🔥 TRENDING हत्या के विरोध में फूटा ग्रामीणों का ग़... Panaji Prepares to Host 57th Internati... Bhoomi Pooja for Valmiki Gur Peetha Br... ଆମିଷ ତିଅଣ ବାସ୍ନାରେ ମହକୁଛି ହାଣ୍ଡିଶାଳ રાજુલા મહાત્મા ગાંધી આરોગ્ય મંદિરની મુ... 6th ‘Creative Minds of Tomorrow’ wraps...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ପୁଟାସିଂ ଥାନା ଏସ୍‌ଆଇ ବାପୁଜୀ ମଲ୍ଲିକଙ୍କ ସନ୍ଦେହ ଜନକ ମୃତ୍ୟୁ

✍️ Reporter: Deepak Mahapatra 🗓 25 Nov 2026, 03:21 PM 👁 16
Share: 💬 WhatsApp 📘 Facebook 𝕏 Post
ରାୟଗଡା: ପୁଣି ଜଣେ ପୋଲିସ ଏସ୍‌ଆଇଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା। ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍‌ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଧପୁର ଗ୍ରାମ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ପ୍ରତିଦିନ ସଵ ଇନ୍ସପେକ୍ଟର ଜଣକ ପ୍ରାତଃ ଭ୍ରମଣରେ ଫେରି ରୋଲ କଲରେ ଯୋଗ ଦେଇଥାନ୍ତି କିନ୍ତୁ ଆଜି ରୋଲ କଲ ରେ ସେ ଯୋଗ ଦେଇନଥିଲେ। ଫଳରେ ଥାନାର ଅନ୍ୟ କର୍ମଚାରୀ ମାନେ ତାଙ୍କ ସରକାରୀ କ୍ଵାଟର୍ସକୁ ଡାକିବାକୁ ଯାଇଥିଲେ। କ୍ୱାର୍ଟର କବାଟ ଖୋଲି ଦେଖିଲା ବେଳକୁ ସେ ଶୋଇଥିବା ଅବସ୍ଥାରେ ଥିଲେ ଏବଂ ତାଙ୍କୁ ଯେତେ ଡାକିଲେ ମଧ୍ୟ ସେ ଉଠିନଥିଲେ। ସେ ନଉଠିବାରୁ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
📲Get App