🔥 TRENDING ग्राम बालासराय से चलकर के माननीय मुख्य... फर्रुहाबाद में जीरा देवी शीतल शाह महिल... ખેરોજ પોલીસ સ્ટેશનના ત્રણ પ્રોહીબીશન ક... ସୀମା ନିର୍ଦ୍ଧାରଣ ବିଲ୍‌ ଉପରେ ନବୀନ ପଟ୍ଟନା... Vetri-starrer 'Black Gold' to Premiere... Kerala TV Releases December 2026 OTT G...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖୁସି ଖବର: ଦରମା ଓ ସହାୟତା ରାଶି ବୃଦ୍ଧି କଲେ ଓଡ଼ିଶା ସରକାର, ପ୍ରତ୍ୟାହୃତ ହେଲା ଆନ୍ଦୋଳନ

✍️ Reporter: Abhijit Patra 🗓 29 Nov 2026, 02:41 PM 👁 19
Share: 💬 WhatsApp 📘 Facebook 𝕏 Post

ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ମାସିକ ପାରିଶ୍ରମିକ ସହିତ ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ରାଶିରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱରରେ ଗତ ୫ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଛି।

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଖୁସି ଖବର: ଦରମା ଓ ସହାୟତା ରାଶି ବୃଦ୍ଧି କଲେ ଓଡ଼ିଶା ସରକାର, ପ୍ରତ୍ୟାହୃତ ହେଲା ଆନ୍ଦୋଳନ
ଭୁବନେଶ୍ୱର: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଓଡ଼ିଶା ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ମାସିକ ପାରିଶ୍ରମିକ ସହିତ ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ରାଶିରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱରରେ ଗତ ୫ ଦିନ ଧରି ଚାଲିଥିବା ଆନ୍ଦୋଳନକୁ ପ୍ରତ୍ୟାହାର କରିନିଆଯାଇଛି।
ଦରମା ଓ ସହାୟତା ରାଶିରେ ହୋଇଥିବା ପ୍ରମୁଖ ପରିବର୍ତ୍ତନ:

ବର୍ଗ / ସହାୟତା ପୂର୍ବ ରାଶି / ବ୍ୟବସ୍ଥା ନୂତନ ଘୋଷଣା
ଅଙ୍ଗନବାଡ଼ି କର୍ମୀ (ମାସିକ ଦରମା) ₹୧୦,୦୦୦ ₹୧୨,୦୦୦
ଅଙ୍ଗନବାଡ଼ି ସହାୟିକା (ମାସିକ ଦରମା) ₹୫,୦୦୦ ₹୬,୦୦୦
ଅବସରକାଳୀନ ସହାୟତା ରାଶି ପୂର୍ବ ପ୍ରଚଳିତ ରାଶି ୩ ଗୁଣ ବୃଦ୍ଧି
ମୃତ୍ୟୁକାଳୀନ ଅନୁକମ୍ପା ରାଶି ପୂର୍ବ ପ୍ରଚଳିତ ରାଶି ୨ ଗୁଣ ବୃଦ୍ଧି l

ବିଭିନ୍ନ ଦାବି ନେଇ ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଗତ ୫ ଦିନ ଧରି ରାଜଧାନୀ ଭୁବନେଶ୍ୱରରେ ଧାରଣା ଓ ଆନ୍ଦୋଳନ ଚଳାଇଥିଲେ। ତେବେ ସରକାରଙ୍କ ପକ୍ଷରୁ ଦରମା ବୃଦ୍ଧି ସହ ସାମାଜିକ ସୁରକ୍ଷା ରାଶି ବଢ଼ାଯିବା ନେଇ ଘୋଷଣା ହେବା ପରେ ଆନ୍ଦୋଳନକାରୀ ସଂଘ ପକ୍ଷରୁ ସନ୍ତୋଷ ବ୍ୟକ୍ତ କରାଯାଇଛି ଏବଂ ଆନ୍ଦୋଳନକୁ ତୁରନ୍ତ ପ୍ରତ୍ୟାହାର କରିନିଆଯାଇଛି।
ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉପକୃତ ହେବା ସହ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ମିଳିପାରିବ।
📲Get App