ ଶନିବାର ସହିତ ଏକାଠି ପଡ଼ୁଛି।
ସେହିପରି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମୋଟ ୨୦ଦିନ ସରକାରୀ ଛୁଟି ପାଇଁ ବନ୍ଦ ରହିବ। ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଚତୁର୍ଥ ଶନିବାର, ସ୍ୱାଧୀନତା ଦିବସ ରବିବାର, ନୂଆଖାଇ ରବିବାର, ବିଜୟା ଦଶମୀ ରବିବାର ଓ ବଡ଼ଦିନ ଚତୁର୍ଥ ଶନିବାରରେ ପଡୁଥିବାରୁ ଏହି ୫ଟି ପର୍ବ ସାପ୍ତାହିକ ଛୁଟିରେ ମିଶିଯାଇଛି। ତେବେ ଯେଉଁ ବ୍ୟାଙ୍କ ଶାଖାଗୁଡ଼ିକ ପାଇଁ ଏହି ବାରଗୁଡ଼ିକ ସ୍ୱାଭାବିକ କାର୍ଯ୍ୟଦିବସ ହୋଇଥାଏ, ସେହି ନିର୍ଦ୍ଦିଷ୍ଟ ଶାଖାଗୁଡ଼ିକ ଏହି ୫ଦିନକୁ ଛୁଟି ଭାବେ ପାଳନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।