🔥 ट्रेंडिंग प्रेम प्रसंग में घर से निकली समस्तीपुर... ୧୧୮ କୋଟି ମୂଲ୍ୟର ମେଗା ଉଠା ଜଳସେଚନ ପ୍ରକଳ୍... ପବିତ୍ର ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶ... एक मजदूर पिता का सवाल – क्या गरीब के ब... ଅମ୍ବାଦୋଳାରେ ଚାଞ୍ଚଲ୍ୟ: ପୋଲିସ ଏସ୍‌ଆଇଙ୍କ... ଓଡ଼ିଶାକୁ ନିଶାମୁକ୍ତ କରିବ କଳିଙ୍ଗ ସେନା, ପ...
09 नव. 2026•
ગુજરાતી मराठी ਪੰਜਾਬੀ বাংলা
जीवनशैली

ଓଡ଼ିଶାରେ ଖରାପ ସ୍ତରକୁ ଖସିଲା ବାୟୁ ଗୁଣବତ୍ତା, କେନ୍ଦୁଝର ଜିଲ୍ଲାର ବିଲେଇପଡ଼ାଠାରେ ସର୍ବାଧିକ AQI ୨୮୮ ରେକର୍ଡ

✍️ रिपोर्टर: Deepak Mahapatra 🗓 09 नव. 2026, 01:17 PM 👁 21
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଦୀପାବଳି ପରବର୍ତ୍ତୀ ସମୟରେ ଓଡ଼ିଶାର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି, ଯେଉଁଥିରେ କେନ୍ଦୁଝର ଜିଲ୍ଲାର ବିଲେଇପଡ଼ାଠାରେ ସର୍ବାଧିକ AQI ୨୮୮ ରେକର୍ଡ କରାଯାଇଛି। ଏହି ସ୍ତରକୁ ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁଯାୟୀ "ଖରାପ" (Poor) ଶ୍ରେଣୀରେ ଗଣନା କରାଯାଏ, ଯାହା ଶ୍ୱାସକ୍ରିୟା ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ।
ସେହିପରି ଦୀପାବଳି ପରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଛି ବାୟୁ ପ୍ରଦୂଷଣ। ବାଣ ଫୁଟାଇବାର ପ୍ରଭାବ ଏବେ ସହରର ବାୟୁମଣ୍ଡଳରେ ସ୍ପଷ୍ଟ ଭାବେ ଅନୁଭୂତ ହେଉଛି। ସହରର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୦୦ ଅତିକ୍ରମ କରିଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ପରିବେଶବିତ୍। ମାତ୍ରାଧିକ ବାଣ ଫୁଟାଇବା ଯୋଗୁଁ ବାୟୁର ମାନ ଅତି ଖରାପ ସ୍ତରକୁ ଖସିଯାଇଛି।
ଆଜି ସକାଳ ୬ଟା ସୁଦ୍ଧା ରାଜଧାନୀ AQI ୨୦୪ ଥିଲା। ଯାହା ଅସ୍ବାସ୍ଥ୍ୟକର ଅଟେ। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି। ବିଶେଷ କରି ବରିଷ୍ଠ ନାଗରିକ, ଛୋଟ ଶିଶୁ ଏବଂ ଶ୍ୱାସଜନିତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ପ୍ରଦୂଷିତ ବାୟୁ ଅଧିକ ବିପଦଜନକ ହୋଇପାରେ। ତେଣୁ ବର୍ତ୍ତମାନ ସ୍ଥିତିରେ ଏହି ବର୍ଗର ଲୋକମାନେ ଅତି ଜରୁରୀ ନଥିଲେ ଘରୁ ବାହାରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ପରିବେଶବିତ୍ ।
📲Get App