Business
ESMA ଆନ୍ଦୋଳନରତ ବିଦ୍ୟୁତ୍ କର୍ମଚାରୀଙ୍କୁ ଚେତାବନୀ: ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଶକ୍ତି ସଚିବ, ‘ଏସମା’ କଡ଼ାକଡ଼ି ପାଳନ ହେଉ
ଗତ ଅକ୍ଟୋବର ୧ ତାରିଖରୁ ଟିପିସିଓଡିଏଲ୍ ଅଧୀନରେ ବିକ୍ଷୋଭ ଓ ଧର୍ମଘଟ ଚାଲିଛି। ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ସମସ୍ତ ଚେଷ୍ଟା କରିଥିଲେ ମଧ୍ୟ କର୍ମଚାରୀମାନେ ପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।ରାଜ୍ୟରେ 'ଏସମା' ବଳବତ୍ତର ଥିବା ସତ୍ତ୍ୱେ ବିଦ୍ୟୁତ୍ କର୍ମଚାରୀମାନେ କରୁଥିବା ଆନ୍ଦୋଳନକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଦ୍ୟୁତ ସେବା ପାଇଁ ‘ଏସମା’ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି, ତେଣୁ ଏହି ନିୟମକୁ ଉଲ୍ଲଘଂନ କରୁଥିବା ଆନ୍ଦୋଳନକାରୀଙ୍କୁ ନାଲିଆଖି ଦେଖାଇଛନ୍ତି ସରକାର।
ନିୟମ ଉଲ୍ଲଂଘନ କରୁଥିବା ଆନ୍ଦୋଳନକାରୀ ଓ ସଂଗଠନ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ବିଭାଗର ସଚିବ ବିଶାଲ ଦେବ ଅକ୍ଟୋବର ୧୨ତାରିଖରେ ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କୁ ଚିଠି ଲେଖି ‘ଏସମା’ ଆଇନ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି। ଗତ ମଇ ୨୧ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଗ୍ରୀଡକୋ, ଓପିଟିସିଏଲ୍, ଓଏଚପିସି, ଓପିଜିସି ଓ ସମସ୍ତ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଉପରେ ୬ ମାସ ପାଇଁ ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ-୧୯୮୮ (ଏସମା) ଲାଗୁ କରାଯାଇଥିଲା। ଏହି ନିଷେଧାଦେଶ ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ବାକୁ ରାଜ୍ୟ ଶକ୍ତି ସଚିବ ବିଶାଳ କୁମାର ଦେବ
ମାତ୍ର ଏହି ଆଇନ ବଳବତ୍ତର ଥାଇ ସୁଦ୍ଧା ବିଏମଏସ,ଓଡ଼ିଶା ସହ ଅନୁବନ୍ଧିତ ଥିବା ‘ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ’ର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ାଙ୍କ ନେତୃତ୍ୱରେ ଗତ ଅକ୍ଟୋବର ୧ ତାରିଖରୁ ଟିପିସିଓଡିଏଲ୍ ଅଧୀନରେ ବିକ୍ଷୋଭ ଓ ଧର୍ମଘଟ ଚାଲିଛି। ଟିପିସିଓଡିଏଲ୍ କର୍ତ୍ତୃପକ୍ଷ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ସମସ୍ତ ଚେଷ୍ଟା କରିଥିଲେ ମଧ୍ୟ କର୍ମଚାରୀମାନେ ପୂର୍ଣ୍ଣ କାର୍ଯ୍ୟବନ୍ଦ ସହ ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।
ଯେହେତୁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ୯ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ଟିପିସିଓଡିଏଲ୍ ହାତରେ ନ୍ୟସ୍ତ ରହିଛି,ତେଣୁ ଏଭଳି ସ୍ଥିତିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଲେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବ। ସାଧାରଣ ଗ୍ରାହକ ଓ ଡାକ୍ତରଖାନା ଭଳି ଜରୁରୀକାଳୀନ ପ୍ରତିଷ୍ଠାନ ଚରମ ହଇରାଣ ହେବେ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି।
ତେଣୁ ଖାଉଟିଙ୍କ ସ୍ୱାର୍ଥ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ଜରିଆରେ 'ଏସମା'କୁ କଡ଼ାକଡ଼ି ପାଳନ କରାଇବାକୁ ଶ୍ରୀ ଦେବ ପୁଲିସ ଡିଜିଙ୍କୁ କହିଛନ୍ତି। ଯଦି କୌଣସି ସଂଗଠନ, କର୍ମଚାରୀ କିମ୍ବା ପଦାଧିକାରୀ ବଳବତ୍ତର ଥିବା 'ଏସମା' ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ ଦଣ୍ଡବିଧାନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି।