🔥 TRENDING ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ!ବାଲିଯାତ୍ରା ପଡ... जलालाबाद में सभी मतदाता बूथों पर विशेष... ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିଲେ ବାଚସ୍ପତ... ସୁନୀତି ମୁଣ୍ଡଙ୍କ କାରକୁ ଧକ୍କା ଦେଲେ ବାଇକ... ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶା... मुख्यमंत्री योगी आदित्यनाथ ने मां को द...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

୧୯ ବର୍ଷ ପରେ ମିଳିଲା ନ୍ୟାୟ, ଜମି ବିବାଦରୁ ହତ୍ୟା ମାମଲାରେ ୮ ଜଣଙ୍କୁ ଆଜୀବନ ଜେଲ୍, ପ୍ରମାଣ ଅଭାବରୁ ୨ ଜଣ ନିର୍ଦ୍ଦୋଷରେ ଖଲାସ

✍️ Reporter: Deepak Mahapatra 🗓 21 Nov 2026, 03:31 PM 👁 20
Share: 💬 WhatsApp 📘 Facebook 𝕏 Post
ନବରଙ୍ଗପୁର: ଦୀର୍ଘ ୧୯ ବର୍ଷ ପରେ ମିଳିଲା ନ୍ୟାୟ। ଜମିଜମା ବିବାଦକୁ କେନ୍ଦ୍ର କରି ହୋଇଥିବା ହତ୍ୟା ମାମଲାରେ ୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଉମରକୋଟ ସେସନ୍ସ କୋର୍ଟ। ଏଥିସହ ପ୍ରତ୍ୟେକ ଦୋଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ହୋଇଛି। ଅନ୍ୟପଟେ ପ୍ରମାଣ ଅଭାବରୁ ମାମଲାରେ ଅଭିଯୁକ୍ତ ଥିବା ଆଉ ୨ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୦୭ ମସିହାରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝାଲିଆଗୁଡ଼ା ଗାଁରେ ଜମି ବିବାଦକୁ ନେଇ ରଘୁନାଥ ଭତ୍ରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସିଂସାରୀ ଫାଣ୍ଡିରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ସମୟରେ ହତ୍ୟାରେ ବ୍ୟବହୃତ ବନ୍ଧୁକ, ଗୁପ୍ତି, ଫାର୍ସା, ଖଣ୍ଡା ଏବଂ କାଠ ଠେଙ୍ଗା ଭଳି ମାରଣାସ୍ତ୍ର ଜବତ କରିଥିଲା। ଦୀର୍ଘ ବର୍ଷ ଧରି ମାମଲାର ବିଚାର ଚାଲିବା ପରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁନୀତା ପଟ୍ଟନାୟକ ୨୨ ଜଣ ସାକ୍ଷୀଙ୍କ ବୟାନ ଏବଂ ଉପଲବ୍ଧ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ୮ ଜଣ ହେଲେ ସଲିମ ଭତ୍ରା, ରୂପଧର ଭତ୍ରା, ଲଛିମି ଭତ୍ରା, ରବି ଭତ୍ରା, ମଙ୍ଗୁଳୁ ଭତ୍ରା, ଲକ୍ଷ୍ମୀଧର ଭତ୍ରା, ରାମ ଭତ୍ରା ଏବଂ ବନ୍ଦକୁ ଭତ୍ରା। ସେହିପରି ବିଦ୍ୟା ଭତ୍ରା ଓ ହରିଚନ୍ଦ ଭତ୍ରାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ନମିଳିବାରୁ କୋର୍ଟ ସେମାନଙ୍କୁ ଖଲାସ କରିଛନ୍ତି। ସରକାରୀ ଓକିଲ ଅଶୋକ କୁମାର ପାଢ଼ୀ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ।
📲Get App