🔥 TRENDING Jammu and Kashmir Cabinet Expansion Lo... Supreme Court reprimands Election Comm... Researchers Release Children’s Book ‘A... Hassan District Commissioner and SP di... Former Minister Ramesh Jarkiholi Meets... સાબરકાંઠા: પોશીના પોલીસે કપાસની આડમાં...
15 Oct 2026•
ગુજરાતી मराठी ਪੰਜਾਬੀ বাংলা
BDA ର ମେଗା ପ୍ଲାନିଂ: ନୂଆ ରୂପ ପାଇବ ନିକୋ ପାର୍କ, ଘର କିଣିଲେ ମିଳିବ ୫ ଲକ୍ଷ ରିହାତି, ବିଡିଏ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ
Business

BDA ର ମେଗା ପ୍ଲାନିଂ: ନୂଆ ରୂପ ପାଇବ ନିକୋ ପାର୍କ, ଘର କିଣିଲେ ମିଳିବ ୫ ଲକ୍ଷ ରିହାତି, ବିଡିଏ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ

✍️ Reporter: Deepak Mahapatra 🗓 15 Oct 2026, 01:30 PM 👁 18
Share: 💬 WhatsApp 📘 Facebook 𝕏 Post
ଦୀର୍ଘବର୍ଷ ଧରି ଅବହେଳିତ ଓ ବିଧ୍ୱଂସ୍ତ ଅବସ୍ଥାରେ ପଡ଼ିରହିଥିବା ରାଜଧାନୀର ସବୁଠୁ ଲୋକପ୍ରିୟ ନିକୋ ପାର୍କର ପୁନରୁଦ୍ଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଡିଏର ଏହି ପାର୍କର ନବୀକରଣ କାମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଓ ପ୍ରଶାସନିକ ମଞ୍ଜୁରୀ ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ।ଭୁବନେଶ୍ୱର ସହରର ସୌନ୍ଦର୍ଯ୍ୟ ବୃଦ୍ଧି, ସୁଲଭ ଆବାସ ଓ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ନିମନ୍ତେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଡିଏ ମଧ୍ୟ ନିଜର କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସେମାନଙ୍କୁ ଅବସରକାଳୀନ ପ୍ରାପ୍ୟ ଦେବାକୁ ଯୋଜନା କରିଛି।
ଆଜି ବିଡିଏର ୧୫୩ତମ ବୋର୍ଡ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦୀର୍ଘବର୍ଷ ଧରି ଅବହେଳିତ ଓ ବିଧ୍ୱଂସ୍ତ ଅବସ୍ଥାରେ ପଡ଼ିରହିଥିବା ରାଜଧାନୀର ସବୁଠୁ ଲୋକପ୍ରିୟ ନିକୋ ପାର୍କର ପୁନରୁଦ୍ଧାର ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ବିଡିଏର ଏହି ପାର୍କର ନବୀକରଣ କାମକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଓ ପ୍ରଶାସନିକ ମଞ୍ଜୁରୀ ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ପାର୍କ ଦେଇ ଯାଉଥିବା ନାଳ ପାଣିକୁ ଆଧୁନିକ ଜ୍ଞାନକୌଶଳରେ ଟ୍ରିଟମେଣ୍ଟ କରି ପୁନଃବ୍ୟବହାର କରାଯିବ। ଏହାସହିତ ବୋଟିଂ ବ୍ୟବସ୍ଥା, ଆକର୍ଷଣୀୟ ୱାଟର ଭ୍ୟୁ, ଓପନ ଜିମ୍‌, ସଂଗ୍ରହାଳୟ ଓ ପିଲାମାନଙ୍କ ପାଇଁ ମନୋରଞ୍ଜନ ପାର୍କ ନିର୍ମାଣ କରାଯାଇ ନିକୋ ପାର୍କର ପୁରୁଣା ଗୌରବ ଫେରାଇ ଅଣାଯିବ।
ସେହିପରି ସହରରେ ବଢ଼ୁଥିବା ଯାନବାହନ ଭିଡ଼ ଓ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ସିଡିପି (ବିସ୍ତୃତ ଉନ୍ନୟନ ପ୍ରକଳ୍ପ) ଅଧୀନରେ ୪ରୁ ୫ଟି ପ୍ରମୁଖ ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ସହରର ଯୋଜନାବଦ୍ଧ ବିକାଶ ଓ ସାଧାରଣ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ ପ୍ରାୟ ୮ଟି ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟକାରୀ କରାଯାଉଛି ବୋଲି ସେ କହିଛନ୍ତି।
ମନ୍ତ୍ରୀ ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବିଡିଏ ପକ୍ଷରୁ ନିର୍ମିତ ‘ଏକାମ୍ର ରେସିଡେନ୍ସି’ ଆବାସିକ ପ୍ରକଳ୍ପର ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଆବାସ ପ୍ରକଳ୍ପ ପାଇଁ ଆବେଦନକାରୀଙ୍କୁ ୨ ଲକ୍ଷ ୧୦ ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ସେଥିରୁ ୨ ଲକ୍ଷ ଟଙ୍କା ଫେରସ୍ତଯୋଗ୍ୟ ଓ ୧୦ ହଜାର ଟଙ୍କା ଅଣଫେରସ୍ତଯୋଗ୍ୟ ରହିଥିଲା। କିନ୍ତୁ ଏବେ ସେହି ୧୦ହଜାର ଟଙ୍କାକୁ ମଧ୍ୟ ସମ୍ପୂର୍ଣ୍ଣ ଫେରସ୍ତ ପାଇଁ ନିଷ୍ପତ୍ତି ହୋଇଛି।
କେବଳ ସେତିକି ନୁହେଁ, ସେଠାରେ ଘର କିଣିବା ଉପରେ ୫ ପ୍ରତିଶତ ଜିଏସଟି ଓ ୫ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ମଧ୍ୟ ଛାଡ଼ କରାଯିବ। ଯାହାଫଳରେ ଗ୍ରାହକଙ୍କୁ ପ୍ରାୟ ୫ଲକ୍ଷ ଟଙ୍କାର ସିଧାସଳଖ ରିହାତି ମଧ୍ୟ ମିଳିବ। ଏସବୁ ସୁବିଧା ସମେତ ପ୍ରଥମବର୍ଷ ପାଇଁ ବିଡିଏ ପକ୍ଷରୁ ମାଗଣା ରକ୍ଷଣାବେକ୍ଷଣ (ଫ୍ରି ମେଣ୍ଟେନାନ୍ସ) ସୁବିଧା ମିଳିବ ଓ ଏହି ଘରଗୁଡ଼ିକୁ ଫ୍ରି-ହୋଲ୍ଡ ଭିତ୍ତିରେ ଯୋଗାଇ ଦିଆଯିବ। ଯାହାଫଳରେ ପରବର୍ତ୍ତୀ ସମୟରେ ମାଲିକମାନେ ଘର ବିକ୍ରି କଲେ ବିଡିଏରୁ ଅନୁମତି ନେବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।
ପ୍ରଥମ ଏକବର୍ଷ ପାଇଁ ବିଡିଏ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ଷଣାବେକ୍ଷଣ ସୁବିଧା ଯୋଗାଇ ଦିଆଯିବ ଓ ଏହି ସମସ୍ତ ଘର ‘ଫ୍ରି-ହୋଲ୍ଡ’ ଭିତ୍ତିରେ ହସ୍ତାନ୍ତର ହେବ, ଯାହାଦ୍ୱାରା ଭବିଷ୍ୟତରେ ମାଲିକମାନେ ଘର ବିକ୍ରି କଲେ ବିଡିଏରୁ ଆଉ କୌଣସି ଅନୁମତି ପତ୍ର ନେବାର ଆବଶ୍ୟକତା ରହିବ ନାହିଁ । ଏହି ଆବାସିକ ପ୍ରକଳ୍ପର ଅଧିକାଂଶ ସ୍ଥାନ ଭେଣ୍ଟିଲେସନ୍‌, ପାର୍କ, ପାର୍କିଂ, ଜିମ୍ ଓ ଅନ୍ୟାନ୍ୟ ସୁବିଧା ପାଇଁ ଖାଲି ରଖାଯାଇଛି। ଏହି ଆବାସିକ ପ୍ରକଳ୍ପ ନିକଟରେ ଡିଏଭି ସ୍କୁଲ୍‌, ସମ୍ ହସ୍ପିଟାଲ୍‌, ଏମସ୍‌, ଆଇଜିଆଇସି ହସ୍ପିଟାଲ୍‌, ଆନନ୍ଦବନ, କଳିଙ୍ଗନଗର ବିଡିଏ ଚିଲଡ୍ରେନ୍ସ ପାର୍କ ଓ ସାମ୍ନାରେ କ୍ରୁଟ୍ ବସ୍ ଯାତାୟାତ ସୁବିଧା ଉପଲବ୍ଧ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
ଏସବୁ ବ୍ୟତୀତ ବିଡିଏ(BDA Bhubaneswar) ନିଜର କର୍ମଚାରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଡିଏରେ ବର୍ଷବର୍ଷ ଧରି କାର୍ଯ୍ୟ କରିଆସୁଥିବା କର୍ମଚାରୀମାନଙ୍କ ପାଇଁ ଅବସରକାଳୀନ ଆର୍ôଥକ ସୁବିଧା ଯୋଗାଇବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଏଲଆଇସି ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କର୍ମଚାରୀଙ୍କୁ ସେମାନଙ୍କ ଅବସରକାଳୀନ ପ୍ରାପ୍ୟ ମଧ୍ୟ ମିଳିବ।
📲Get App