🔥 TRENDING Priyansh Arya's 19-6 Blitz Leads Delhi... Teen Athlete Hima Ninama of Madhya Pra... Court Rules Husband Cannot Cite Separa... Kejriwal Hints at Massive Women Turnou... Bihar BSRTC Outsourced Staff Call for... एटा थाना जैथरा में बाइक चोरी के मामले...
25 Nov 2026•
ગુજરાતી मराठी ਪੰਜਾਬੀ বাংলা

NEED24 NEWS

✍️ Reporter: Gajindra Munda 🗓 25 Nov 2026, 04:17 PM 👁 29
Share: 💬 WhatsApp 📘 Facebook 𝕏 Post

*NEED24 NEWS | ଆଜିର ଝାରସୁଗୁଡା ଖବର - 25 ନଭେମ୍ବର 2026*

*NEED24 NEWS | ଆଜିର ଝାରସୁଗୁଡା ଖବର - 25 ନଭେମ୍ବର 2026*

*1. ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ*
ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଆଜି କିରମିରା ବ୍ଲକ ଭାଲୁପାତ୍ରା ଆଶ୍ରମ ସ୍କୁଲରେ ଅଚାନକ ପରିଦର୍ଶନ କରିଛନ୍ତି। ନୂଆ କ୍ଲାସ ରୁମ୍, ମଧ୍ୟାହ୍ନ ଭୋଜନ ରୋଷେଇ ଘର ଆଉ ଶୌଚାଳୟ ଯାଞ୍ଚ କରିଛନ୍ତି। ପୁରୁଣା ବିପଦଜନକ କୋଠା ଭାଙ୍ଗି ସେଠାରେ ନୂଆ ଶୌଚାଳୟ ବନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

*2. ଝାରସୁଗୁଡାରେ ଭାରୀ ଯାନ ଉପରେ କଟକଣା*
ସହରରେ ଅର୍ଦ୍ଦା ଛକରୁ ସର୍କିଟ ହାଉସ୍ ଛକ, ମାଲିଡିହିରୁ ପ୍ରସନ୍ନ ପଣ୍ଡା ଛକ, ବଡମାଲ ଛକରୁ ତାଲପଟିଆ ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଓ ବେଆଇନ ପାର୍କିଂ ଉପରେ ପ୍ରଶାସନ କଟକଣା ଲଗାଇଛି।

*3. ଛଡ଼ଖାଇ ପାଇଁ ବଜାରରେ ଭିଡ଼*
କାର୍ତ୍ତିକ ମାସ ଶେଷ ପରେ ଆଜି ଛଡ଼ଖାଇ। ଝାରସୁଗୁଡା ବଜାରରେ ସକାଳୁ ମାଛ-ମାଂସ ପାଇଁ ପ୍ରବଳ ଭିଡ଼।

*4. ସନାତନ ସଂସ୍କୃତି ଖବର*
ଅମନାପାଲି ସୋଽହଂସ୍ୱାମୀ ସେବା ସମିତି ପକ୍ଷରୁ ଆଜିର ସାଧୁବାଣୀ - _ମନ ଥକେ, ଶରୀର ଥକେ, ଆତ୍ମା କେବେ ଥକେ ନାହିଁ।_

*NEED24 NEWS jharsuguda*
📲Get App