🔥 TRENDING IMD Warns of Heavy Rain During Shillon... The Week Releases Article on Environme... Bollywood Stars Share Life Lessons in... Sara Arjun Embarks on New Chapter as S... Koffee with Karan Season 9 Premieres:... Rohit Roy’s Daughter Debuts in Bollywo...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୩ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରି ଫେରାର ଥିବା SRA ଗିରଫ

✍️ Reporter: Deepak Mahapatra 🗓 13 Nov 2026, 12:52 PM 👁 75
Share: 💬 WhatsApp 📘 Facebook 𝕏 Post
୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶୀକାନ୍ତ ରଣା।୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶୀକାନ୍ତ ରଣା। ୩ କୋଟିରୁ ଅଧିକ ଟଙ୍କାର ସରକାରୀ ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ପରେ ଅକ୍ଟୋବର ୨୬ ତାରିଖରୁ ସେ ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ଘଟଣାର ତଦନ୍ତ କରୁଥିବା ବେଳେ ଡିଜିଟାଲ୍ ଟ୍ରାକିଂ ବ୍ୟବସ୍ଥାର ବ୍ୟବହାର କରି ଶଶୀକାନ୍ତ ରଣାଙ୍କୁ ଅନୁଗୋଳରୁ ଗିରଫ କରିବାରେ ସଫଳ ହୋଇଛି।
ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ଶ୍ରୀ ରଣା ୨୦୨୩ ଅଗଷ୍ଟ ୩୦ରୁ ୨୦୨୪ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜକନିକା ବ୍ଳକ୍ କାର୍ଯ୍ୟାଳୟରେ ଥିବା ବେଳେ ମୋଟ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ଆତ୍ମସାତ କରିଥିଲେ। ସେହିପରି ୨୦୨୫ ଜାନୁଆରୀ ୭ରୁ ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ସେ ଡେରାବିଶ ବ୍ଳକ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ତା’ ମଧ୍ୟରେ ସେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ଆତ୍ମସାତ କରିଥିଲେ।
ଅଭିଯୁକ୍ତ ଶ୍ରୀ ରଣା ଏଚ୍.ଆର୍.ଏମ୍.ଏସ୍ (HRMS) ପୋର୍ଟାଲରେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀମାନଙ୍କ ନାମରେ ବକେୟା ଦରମା, ଗ୍ରାଚୁଇଟି, ବ୍ୟବହାର ହୋଇନଥିବା ଛୁଟି ଏବଂ ପେନସନ୍ ପାଇଁ ଜାଲ୍ ଦାବି କରି ଏହି ଅର୍ଥ ଆତ୍ମସାତ କରିଥିଲେ। ସେ ଏହି ଟଙ୍କାକୁ ନିଜର ତଥା ନିଜ ପରିବାର ବର୍ଗ (ପତ୍ନୀ, ପିତା, ଭାଇ) ଏବଂ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।
ତାଙ୍କ ନାଁରେ କଟକ ଭିଜିଲାନ୍ସ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ଖୋଳତାଡ଼ କରାଯାଉଛି। ଅନ୍ୟପକ୍ଷରେ ଗିରଫ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।
📲Get App