🔥 TRENDING नवगछिया एसपी ने महादेवपुर घाट पहुंचकर... राजस्थान चिकित्सा विभाग में 600 पदों प... NewsUpdate यूपी में बंपर निवेश जापानी... Demand For Re Inclusion In Devadurga T... ग्वालियर के पीएम श्री केंद्रीय विद्याल... બાબરા ખાતે તા. ૧૪ ઓક્ટોબરે રોજગાર ભરતી...
13 Oct 2026•
ગુજરાતી मराठी ਪੰਜਾਬੀ বাংলা
🚨 BIG BREAKING NEWS | ବାଲେଶ୍ୱର
ବିଷ୍ଣୁପୁରରେ ଚାଞ୍ଚଲ୍ୟ! ୩ଟି ଗାଡ଼ି ଜଳି ପାଉଁଶ, ଅଭିଯୁକ୍ତଙ୍କୁ ନେବାକୁ ପହଞ୍ଚିଲା ନିଶା ନିବାରଣ ସଂସ୍ଥାର ଗାଡ଼ି!
Crime

🚨 BIG BREAKING NEWS | ବାଲେଶ୍ୱର ବିଷ୍ଣୁପୁରରେ ଚାଞ୍ଚଲ୍ୟ! ୩ଟି ଗାଡ଼ି ଜଳି ପାଉଁଶ, ଅଭିଯୁକ୍ତଙ୍କୁ ନେବାକୁ ପହଞ୍ଚିଲା ନିଶା ନିବାରଣ ସଂସ୍ଥାର ଗାଡ଼ି!

✍️ Reporter: PRADIPTA PATRA 🗓 13 Oct 2026, 08:52 AM 👁 19
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ବାଲେଶ୍ୱର ବିଷ୍ଣୁପୁରରେ ଚାଞ୍ଚଲ୍ୟ! ୩ଟି ଗାଡ଼ି ଜଳି ପାଉଁଶ, ଅଭିଯୁକ୍ତଙ୍କୁ ନେବାକୁ ପହଞ୍ଚିଲା ନିଶା ନିବାରଣ ସଂସ୍ଥାର ଗାଡ଼ି!

ବିଷ୍ଣୁପୁରରେ ଚାଞ୍ଚଲ୍ୟ! ତିନୋଟି ବାଇକ ଜାଳି ନଷ୍ଟ କରିଦେଇଥିବା ଅଭିଯୋଗ, ପୋଲିସ ବଦଳରେ ଅଭିଯୁକ୍ତ ନେବାକୁ ଆସି ଅଟକିଲା ନିଶା ନିବାରଣ ସଂସ୍ଥାର ଗାଡି

ବାହାନଗା, ୧୩/୧୦: ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ତିନୋଟି ଗାଡ଼ି ଜଳି ପାଉଁଶ ହୋଇଯିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘର ସାମ୍ନାରେ ରଖାଯାଇଥିବା ତିନୋଟି ଗାଡ଼ି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଥିବା ବେଳେ, ଏହି ଘଟଣାରେ ବିଷ୍ଣୁପୁର ଗ୍ରାମର ଶୁଭାଶିଷ ଦାସ ଅଧିକାରୀ ଓରଫ ବାପିନ ଙ୍କ ନାମରେ ଅଭିଯୋଗ ଆସିଛି। ଅନ୍ୟପକ୍ଷରେ, ତାଙ୍କୁ ନେବା ପାଇଁ ପୁଲିସ ଗାଡ଼ି ବଦଳରେ ଏକ ନିଶା ନିବାରଣ ସଂସ୍ଥାର ଗାଡ଼ି ପହଞ୍ଚିବା ଏବଂ ଗ୍ରାମବାସୀ ଏହାକୁ ଅଟକାଇବା ଘଟଣା ଉତ୍ତେଜନାକୁ ଆହୁରି ତୀବ୍ର କରିଛି।

ସୂଚନା ଅନୁଯାୟୀ, ବିଷ୍ଣୁପୁର ଗ୍ରାମର ଶୁଭ୍ରଜ୍ୟୋତି ବେହେରାଙ୍କ ଘର ସାମ୍ନାରେ ସିବି ସାଇନ୍‌, ଗ୍ଲାମର ଓ ଜୁପିଟର ନାମକ ତିନୋଟି ଗାଡ଼ି ରଖାଯାଇଥିଲା। ଗତକାଲି ରାତି ପ୍ରାୟଗୋଟାଏ ରୁ ଦୁଇଟା ସମୟରେ ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିଲା। ନିଆଁ ଲାଗିବା ସମୟରେ ଶବ୍ଦ ହେବାରୁ ଘରଲୋକଙ୍କ ନିଦ ଭାଙ୍ଗିଯାଇଥିଲା। କବାଟ ଖୋଲି ବାହାରକୁ ଆସିବା ବେଳେ ସେମାନେ ଗାଡ଼ିଗୁଡ଼ିକୁ ଜଳୁଥିବା ଦେଖିଥିଲେ। ଏହାସହ ବାପିନ ଅଧିକାରୀଙ୍କୁ ଆଉ ଜଣେ ବ୍ୟକ୍ତିଙ୍କ ସହ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ଦେଖିଥିବା ମଧ୍ୟ ସେମାନେ ଦାବି କରିଛନ୍ତି।ଏନେଇ ମଧ୍ୟ ଗୋପାଳପୁର ଥାନାରେ ଆଜି ଅଭିଯୋଗ ହୁଇଥିଲା

ଏହି ଘଟଣା ପୂର୍ବରୁ ଦେବେନ୍ଦ୍ରପୁରର ଏକ ହନୁମାନ ମନ୍ଦିରରେ ଚୋରି ଘଟଣାକୁ ନେଇ ମଧ୍ୟ ବାପିନଙ୍କ ନାମରେ ଅଭିଯୋଗ ଆସିଥିବା କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଅଭିଯୋଗ ଆଧାରରେ ଗୋପାଳପୁର ଥାନା ପୁଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଆବଶ୍ୟକ ତଥ୍ୟ ମିଳିନଥିବାରୁ ରାତି ପ୍ରାୟ ୧0ଟା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ।

ଏହାପରେ ସେଇ ରାତିରେ ତିନୋଟି ଗାଡ଼ି ପୋଡ଼ିବା ଘଟଣା ସାମ୍ନାକୁ ଆସିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଏପଟେ ଆଜି ବାପିନଙ୍କୁ ନେବା ପାଇଁ ପୁଲିସ ଗାଡ଼ି ବଦଳରେ ‘ନିଉ ଲାଇଫ୍‌’ ନାମକ ଏକ ନିଶା ନିବାରଣ କେନ୍ଦ୍ରର ଗାଡ଼ି ଗ୍ରାମରେ ପହଞ୍ଚିଥିଲା। ସଂସ୍ଥାର ସଦସ୍ୟମାନେ ବାପିନଙ୍କୁ ତାଙ୍କ ଘରୁ ଗାଡ଼ିରେ ବସାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଗାଡ଼ିଟିକୁ ଅଟକାଇଥିଲେ। ପୁଲିସ ଗାଡ଼ି ବଦଳରେ ନିଶା ନିବାରଣ ସଂସ୍ଥାର ଗାଡ଼ି କାହିଁକି ଆସିଲା ଏବଂ କେଉଁ ଆଧାରରେ ତାଙ୍କୁ ନେବାକୁ ଉଦ୍ୟମ କରାଯାଉଥିଲା, ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଥିଲେ।

ଗ୍ରାମବାସୀଙ୍କ ବିରୋଧ ଓ ହୋହଲ୍ଲା ପରେ ନିଶା ନିବାରଣ ସଂସ୍ଥାର ସଦସ୍ୟମାନେ ବାପିନଙ୍କୁ ପୁଣି ତାଙ୍କ ଘରେ ଛାଡ଼ି ଦେଇଥିଲେ। କିନ୍ତୁ ଏଥିରେ ଗ୍ରାମବାସୀଙ୍କ ଅସନ୍ତୋଷ କମିନଥିଲା। ବାପିନଙ୍କୁ ସେମାନଙ୍କ ହାତରେ ଛାଡ଼ିବାକୁ ଦାବି କରିବା ସହ ତାଙ୍କୁ କାହିଁକି ଘରେ ଛାଡ଼ି ଦିଆଗଲା ବୋଲି ପ୍ରଶ୍ନ ଉଠାଇ ସେମାନେ ଗାଡ଼ିଟିକୁ ଅଟକ ରଖିଥିଲେ।

ଏପଟେ ବାପିନ ଘର ଭିତରକୁ ପଶି ଭିତର ପଟୁ କବାଟ ବନ୍ଦ କରିଦେଇଥିବାରୁ ତାଙ୍କୁ କାବୁ କରିବା ପାଇଁ ଗୋପାଳପୁର ଥାନା ପୁଲିସକୁ ଦୀର୍ଘ ସମୟ ଧରି ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ଅଗ୍ନିଶମ ବିଭାଗର ଟିମ୍‌କୁ ଡକାଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କବାଟ ଖୋଲାଯାଇ ବାପିନଙ୍କୁ କାବୁ କରାଯାଇଥିଲା। ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖାଯାଇଥିବା ନିଶା ନିବାରଣ ସଂସ୍ଥାର ଗାଡ଼ିକୁ ମଧ୍ୟ ପୁଲିସ ଉଦ୍ଧାର କରିଥିବା ସୂଚନା ମିଳିଛି।

ତେବେ ଗୋଟିଏ ପଟେ ମନ୍ଦିର ଚୋରି ଅଭିଯୋଗ, ଅନ୍ୟପଟେ ତିନୋଟି ଗାଡ଼ି ପୋଡ଼ିବା ଘଟଣା ଏବଂ ଅଭିଯୁକ୍ତଙ୍କୁ ନେବା ପାଇଁ ନିଶା ନିବାରଣ ସଂସ୍ଥାର ଗାଡ଼ି ପହଞ୍ଚିବା—ଏସବୁ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ନିଶା ନିବାରଣ ସଂସ୍ଥାର ଗାଡ଼ି କାହା ନିର୍ଦ୍ଦେଶରେ ଆସିଥିଲା, ତିନୋଟି ଗାଡ଼ି ପୋଡ଼ିବା ଘଟଣାରେ କିଏ ସମ୍ପୃକ୍ତ ଏବଂ ଘଟଣାରେ ଆଉ ଜଣେ ବ୍ୟକ୍ତିଙ୍କ ଭୂମିକା କ’ଣ, ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି —ଏସବୁ ଦିଗରେ ନିରପେକ୍ଷ ତଦନ୍ତ ହେଲେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ।
📲Get App