🔥 TRENDING Scindia and Samrat discuss expanding t... Six dead as car returning from pre-wed... Bihar Chief Secretary Pratyaya Amrit u... રાજીવ ગાંધી ભવનમાં રણદીપસિંહ સુરજેવાલા... आज राजस्थान के दौसा जिले में सिकंदरा च... पकरीबरावां में ट्रांसफॉर्मर में लगी आग...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Sports

ପାୟଲ ନାଗଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

✍️ Reporter: Deepak Mahapatra 🗓 12 Nov 2026, 12:38 PM 👁 64
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାର ପାରା କ୍ରୀଡ଼ାବିତ୍‌ ପାୟଲ ନାଗଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।
୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ମହିଳା ପାରା କମ୍ପାଉଣ୍ଡ ଡବଲ୍ସ ବର୍ଗରେ ପାରା ତୀରନ୍ଦାଜ ପାୟଲ ନାଗ ରୌପ୍ୟ ପଦକ ହାସଲ କରିଥିଲେ। ଏହି ସଫଳତା ପାଇଁ ଆଜି କଳିଙ୍ଗ ଷ୍ଟାଡ଼ିୟମ୍‌ଠାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ଏବଂ ନିର୍ଦ୍ଦେଶକ ଡ଼ା. ୟେଦୁଲା ବିଜୟ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ କହିଛନ୍ତି ଯେ, ୫ମ ଏସିଆନ୍ ପାରା ଗେମ୍ସ ୨୦୨୬ରେ ପାୟଲ ନାଗ ରୌପ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ପାୟଲଙ୍କ ଏହି ସଫଳତା ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ପ୍ରଦାନ କରିଛି। ପାୟଲଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିବା ସହ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ସାମଗ୍ରିକ ବିକାଶ ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ନିରନ୍ତର ଭାବେ କାର୍ଯ୍ୟ କରାଯାଉଛି ବୋଲି ସଚିବ ଭୂପେନ୍ଦ୍ର ସିଂହ ପୁନିଆ ମତପ୍ରକାଶ କରିଛନ୍ତି।
📲Get App