🔥 ट्रेंडिंग प्रधानमंत्री मोदी ने पायलट से की बातची... ग्राम सभा बैठक ग्राम बिरकोना ಚುನಾವಣಾ ಆಯೋಗದ ಕಚೇರಿ ಮುಂಭಾಗ ಪ್ರತಿಭಟನೆ:... 2 अक्टूबर को हुई ग्राम सभा ओडिशा में शुरू हुआ 'सुजला' अभियान, जल... एपी सरकार ने 10 रायलसेमा जिलों में 1 ल...
02 अक्टू. 2026•
ગુજરાતી मराठी ਪੰਜਾਬੀ বাংলা

ଓଡ଼ଗାଁ ରେ ଥିବା 36 ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହେଇଥିଲା

✍️ रिपोर्टर: Deepak Mahapatra 🗓 02 अक्टू. 2026, 01:18 PM 👁 18
शेयर करें: 💬 WhatsApp 📘 Facebook 𝕏 Post
ନୟାଗଡ ଜିଲ୍ଲା ର ଓଡ଼ଗାଁ ବ୍ଲକ ଜୀବିକା ମିଶନ ତରଫରୁ BLC ସମୀର ରଞ୍ଜନ ମହାପାତ୍ର ଏବଂ ସମସ୍ତ BLC ଓ BPM ଉପସ୍ଥିତ ଥିଲେ.
*ବିଶେଷ ଗ୍ରାମସଭା – ମୁଖ୍ୟ ଆଲୋଚ୍ୟ ବିଷୟ( October 2 )* Odisha Livelihoods Mission

୧. *ଗ୍ରାମ ସମୃଦ୍ଧି ଓ ସ୍ଥିରତା ଯୋଜନା (VPRP)*
→ ଗ୍ରାମର ଆବଶ୍ୟକତା ଅନୁଯାୟୀ Demand Planning କରିବା, Demand Booklet ପ୍ରସ୍ତୁତ ଓ ଚୂଡ଼ାନ୍ତ କରିବା ଏବଂ GPDP ସହିତ ସମନ୍ୱୟ କରିବା।

୨. *ଲକ୍ଷପତି ଦିଦି ସୃଷ୍ଟି*
→ SHG ସଦସ୍ୟମାନଙ୍କର ବାର୍ଷିକ ଆୟ ₹୧ ଲକ୍ଷ କିମ୍ବା ତା’ଠାରୁ ଅଧିକ କରିବା ପାଇଁ ଆବଶ୍ୟକ ସହାୟତା ଓ ବିଭିନ୍ନ ଯୋଜନାର ସମନ୍ୱୟ କରିବା।

୩. *SHG ବ୍ୟାଙ୍କ ଲିଙ୍କେଜ୍*
→ ସମସ୍ତ ଯୋଗ୍ୟ SHGକୁ ଲକ୍ଷ୍ୟ ଅନୁଯାୟୀ ବ୍ୟାଙ୍କ ଋଣ ସହିତ ସଂଯୋଗ କରିବା।

୪. *ଜୀବିକା ବିକାଶ (Livelihood Promotion)*
→ ଲକ୍ଷ୍ୟ ଅନୁଯାୟୀ ପରିବାରଗୁଡ଼ିକୁ AEP, ପଶୁପାଳନ, NTFP, ହସ୍ତତନ୍ତ ଓ ହସ୍ତଶିଳ୍ପ ଆଦି ଜୀବିକା କାର୍ଯ୍ୟକ୍ରମରେ ସାମିଲ କରିବା।

୫. *ଉଦ୍ୟୋଗ ବିକାଶ (Enterprise Promotion)*
→ National Entrepreneurship Campaign (NEC) ଅଧୀନରେ ଲକ୍ଷ୍ୟ ଅନୁଯାୟୀ ନୂତନ ଉଦ୍ୟୋଗ/ବ୍ୟବସାୟ ସୃଷ୍ଟି କରିବା।

୬. *ପୋଷଣ ସମ୍ବେଦନଶୀଳ ହସ୍ତକ୍ଷେପ*
→ ପ୍ରତ୍ୟେକ ପରିବାରରେ Nutrition Garden (ପୋଷଣ ବଗିଚା) ସ୍ଥାପନ କରିବା ଏବଂ ପରିବାରର ଖାଦ୍ୟରେ ବିବିଧତା ଆଣିବା।

୭. *Livelihood Service Centre (LSC)*
→ Integrated Farming Cluster (IFC) ଅଧୀନରେ LSC ସ୍ଥାପନ କରି କୃଷି ଓ ଅଣକୃଷି ଜୀବିକାର ବିକାଶ କରିବା।

୮. *ଅନ୍ୟାନ୍ୟ ଜୀବିକା ସମ୍ବନ୍ଧୀୟ ବିଷୟ*
→ ଗ୍ରାମ ପଞ୍ଚାୟତର ଜୀବିକା ସହିତ ଜଡ଼ିତ ଅନ୍ୟ ଆବଶ୍ୟକ ବିଷୟଗୁଡ଼ିକୁ ମଧ୍ୟ ଗ୍ରାମସଭାରେ ଉପସ୍ଥାପନ କରିବା।

୯. *ଯୋଜନା ସମ୍ପର୍କରେ ସଚେତନତା*
→ OLM ଏବଂ ମିଶନ ଶକ୍ତି ର ବିଭିନ୍ନ ଯୋଜନାର ଉଦ୍ଦେଶ୍ୟ, ସୁବିଧା ଓ ହିତାଧିକାରୀଙ୍କ ଯୋଗ୍ୟତା ବିଷୟରେ ଗ୍ରାମସଭାରେ ସୂଚନା ପ୍ରଦାନ କରିବା।
ଆଜି ଗ୍ରାମ ସଭା ରେ ଓଡ଼ିଶା ଜୀବିକା ମିଶନ ତରଫରୁ ଏହି ସବୁ ଆଲୋଚନା କରାଯାଇଥିଲା ଓ vprp ଗ୍ରାମ ସଭା ରେ ଓଡ଼ଗାଁ ବ୍ଲକ୍ ର ସମସ୍ତ ଗ୍ରାମ ସଭା ରେ ପାରିତ ହୋଇଥିଲା
📲Get App