🔥 TRENDING રાજ્યપાલ આચાર્ય દેવવ્રત જીની ઉપસ્થિતિમ... पल्स पोलियो अभियान की सफलता के लिए ब्ल... କମଖ୍ୟାନଗର ଓଭରବ୍ରିଜରେ CRPF ଯୁବକଙ୍କ ବାଇକ... Dharam-Gool Road Awaits Macadamization... 21 साल से फरार 50,000 रुपये के इनामी अ... ଭିଜିଲାନ୍ସ ହାତରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚ...
21 Nov 2026•
ગુજરાતી मराठी ਪੰਜਾਬੀ বাংলা

ଭିଜିଲାନ୍ସ ହାତରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ l

✍️ Reporter: Dulendra Kumar Meher 🗓 21 Nov 2026, 09:06 PM 👁 14
Share: 💬 WhatsApp 📘 Facebook 𝕏 Post

କଳାହାଣ୍ଡିରେ ପୁଣି ଲାଞ୍ଚ ପାଇଁ ଅଫିସର ଠୁଁ କର୍ମଚାରୀ ହଟହଟା l

କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବିଜ୍ଞାପିତ ଅଞ୍ଚଳ ପରିଷଦ, ଜୁନାଗଡ଼ରେ କାର୍ଯ୍ୟରତ ଏମ. ଆଇ. ଏସ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାଶ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି l ପ୍ରୋଗ୍ରାମର ଶ୍ରୀ ଦାଶ ଜୁନାଗଡ଼ ବଜାର ପଡା ର ବୁବୁ ପଟ୍ଟନାୟକ ଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ନିର୍ମାଣ କରିବାପାଇଁ ବାକି ଥିବା ୪୦ହଜାର ଟଙ୍କା ମଞ୍ଜୁର କରାଇଦେବାପାଇଁ ହିତାଧିକାରୀଙ୍କ ଠାରୁ ଆଜି ଅପରାହ୍ନ ୩ଘଣ୍ଟା ସମୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ କାବୁ କରିଥିଲେ l ପୂର୍ବରୁ ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାରେ ୧ଲକ୍ଷ ୬୦ହଜାର ଟଙ୍କା ଜମା ହୋଇଥିଲା l ବାକି ଥିବା ୪୦ହଜାର ଟଙ୍କା ଶୀଘ୍ର ମଞ୍ଜୁର କରିବାକୁ ବହୁତ ଅନୁରୋଧ କଲେ ସୁଦ୍ଧା ପ୍ରୋଗ୍ରାମର ଶ୍ରୀ ଦାଶ ହିତାଧିକାରୀଙ୍କୁ ହଇରାଣ ହରକତ ଏବଂ ଧମକ ଦେଉଥିବା କଥା ଶୁଣିବାକୁ ମିଳୁଛି l ଏହାପରେ ହିତାଧିକାରୀ ବୁବୁ ପଟ୍ଟନାୟକ ଭିଜିଲାନ୍ସର ଆଶ୍ରୟ ଲୋଡ଼ିଥିଲେ l ଭିଜିଲାନ୍ସ ଟିମ ଯୋଜନାବଦ୍ଧ ହିସାବରେ ପ୍ରୋଗ୍ରାମର ଙ୍କୁ ଧରିଥିଲେ l ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ ନଂ ୨୮/୨୦୨୬ରୁଜୁ କରି ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧରା ୭ଅନୁଯାୟୀ ମାମଲା ରୁଜୁ କରାଯାଇଛି l ଏହାର ତଦନ୍ତ ପରେ ଅଧିକରୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି l
📲Get App