🔥 TRENDING नज़देला खुर्द के धार्मिक स्थल पर रामली... नवरात्रि एवं दशहरा पर्व की तैयारियों क... Polish Woman Amazed by India's Online... Delhi Police Deny Malicious Intent Beh... PM Modi Inaugurates Chennai Metro Phas... Delhi Metro Reopens After One-Day Clos...
11 Oct 2026•
ગુજરાતી मराठी ਪੰਜਾਬੀ বাংলা
National

🚨 BIG BREAKING NEWS | ଦୁର୍ଗାପୂଜା ପୂର୍ବରୁ ଗୋପାଳପୁର ପୋଲିସର କଡ଼ା ଚେତାବନୀ!

✍️ Reporter: PRADIPTA PATRA 🗓 11 Oct 2026, 07:56 AM 👁 19
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

🚨 BIG BREAKING NEWS | ଦୁର୍ଗାପୂଜା ପୂର୍ବରୁ ଗୋପାଳପୁର ପୋଲିସର କଡ଼ା ଚେତାବନୀ!

🚨 BIG BREAKING NEWS | ଦୁର୍ଗାପୂଜା ପୂର୍ବରୁ ଗୋପାଳପୁର ପୋଲିସର କଡ଼ା ଚେତାବନୀ!

ଡିଜେ ବ୍ୟବହାର ଉପରେ କଟକଣା, ଜବରଦସ୍ତି ଚାନ୍ଦା ଆଦାୟ ମନା; ବାଣ ଫୁଟାଇବା ଓ ମାରଣାସ୍ତ୍ର ବ୍ୟବହାର ଉପରେ ରୋକ୍

📍 ବାହାନଗା, ଅକ୍ଟୋବର ୧୧:

ଦୁର୍ଗାପୂଜାରେ ବିଶୃଙ୍ଖଳା କିମ୍ବା ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବ ନାହିଁ। ଶାନ୍ତିଶୃଙ୍ଖଳାର ସହ ପୂଜା ପାଳନ ପାଇଁ ପୂଜା କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛି ଗୋପାଳପୁର ପୋଲିସ।

ଶନିବାର ସନ୍ଧ୍ୟାରେ ଗୋପାଳପୁର ଥାନା ପରିସରରେ ଆୟୋଜିତ ଶାନ୍ତି କମିଟି ବୈଠକରେ ଡିଜେ ବ୍ୟବହାର, ଜବରଦସ୍ତି ଚାନ୍ଦା ଆଦାୟ, ଭସାଣି ଶୋଭାଯାତ୍ରାରେ ବାଣ ଫୁଟାଇବା ଓ ମାରଣାସ୍ତ୍ର ବ୍ୟବହାର ଭଳି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି।

ଚଳିତ ବର୍ଷ ଗୋପାଳପୁର ଥାନା ଅଞ୍ଚଳର ୮ଟି ସ୍ଥାନରେ ଦୁର୍ଗାପୂଜା ଆୟୋଜନ ହେବ। ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପୂଜା ଚାଲିବ। ବୈଠକରେ ଥାନା ଆଇଆଇସି ମଧୁସ୍ମିତା ସିଂହ ଓ ଏସ୍‌ଆଇ ଭଗବତ ରାଉତ ଉପସ୍ଥିତ ରହି ପୂଜା କମିଟିର କର୍ମକର୍ତ୍ତାଙ୍କୁ ନିୟମ ପାଳନ ପାଇଁ ପରାମର୍ଶ ଦେଇଥିଲେ।

ପୂଜା ନାଁରେ ଜବରଦସ୍ତି ଚାନ୍ଦା ଆଦାୟ ନକରିବା, ଜାତି ଓ ଧର୍ମ ନିର୍ବିଶେଷରେ ଭାଇଚାରା ବଜାୟ ରଖିବା ଏବଂ ପୂଜାମଣ୍ଡପ ସମ୍ମୁଖରେ ରାସ୍ତା ଅବରୋଧ ନକରିବାକୁ କୁହାଯାଇଛି। ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାତାୟାତ ପାଇଁ ରାସ୍ତା ଖୋଲା ରଖିବା ସହ ମଣ୍ଡପରେ ଅଗ୍ନିନିର୍ବାପକ ଯନ୍ତ୍ର ଓ ପାଣି ବାଲ୍‌ଟି ରଖିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ପୋଲିସ, ବିଦ୍ୟୁତ୍ ବିଭାଗ ଓ ଅଗ୍ନିଶମ ବିଭାଗର ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି।

ଭସାଣି ଶୋଭାଯାତ୍ରା ନିର୍ଦ୍ଧାରିତ ସମୟରେ ଶେଷ କରିବା, ଶୋଭାଯାତ୍ରାରେ ମାରଣାସ୍ତ୍ର ନନେବା, ବାଣ ଫୁଟାଇବାରୁ ବିରତ ରହିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଧାର୍ଯ୍ୟ ସମୟରେ ଶେଷ କରିବା ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଛି।

ପୋଲିସର ଆହ୍ୱାନ: ନିୟମ ମାନି ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ପରିବେଶରେ ଦୁର୍ଗାପୂଜା ପାଳନ କରନ୍ତୁ।

📢 NEED 24 NEWS
ସତ୍ୟ ଖବର, ନିର୍ଭୀକ ରିପୋର୍ଟିଂ।

#DurgaPuja #GopalpurPolice #Bahanaga #BalasoreNews #OdishaNews #need24News
📲Get App