🔥 TRENDING Iconic 'Ramayan' TV series makes histo... Tamil Nadu DVAC raids 30 sites in sand... Tamil Nadu Politics: DMK's Stalin Crit... Tamil Nadu CM Vijay Moves to New Offic... ಬಿಡಾದಿ ಟೌನ್‌ಶಿಪ್ ಯೋಜನೆ: ಬೆಂಗಳೂರು ಸಮಾಜಿ... Katihar’s Makhana-Thekua: Traditional...
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

କଲେଜ କ୍ୟାମ୍ପସରୁ ପଞ୍ଚାୟତ ଯାଏଁ ବିଜେପିର ବଡ଼ ମିଶନ୍; ଟାର୍ଗେଟ୍‌ରେ Gen-Z ଭୋଟର, କାଲିଠୁ ରାଜ୍ୟବ୍ୟାପୀ ହେବ ‘ଯୁବ ସମ୍ବାଦ’

✍️ Reporter: Deepak Mahapatra 🗓 06 Nov 2026, 02:20 PM 👁 16
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ି, ବିଶେଷକରି Gen-Z ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ବିଜେପି ଆରମ୍ଭ କରିବାକୁ ଯାଉଛି ଏକ ରାଜ୍ୟବ୍ୟାପୀ ଅଭିଯାନ। ନଭେମ୍ବର ୬ରୁ ‘ଯୁବ ସମ୍ବାଦ’ ନାମରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଜେପି ଯୁବ ମୋର୍ଚ୍ଚା ଏହି ଅଭିଯାନର ନେତୃତ୍ୱ ନେବ।
ଯୁବପିଢ଼ିଙ୍କ ମଧ୍ୟରେ ଦଳର ସାଂଗଠନିକ ଆଧାରକୁ ମଜଭୁତ କରିବା ଏବଂ ସେମାନଙ୍କ ସହ ସିଧାସଳଖ ଯୋଡ଼ି ହେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସହିତ ପଞ୍ଚାୟତ ଏବଂ ମଣ୍ଡଳ ସ୍ତରରେ ମଧ୍ୟ ବିଭିନ୍ନ ଆଲୋଚନା ଓ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ସୂଚନା ଅନୁସାରେ, ରାଜ୍ୟ ବିଜେପି ମୁଖ୍ୟାଳୟରେ ଯୁବ ମୋର୍ଚ୍ଚାର ଏକ ବୈଠକରେ ଏହି ଅଭିଯାନର ରୂପରେଖ ଚୂଡ଼ାନ୍ତ ହୋଇଛି। କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ଜାତୀୟ ଏକତା, ସଂଘୀୟ ବ୍ୟବସ୍ଥା ଓ ଜାତୀୟ ସ୍ୱାର୍ଥ ଭଳି ପ୍ରସଙ୍ଗରେ ଆଲୋଚନା କରିବେ ଯୁବ ମୋର୍ଚ୍ଚା କର୍ମୀ। ଏହା ସହ ଯୁବପିଢ଼ିଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ ହେବ।
ଅନ୍ୟପଟେ, ଗାଁ ଓ ପଞ୍ଚାୟତ ସ୍ତରରେ ଯୁବକଯୁବତୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା, ଆଶା ଓ ଆକାଂକ୍ଷା ବୁଝିବାକୁ ଦଳ ଯୋଜନା କରିଛି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଗତ ଅକ୍ଟୋବର ୧୫ରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏଥିରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଅନେକ ଶିକ୍ଷାନୁଷ୍ଠାନରେ ସଫଳତା ପାଇଥିବା ବେଳେ ରେଭେନ୍ସା ଓ ରମାଦେବୀ ଭଳି ପ୍ରମୁଖ ଅନୁଷ୍ଠାନରେ ବିଜେଡିର ଛାତ୍ର ସଂଗଠନ ମଧ୍ୟ ବିଜୟୀ ହୋଇଥିଲା।
ତେବେ କେବଳ ରାଜନୈତିକ ଆଲୋଚନା ନୁହେଁ, ନିଯୁକ୍ତି, ଶିକ୍ଷା, ଦକ୍ଷତା ବିକାଶ ଓ ଯୁବପିଢ଼ିଙ୍କ ଭବିଷ୍ୟତ ସମ୍ପର୍କିତ ପ୍ରସଙ୍ଗରେ ବିଜେପି କେତେ ଗୁରୁତ୍ୱ ଦେଉଛି, ତାହା ହିଁ ଏହି ଅଭିଯାନର ସଫଳତା ନିର୍ଣ୍ଣୟ କରିବ।
📲Get App