🔥 ट्रेंडिंग एपी में एनडीए गठबंधन ने शहरी स्थानीय न... आसपास 15 वर्ष के विलंब पर उम्मीदवारों... गुजरात ने श्रमिक अन्नपूर्णा भोजन योजना... सिम्पली वॉल स्ट्रीट ने बताया, गुजरात फ... गुजरात ने बीट द्वारका कॉरिडोर से विश्व... ਮਰਹੂਮ ਸਿੱਧੂ ਮੂਸੇਵਾਲਾ ਦਾ ਨਵਾਂ ਗੀਤ 'Kaal...
16 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
ସମ୍ବଲପୁର GM ବିଶ୍ୱବିଦ୍ୟାଳୟରେ ABVPର ବିଜୟ
शिक्षा

ସମ୍ବଲପୁର GM ବିଶ୍ୱବିଦ୍ୟାଳୟରେ ABVPର ବିଜୟ

✍️ रिपोर्टर: Deepak Mahapatra 🗓 16 अक्टू. 2026, 01:32 PM 👁 19
शेयर करें: 💬 WhatsApp 📘 Facebook 𝕏 Post
ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ( ABVP)ର ବିଜୟ ହୋଇଛି। ସଭାପତି ଭାବେ ସ୍ୱାଧୀନ ଆଚାର୍ଯ୍ୟ ବିଜୟୀ ହୋଇଥିବା ବେଳେ ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲ ଜିତିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ ୧୩ ପଦବୀରେ ABVP ପ୍ରତିନିଧିଙ୍କ ବିଜୟ ହୋଇଛି।
ଭୁବନେଶ୍ୱରର ଦୁଇ ପ୍ରମୁଖ କଲେଜ୍ ରାଜଧାନୀ ମହାବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଫଳାଫଳ ମଧ୍ୟ ସାମ୍ନାକୁ ଆସି ସାରିଛି। ଏହି ଦୁଇ କଲେଜରେ ବାଜି ମାରିଛନ୍ତି ଅଖିତ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ପ୍ରାର୍ଥୀଙ୍କ ବିଜୟ ହୋଇଛି।
ବିଜେବି କଲେଜରେ ଆର୍ଯ୍ୟନ ମହାପାତ୍ର ସଭାପତି ପଦ ହାତେଇ ଥିବା ବେଳେ ରାଜଧାନୀ କଲେଜରେ ସଭାପତି ପଦରେ ବିଜୟୀ ହୋଇଛନ୍ତି ଅବିନାଶ ପାଢ଼ୀ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜରେ ABVPର ବିଜୟ ହୋଇଥିବା ବେଳେ ଅନୁଗୋଳ ମହିଳା କଲେଜ ଓ କଟକ କଲେଜ ଏବଂ କିଶୋର ନଗର ଡିଗ୍ରୀ କଲେଜ୍‌ରେ ମଧ୍ୟ ABVPର ବିଜୟ ହୋଇଛି।
ଧାମନଗର ମହାବିଦ୍ୟାଳୟରେ ABVPର ବିଜୟ ହୋଇଥିବା ବେଳେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ସଭାପତି ପଦରେ ABVP ବିଜୟୀ ହୋଇଛି। ସେହିପରି ପାରାଦୀପ କଲେଜରେ ସଭାପତି ପଦରେ ABVP ବିଜୟୀ ହୋଇଛି।
ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ BCJD ବିଜୟୀ ହୋଇଛି। ଏହି କଲେଜର ଛାତ୍ର ସଂସଦର ସଭାପତି, ଉପସଭାପତି, ସା.ସମ୍ପାଦକ ପଦବୀରେ BCJD ପ୍ରାର୍ଥୀଙ୍କ ବିଜୟ ହୋଇଛି। ଝାରସୁଗୁଡା ପିକେଏସଏସ କଲେଜରେ BCJD ବିଜୟୀ ହୋଇଛି। ଏଠାରେ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
📲Get App