🔥 ट्रेंडिंग संविधान दिवस पर जिलेभर में दिलाई गई सं... राजकीय आईटीआई हनुमानगढ़ में जिला स्तरी... મેહસાણા: દુદ સાગર ડેરી સામે દેશી દારૂ... बिहार पटना स्थित एम्स को मिला पहले स्क... सीता बावरी पाली जिले की नई जिला प्रमुख... नंदुरबारात पेन्शनरांचा वार्षिक मेळावा...
27 नव. 2026•
ગુજરાતી मराठी ਪੰਜਾਬੀ বাংলা

ଭୋଗରାଇ ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ଗିରିଙ୍କ ଆତ୍ମଜୀବନୀ ମାଷ୍ଟର ଛୁଆ ଉନ୍ମୋଚିତ ।

✍️ रिपोर्टर: Abhijit Patra 🗓 27 नव. 2026, 10:49 AM 👁 33
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

୮୨ ବର୍ଷ ବୟସରେ ଆଜି ମଧ୍ୟ ଶିକ୍ଷକତା ଜାରି ରଖିଥିବା ମହାନ୍ ଶିକ୍ଷକ 'ସମାଜ ପାଇଁ ଜଣେ ଆଦର୍ଶ ପରିଚୟ ସୃଷ୍ଟି କରିଥିବା ଗୁରୁ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଗିରି ସାରଙ୍କ ସ୍ଵହସ୍ତ ଲିଖିତ ଆତ୍ମଜୀବନୀ ‘ମାଷ୍ଟର ଛୁଆ’ ନାମକ ପୁସ୍ତକ ଉନ୍ମୋଚିତ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଭୋଗରାଇ ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ଗିରିଙ୍କ ଆତ୍ମଜୀବନୀ ମାଷ୍ଟର ଛୁଆ ଉନ୍ମୋଚିତ ।
୮୨ ବର୍ଷ ବୟସରେ ଆଜି ମଧ୍ୟ ଶିକ୍ଷକତା ଜାରି ରଖିଥିବା ମହାନ୍ ଶିକ୍ଷକ 'ସମାଜ ପାଇଁ ଜଣେ ଆଦର୍ଶ ପରିଚୟ ସୃଷ୍ଟି କରିଥିବା ଗୁରୁ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ଗିରି ସାରଙ୍କ ସ୍ଵହସ୍ତ ଲିଖିତ ଆତ୍ମଜୀବନୀ ‘ମାଷ୍ଟର ଛୁଆ’ ନାମକ ପୁସ୍ତକ ଉନ୍ମୋଚିତ ଓ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଭୋଗରାଇ, ୨୪/୧୧ (ନି.ପ୍ର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ମଲାରୁଆଁ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଗତକାଲି (ସୋମବାର) ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷକ ସମାଜ ପାଇଁ ଜଣେ ଉଦାହରଣ ସୃଷ୍ଟି କରିଥିବା ଗୁରୁ ଗୋପାଳ ଚନ୍ଦ୍ର ଗିରିଙ୍କ ସ୍ୱରଚିତ ଆତ୍ମଜୀବନୀ ପୁସ୍ତକ ‘ମାଷ୍ଟର ଛୁଆ’ର ଶୁଭ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୫୨ ବର୍ଷରୁ ଅଧିକ ସମୟ ଧରି ବିନା ବେତନ ପ୍ରାପ୍ତ ବିନା ସରକାର ଅନୁମୋଦନ ପ୍ରାପ୍ତ ଯିଏକି ଶିକ୍ଷା କ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଗୋପାଳ ସାର୍‌ଙ୍କ ପବିତ୍ର ଉଦ୍ଦେଶ୍ୟରେ ‘ଗୋପାଳ ସାର୍ ଛାତ୍ର ସେବା ପାଣ୍ଠି’ ଏବଂ ‘ରୟାଲ୍ ଯୁବ କ୍ଲବ୍, ଭୋଗରାଇ ବ୍ଲକ୍ ଅନ୍ତର୍ଗତ ମଲାରୁଆ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଡାମ୍ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିବା ସହ ଗୋପାଳ ସାର୍‌ଙ୍କ ତ୍ୟାଗପୂତ ଶିକ୍ଷକତା ଜୀବନ ଆଜିର ସମାଜ ପାଇଁ ଏକ ଉଦାହରଣ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସଂସ୍କୃତ ମହାବିଦ୍ୟାଳୟର ବିଦ୍ୱାନ ଡ. ସତୀଶ ଚନ୍ଦ୍ର ପଣ୍ଡା ଯେକି ସମଗ୍ର ଭାରତ ବର୍ଷରେ ନିଜର ନିଆରା ବକ୍ତବ୍ୟ ପ୍ରଦାନ କରି ଜନ ସାଧାରଣଙ୍କୁ ତ୍ୟୁକ୍ତ କରିପାରିଥିବା ଥିବା ଜଣେ ମହାନ୍ ଦାର୍ଶନିକ ସେ ବିଭିନ୍ନ ସୂର୍ଣ୍ଣ ପଦକର ଅଧିକାର ହେଇଥିଲେ ମଧ୍ୟ ନିଜର ସରଳ ବ୍ୟକ୍ତିତ୍ୱ ପାଇଁ ନିଜକୁ ଜଣେ ସାଧାରଣ ବ୍ୟକ୍ତି ଭାବେ ରହିବାକୁ ପସନ୍ଦ କରିଥାଆନ୍ତି ସେ ସ୍ଵୟ ମଧ୍ୟ ଉକ୍ତ ‘ମାଷ୍ଟର ଛୁଆ’ ପୁସ୍ତକର ସାହିତ୍ୟିକ ଓ ସାମାଜିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଅଞ୍ଚଳର ଶିକ୍ଷା ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ମଲାରୁଆଁ ଏମ୍.ଇ. ସ୍କୁଲର ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ଭଗୀରଥ ପ୍ରଧାନ ମହାଶୟ ସେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ ଦତ୍ତ ଓ ଯୁବ ସମାଜସେବୀ ଶ୍ରୀଯୁକ୍ତ ଅରୁଣ କୁମାର ଦେ, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସୁନୀଲ କୁମାର କର' ଅତିଥି ଭାବେ ଯୋଗ ଦେଇଥିଲେ ଏତତ୍ ବ୍ୟତୀତ ସାରଙ୍କ ପ୍ରାକ୍ତନ ଛାତ୍ର ତଥା ମହିଳା ମହାବଦ୍ୟାଳୟର ତର୍କଶାସ୍ତ୍ର ଅଧ୍ୟକ ଶ୍ରୀଯୁକ୍ତ ସରଜ ଦାସ ,ଏବଂ କାର୍ଯ୍ୟରତ ଶିକ୍ଷକ ଶ୍ରୀଯୁକ୍ତ ବିଦ୍ୟୁତ୍ ରଞ୍ଜନ ପାତ୍ର ଏହି ଭବ୍ୟ ଆୟଜନର ବିଧିବଦ୍ଧ ସହଯୋଗ କରିଥିଲେ।

ଏବଂ ଉକ୍ତ ସଭାର ପରିଚାଳନର ଦାୟିତ୍ୱ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାତ୍ର ତୁଲାଇ ଥିଲେ। ରୟାଲ ଯୁବ କ୍ଲବ୍‌ର ସଭାପତି ଶ୍ରୀ ଅଭିଜିତ୍ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏହି ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକ୍ରମର ମୁଖ୍ୟ ନେତୃତ୍ୱ ଶ୍ରୀ ରଞ୍ଜନ କୁମାର ପାତ୍ର ତୁଲାଇ ଥିଲେ ସୁଦ୍ଧା ଏହି ଅନୁଷ୍ଠାନର ସଦସ୍ୟ ଶ୍ରୀ ଗୋପାଳ ସେଠୀ, ନୀଳକାନ୍ତ ସିଂ,ମନୋଜ ପ୍ରଧାନ, ମନୋରଞ୍ଜନ ପାତ୍ର, ଦେବବ୍ରତ ପ୍ରଧାନ, ଚିରଞ୍ଜିବ ପରମାଣିକ,ସପନ ସାହୁ, ରତନ ସେଠୀ, ଦେବାଶିଷ ଭଞ୍ଜ, ଦେବବ୍ରତ ପ୍ରଧାନ, ହରେକୃଷ୍ଣ ଚାନ୍ଦ, ଚନ୍ଦନ ଚାନ୍ଦ, ପ୍ରକାଶ ପାତ୍ର, ଶ୍ରୀତମ ପାତ୍ର, ନୀଳକଣ୍ଠ ସାହୁ, ଗୋପାଳ ସାର୍ ଛାତ୍ର ସେବା ଫଣ୍ଡ୍ ସମସ୍ତ କର୍ମକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ଏବଂ ବହୁ ଆଡ଼ମ୍ବର ସହିତ "ମାଷ୍ଟର ଛୁଆ" ପୁସ୍ତକ ଉନ୍ମୋଚିତ ହୋଇଥିଲା

ଏହି ଭବ୍ୟ ସମ୍ବର୍ଦ୍ଧନା ପାଇଁ ଛାତ୍ର ସେବା ଫଣ୍ଡ୍ ଓ ରୟାଲ୍ ଯୁବ କ୍ଲବ୍ ସଭାପତି ଶ୍ରୀ ଅଭିଜିତ୍ ପାତ୍ର କହିଥିଲେ ଯେ ସାରଙ୍କ ପୁସ୍ତକର ନାମ କରଣ ସେ ନିଜେ ସ୍ୱୟଂ କରିଥିଲେ। ଏଵଂ ଏହି ପୁସ୍ତକରେ ହିଁ ବହିର ନାମ ରହସ୍ୟ ରହିଛି ବୋଲି କହିଥିଲେ। ଶ୍ରୀ ପାତ୍ର କହିଛନ୍ତ ଆଗାମୀ ଦିନରେ ସାରଙ୍କ ନାମରେ ଏହି ଫଣ୍ଡ୍ ବଳବତ୍ତର ରହିବ ଏଵଂ ସାରଙ୍କ ସମସ୍ତ ଦାୟିତ୍ଵ କ୍ଲବ୍ ପକ୍ଷରୁ ନିଆଯିବ।
📲Get App