🔥 TRENDING ਹੋਟਲ ਵਿੱਚ ਕਤਲ ਦੇ ਬਾਅਦ ਗੰਜਾ ਲੁਕਾਉਣ ਦੀ ਕ... गोपालगंज पहुंचे राजद सुप्रीमो लालू प्र... ବାତ୍ୟା ଆଲର୍ଟ ମଧ୍ୟରେ ରେଳ ଚଳାଚଳ ଦେରୀ: ଭୁ... ଭୁବନେଶ୍ୱରରେ 9 ଲକ୍ଷ ଟଙ୍କା ସାଇବର ଠକେଇ ମା... ଓଡ଼ିଶା ଶାସନ ଭବନରେ ଅପରାହ୍ନ ୪ଟା ଯାଏଁ ହୋହ... ଓଡ଼ିଶା ଶାସନ ର ତ୍ରିତୀୟ ବାତ୍ୟା ମୁକାବିଲା...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା; ଜୀବନ ବଞ୍ଚାଇଲେ RPF ଏଏସଆଇ
Local

ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା; ଜୀବନ ବଞ୍ଚାଇଲେ RPF ଏଏସଆଇ

✍️ Reporter: Deepak Mahapatra 🗓 30 Sep 2026, 01:10 PM 👁 67
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ତାଳଚେର: ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରି ବଡ଼ ଅଘଟଣ ଟାଳିଦେଲେ RPF ଅଧିକାରୀ। ଘଟଣାଟି ତାଳଚେର ହାଣ୍ଡିଧୂଆଁ ରେଳ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ତେବେ ଟ୍ରେନରେ ଚଢ଼ିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା। ମହିଳା ଜଣକ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ପଡ଼ିଯିବା ଭଳି ପରିସ୍ଥିତି ଉପୁଜିଥିଲା।

ଏହି ସମୟରେ ଡ୍ୟୁଟିରେ ଥିବା RPF ଏଏସଆଇ ରାକେଶ ଅମାନ୍ତ ଘଟଣାଟି ଦେଖି ତୁରନ୍ତ ଦୌଡ଼ି ଯାଇଥିଲେ। ନିଜ ଜୀବନକୁ ଖାତିର ନକରି ସେ ମହିଳାଙ୍କୁ ତୁରନ୍ତ ଟ୍ରେନ ଭିତରକୁ ଠେଲି ଦେଇଥିଲେ। ଫଳରେ ନିଶ୍ଚିତ ଭାବେ ଘଟିପାରିଥିବା ଏକ ବଡ଼ ଅଘଟଣ ଟଳିଯାଇଥିଲା। ସମୟୋଚିତ ପଦକ୍ଷେପ ନେଇ ମହିଳାଙ୍କ ଜୀବନ ବଞ୍ଚାଇଥିବା RPF ଏଏସଆଇ ରାକେଶ ଅମାନ୍ତଙ୍କ ଏହି ସାହସିକତା ଏବେ ପ୍ରଶଂସା ସାଉଁଟୁଛି।
📲Get App