🔥 TRENDING Delhi Fire Tragedy: Four Lives Lost in... કડી તાલુકા યશવંતપુરા ગ્રામ પંચાયત ખાતા... Chicken prices surge across Telangana... Andhra Pradesh Unveils Plans for World... Andhra Pradesh Gram Panchayat Election... Congress Leader Rahul Kharge Accuses N...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ସୀମା ନିର୍ଦ୍ଧାରଣ ବିଲ୍‌ ଉପରେ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି: ବିଜେଡି

✍️ Reporter: Abhijit Patra 🗓 29 Nov 2026, 02:49 PM 👁 29
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି

ସୀମା ନିର୍ଦ୍ଧାରଣ ବିଲ୍‌ ଉପରେ ନବୀନ ପଟ୍ଟନାୟକ ନେବେ ଚୂଡ଼ାନ୍ତ ନିଷ୍ପତ୍ତି: ବିଜେଡି
​ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ସୀମା ନିର୍ଦ୍ଧାରଣ (Delimitation) ବିଲ୍‌କୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ଦଳୀୟ ସୂତ୍ର ଅନୁଯାୟୀ, ସଂସଦରେ ଏହି ବିଲ୍‌ ଆଗତ ହେବା ପରେ ଦଳ ପକ୍ଷରୁ ଏହାର ବିସ୍ତୃତ ତର୍ଜମା କରାଯିବ ଏବଂ ପରବର୍ତ୍ତୀ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ।
​ରାଜନୈତିକ ବିଶ୍ଳେଷକ ଏବଂ ପ୍ରାଥମିକ ଆକଳନ ଅନୁସାରେ, ଯଦି ଏହି ନୂଆ ସୀମା ନିର୍ଦ୍ଧାରଣ ବିଲ୍‌ ଦେଶରେ କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶାର ନିର୍ବାଚନୀ ମାନଚିତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ।
📲Get App