🔥 TRENDING झूले में लापरवाही से बचने के लिए सावधा... હિંમતનગર, બળેલી મિલ રોડ પર ઘરફોડ ચોરી,... ପୁରୀ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ... ସିକ୍ଲୋନ୍‌ ଅକ୍ୱାନ୍‌ ପାଇଁ ଓଡିଶା ମୁଖ୍ୟମନ୍... Karnataka Holds 51% Share of India's G... Karnataka releases February 2027 First...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୁଲିସ୍ SIଙ୍କୁ ବାନ୍ଧିଲା ଭିଜିଲାନ୍ସ; ଲାଞ୍ଚ ନେଇ ପୋଖରୀକୁ ଡେଇଁ ପଡ଼ିଥିଲେ

✍️ Reporter: Deepak Mahapatra 🗓 06 Nov 2026, 01:30 PM 👁 68
Share: 💬 WhatsApp 📘 Facebook 𝕏 Post
୧୦ ହଜାର ଟଙ୍କା ଲାଞ୍ଚ ନେଇ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ସବ୍‌ ଇନ୍ସପେକ୍ଟର ସୁଜିତ କୁମାର ମହନ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏକ ମାମଲାକୁ ରଫାଦଫା କରିବା ପାଇଁ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତ ଜଣେ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ସେ ସେହି ମାମଲାର ତଦନ୍ତ ଅଧିକାରୀ ଥିଲେ। ଗତକାଲି ସନ୍ଧ୍ୟାରେ ସେ ଅଭିଯୁକ୍ତଙ୍କୁ ଫୋନ୍ କରିଥିଲେ ଓ ଥାନା ବାହାରେ ଭେଟିବାକୁ କହିଥିଲେ। ଅଭିଯୁକ୍ତ ତାଙ୍କ ଥାନା ବାହାରେ ଭେଟି ଥିଲେ ଓ ଲାଞ୍ଚ ଅର୍ଥ ଦେଇଥିଲେ। ତେବେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ସେ ଭିଜିଲାନ୍ସ ଜାଲରେ ଫସି ଯାଇଥିବା ଜାଣିବାକୁ ପାଇଥିଲେ। ସେଥିପାଇଁ ସେ ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ।
ସବ୍‌ ଇନ୍ସପେକ୍ଟର ସୁଜିତ କୁମାର ମହାନ୍ତି ଲାଞ୍ଚ ଅର୍ଥ ଧରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ତେବେ ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରିଥିଲା। ଏହା ଦେଖି ସେ ନିକଟସ୍ଥ ଏକ ପୋଖରୀ ଭିତରକୁ ପଶି ଯାଇଥିଲେ। ହେଲେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଛାଡ଼ି ନଥିଲେ।
କିଛି ଭିଜିଲାନ୍ସ କର୍ମଚାରୀ ପୋଖରୀ ଭିତରକୁ ଡ଼େଇଁଥିଲେ ଓ ପହଁରି ପହଁରି ଯାଇ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତଙ୍କୁ କାବୁ କରି କୂଳକୁ ଆଣିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ମହନ୍ତଙ୍କର ଏକାଧିକ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍‌। ଏହି ସମୟରେ ଥାନା ପରିସରରେ ଥିବା ତାଙ୍କ ରେଷ୍ଟ୍‌ ରୁମ୍‌ରୁ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ କରିଥିଲା।
ଏହି ଘଟଣାକୁ ନେଇ ସବ୍‌ ଇନ୍ସପେକ୍ଟର ଶ୍ରୀ ମହନ୍ତଙ୍କ ନାଁରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଚାଲିଛି।
ଉଲ୍ଲେଖଯୋଗ୍ୟ, ସୁଜିତ କୁମାର ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୁଲିସ SI ଭାବେ ଚାକିରିରେ ଯୋଗ ଦେଇଥିଲେ।
📲Get App