🔥 TRENDING मेराल के किसान ने ओवरफ़्लाई के नीचे टो... J&K CM Omar Abdullah Urges Timely Laun... 65 Foreign Terrorists Identified in Ka... ਅਕਾਲੀ-ਭਾਜਪਾ ਗੱਠਜੋੜ 'ਤੇ ਬਿਕਰਮ ਮਜੀਠੀਆ ਦਾ... ड्राइवर की लापरवाही से गाड़ी फँसी, सुर... Driver Dies of Heart Attack in Jagraon...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଆମିଷ ତିଅଣ ବାସ୍ନାରେ ମହକୁଛି ହାଣ୍ଡିଶାଳ

✍️ Reporter: Deepak Mahapatra 🗓 25 Nov 2026, 03:29 PM 👁 21
Share: 💬 WhatsApp 📘 Facebook 𝕏 Post
ଚିଲିକା ଚିଙ୍ଗୁଡ଼ିକୁ ଜିଅନ୍ତା କଙ୍କଡ଼ା । ଆଜି ପୂରା ଆମିଷ ତିଅଣର ବାସ୍ନାରେ ମହକୁଛି ହାଣ୍ଡିଶାଳ । ସକାଳୁ ସକାଳୁ ରାଜଧାନୀର ୟୁନିଟ୍‌-୪ ମାଛ ମାର୍କେଟ ସମେତ ବିଭିନ୍ନ ଆମିଷ ବଜାରରେ ଜମିଛି ଗ୍ରାହକଙ୍କ ଭିଡ଼ । ମାଛ, ମାଂସ ଓ କଙ୍କଡ଼ା କିଣିବାକୁ ଦୋକାନ ଆଗରେ ଲାଗିଛି ଲମ୍ବା ଲାଇନ୍ ।ଗ୍ରାହକଙ୍କ ଚାହିଦାକୁ ଦେଖି ବଜାରରେ ମଟନ୍, ଚିକେନ୍, ମାଛ, ଚିଙ୍ଗୁଡ଼ି ଆଦି ବିଭିନ୍ନ ପ୍ରକାର ଆମିଷ ସାମଗ୍ରୀର ପସରା ମେଲିଛି । କାର୍ତ୍ତିକ ମାସରେ ହବିଷ ବ୍ରତ ପାଳନ କରି ଆମିଷ ଖାଇ ନଥିବା ଲୋକେ ଆଜି ଛାଡ଼ଖାଇରେ ଆମିଷ କିଣିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି ।

ସେପଟେ ଚାହିଦା ବଢ଼ିଥିବାରୁ ଆମିଷ ସାମଗ୍ରୀର ଦର ମଧ୍ୟ ଅଧିକ ରହିଛି। ତଥାପି ଗ୍ରାହକଙ୍କ ଭିଡ଼ ଦେଖି ବେଶ୍ ଖୁସି ବ୍ୟବସାୟୀ । ବୁଧବାର ଛାଡ଼ଖାଇ ପଡ଼ିଥିବାରୁ ଭଲ ବ୍ୟବସାୟ ହେବା ସହ ଦୁଇ ପଇସା ଅଧିକ ରୋଜଗାର ହେବ ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।

ହାଉଜାଉ ଆମିଷ ବଜାର, ଦର ଶୁଣି ଗ୍ରାହକଙ୍କୁ ଝଟ୍‌କା

ଆମିଷ ସାମଗ୍ରୀ ଦର (କିଲୋ ପ୍ରତି)

ମଟନ୍ ୮୦୦ ଟଙ୍କା
ଚିକେନ୍ ୨୫୦ ଟଙ୍କା
ଦେଶୀ ଚିକେନ୍ ୫୦୦ ଟଙ୍କା
ରୋହି ୨୪୦ ଟଙ୍କା
ଭାକୁର ୩୦୦ ଟଙ୍କା
ଚିଙ୍ଗୁଡ଼ି ୮୦୦ ଟଙ୍କା
ପମ୍ପରେଟ୍ ୧୨୦୦ରୁ ୧୪୦୦ ଟଙ୍କା
ଇଲିଶ ୧୦୦୦ରୁ ୧୮୦୦ ଟଙ୍କା
📲Get App