🔥 TRENDING INDIA Alliance Holds Press Conference... Bisleri requests FSSAI review of West... Bihar, UP and Haryana Record Over 12%... सिकंदराराऊ मंडी के पास अज्ञात बोलेरो न... जिला अधिकारी ने बलिया में छात्र अनशन स... Pickup Truck Hits Pilgrim‑Packed Auto‑...
28 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ହାଇୱା, ସାଇକେଲରେ ସ୍କୁଲ ଯାଉଥିଲେ

✍️ Reporter: Deepak Mahapatra 🗓 28 Nov 2026, 02:43 PM 👁 16
Share: 💬 WhatsApp 📘 Facebook 𝕏 Post
ହାଇୱା ନେଲା ଛାତ୍ରୀଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗୁଣୁଦେଇ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।

ସ୍କୁଲ ଯିବା ପାଇଁ ସାଇକେଲ୍ ଯୋଗେ ଜାତୀୟ ରାଜପଥକୁ ଅତିକ୍ରମ କରୁଥିବା ବେଳେ ଏହି ଛାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ହାଇୱା ଟ୍ରକ୍। ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ମୃତ ଛାତ୍ରୀ ଜଣଙ୍କ ସପ୍ତମ ଶ୍ରେଣୀରେ ପଢୁଥିଲେ। ତାଙ୍କ ଘର ନିକଟସ୍ଥ ବହଣ୍ଡେଇ ଗ୍ରାମରେ। ସେ ରାସ୍ତା ପାର ହୋଇ ଗୁଣୁଦେଇ ହାଇସ୍କୁଲକୁ ଯାଉଥିଲେ।

ଦୁର୍ଘଟଣା ପରେ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
📲Get App