🔥 TRENDING ପୁଟାସିଂ ଥାନା ଏସ୍‌ଆଇ ବାପୁଜୀ ମଲ୍ଲିକଙ୍କ ସ... AAP Sarpanch and Team Attacked Outside... ବଦଳିବ ଟ୍ୱିନ୍ ସିଟି ସହ ପୁରୀ ଓ ପାରାଦୀପର ଯ... अररिया में जिला अधिकारी विनोद दूहन ने... अररिया में जिला पदाधिकारी ने DRCC का न... ਪਾਮ ਆਇਲ ਅਤੇ ਸੋਇਆਬੀਨ ਤੇਲ ਦੀਆਂ ਕੀਮਤਾਂ 'ਚ...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କଟକ ଲିଙ୍କ୍ ରୋଡ୍ ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ ବସ୍

✍️ Reporter: Deepak Mahapatra 🗓 25 Nov 2026, 03:08 PM 👁 19
Share: 💬 WhatsApp 📘 Facebook 𝕏 Post
କଟକ :ମଙ୍ଗଳବାର ବିଳମ୍ବିତ ରାତିରେ କଟକ ଲିଙ୍କ୍ ରୋଡ୍ ଓ ବାଦାମବାଡ଼ି ମଧ୍ୟରେ ଥିବା ଅରୁଣୋଦୟ ନଗର ଅଞ୍ଚଳର ଏକ ବସ୍ ପାର୍କିଂ ଗ୍ୟାରେଜ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୮ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଗତକାଲି ମଙ୍ଗଳବାର ରାତି ପ୍ରାୟ ୧୧ଟା ୩୦ ସମୟରେ OSL ଟାୱାର ନିକଟସ୍ଥ ଅରୁଣୋଦୟ ନଗରରେ ଥିବା ଏକ ବସ୍ ପାର୍କିଂ ସ୍ଥାନରେ ଏହି ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ମୋଟ ୮ଟି ବସ୍ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି, ଯେଉଁଥିରେ ୪ଟି ଘରୋଇ ସ୍କୁଲ ବସ୍ ମଧ୍ୟ ସାମିଲ ଅଛି। ଖବର ପାଇ ୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ ପ୍ରଥମେ ଏକ ଘରୋଇ ସ୍କୁଲ ବସ୍‌ରେ ନିଆଁ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ତାହା ପାଖରେ ଥିବା ଅନ୍ୟ ବସ୍‌ଗୁଡ଼ିକୁ ବ୍ୟାପି ଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନି। ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି ।
📲Get App