🔥 TRENDING ଜ୍ଞାନୋଦୟ ଯୋଜନାର ବଡ଼ ସଫଳତା: ଓଡ଼ିଶାରେ ବଢ... Ramayan Day 1 Box Office: Ranbir-Yash... Amit Sadh Prays for Tiger Shroff's Wel... Bollywood Actors: Big Screen vs Stream... मयेम : गुरुद्वादशी के पावन अवसर पर विध... मुण्ड़ली रणजीतपुरा में सरपंच चुनाव
06 Nov 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ASO ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନ ପାଇଁ ଜାଣନ୍ତୁ ପ୍ରକ୍ରିୟା

✍️ Reporter: Deepak Mahapatra 🗓 06 Nov 2026, 01:32 PM 👁 21
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ଵାରା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ପଦବୀ ୩୪୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରୁ ମହିଳାଙ୍କ ପାଇଁ ୧୧୪ଟି ପଦବୀ ସଂରକ୍ଷିତ ରହିଛି।
ନଭେମ୍ବର ୯ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ। ନଭେମ୍ବର ୩୦ ତାରିଖ ଅପରାହ୍ନ ୫ଟା ରହିଛି ଆବେଦନର ଶେଷ ସମୟ।
ଆସନ୍ତା ୨୦୨୭ ଜାନୁଆରୀ ୧୭ ତାରିଖ ରବିବାର ଦିନ ହେବ ଲିଖିତ ପରୀକ୍ଷା। ପରୀକ୍ଷାର ସମୟ ଓ କେନ୍ଦ୍ର ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ।
ଆବେଦନ କରିଥିବା ପରୀକ୍ଷାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ। ଏଥିସହିତ ଓଡ଼ିଆ ଭାଷା କହିବା, ପଢ଼ିବା ଓ ଲେଖିବାର ଜ୍ଞାନ ରହିବା ଜରୁରୀ। ପ୍ରାର୍ଥୀଙ୍କ ବୟସ ୧ ଜାନୁଆରୀ ୨୦୨୬ ସୁଦ୍ଧା ୨୧ ବର୍ଷରୁ କମ୍ ଏବଂ ୪୨ ବର୍ଷରୁ ଅଧିକ ହୋଇନଥିବ। ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବସାଇଟ୍ www.opsc.gov.inକୁ ଯାଇ ଆବେଦନ କରିପାରିବେ।
ମୋଟ ୩୪୦ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗ ପାଇଁ ୧୪୪ଟି, SEBC ପାଇଁ ୩୮ଟି, SC ବର୍ଗ ପାଇଁ ୮୧ଟି ଏବଂ ST ବର୍ଗ ପାଇଁ ୭୭ଟି ପଦବୀ ରହିଛି। ମୋଟ ପଦବୀ ମଧ୍ୟରୁ ୧୧୪ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ। ଏହା ସହିତ ଦିବ୍ୟାଙ୍ଗ, ପୂର୍ବତନ ସୈନିକ ଏବଂ କ୍ରୀଡ଼ାବିତ୍‌ଙ୍କ ପାଇଁ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ଲେଭଲ୍-୯, ସେଲ୍-୧ ଅନୁସାରେ ମାସିକ ୩୫ ହଜାର ୪୦୦ ଟଙ୍କା ମୂଳ ଦରମା ମିଳିବ। ଏହା ସହ ସରକାରୀ ନିୟମ ଅନୁସାରେ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।
ପରୀକ୍ଷା ଫି' ବାବଦରେ SC, ST ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଶୁଳ୍କ କୋହଳ କରାଯାଇଛି। ଅନ୍ୟ ପ୍ରାର୍ଥୀଙ୍କୁ ୭୦୦ ଟଙ୍କା ଅନଲାଇନ୍‌ରେ ଦେବାକୁ ପଡ଼ିବ। ତେବେ ଏହି ଫି' କେବଳ ପ୍ରିଲିମିନାରୀ ପରୀକ୍ଷାରେ ପ୍ରକୃତରେ ଉପସ୍ଥିତ ରହିଥିବା ପ୍ରାର୍ଥୀଙ୍କୁ ଫେରସ୍ତ କରାଯିବ। ୪୦୦ ମାର୍କର ଲିଖିତ ପରୀକ୍ଷା ଏବଂ ୫୦ ମାର୍କର ବ୍ୟାବହାରିକ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ହେବ ଚୟନ ପ୍ରକ୍ରିୟା।
ତେବେ ବିସ୍ତୃତ ବିଜ୍ଞପ୍ତି ଦେଖିବା ଏବଂ ଅନଲାଇନ୍ ଆବେଦନ କରିବା ପାଇଁ OPSCର ଅଫିସିଆଲ୍ ୱେବସାଇଟ୍‌ରେ ଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତି ଓ ନିୟମାବଳୀ ଭଲ ଭାବେ ପଢ଼ି ନିଅନ୍ତୁ।
📲Get App