Local
ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ: ବାଲେଶ୍ୱରରେ ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା
Watch on:
▶️ YouTube
ବାଲେଶ୍ୱର, ନଭେମ୍ବର ୨୭: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁସୁଡ଼ା ପଞ୍ଚାୟତର ବଡ଼ବାଡ଼େଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନିଷ୍ପତ୍ତିକୁ ବିରୋଧ କରି ସେମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇବା ସହ ବଦଳି ଆଦେଶ ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟର
ବାଲେଶ୍ୱର, ନଭେମ୍ବର ୨୭: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କୁସୁଡ଼ା ପଞ୍ଚାୟତର ବଡ଼ବାଡ଼େଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ନିଷ୍ପତ୍ତିକୁ ବିରୋଧ କରି ସେମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇବା ସହ ବଦଳି ଆଦେଶ ବାତିଲ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମହେନ୍ଦ୍ର ନାଥ ଜେନାଙ୍କ ବଦଳି ପରେ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସ୍କୁଲ ସମ୍ମୁଖରେ ଏକାଠି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଏବଂ ନାଏବ ସରପଞ୍ଚ ମଧ୍ୟ ସେମାନଙ୍କୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶିକ୍ଷକଙ୍କ ବଦଳି ଯୋଗୁଁ ପାଠପଢ଼ା, ବିଶେଷ କରି ବିଜ୍ଞାନ ଶିକ୍ଷା ବାଧାପ୍ରାପ୍ତ ହେବ ଏବଂ ପିଲାଙ୍କ ଭବିଷ୍ୟତ ପ୍ରଭାବିତ ହେବ ବୋଲି ଆନ୍ଦୋଳନକାରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଦାବିରେ ଅଟଳ ଆନ୍ଦୋଳନକାରୀ
ବଦଳି ଆଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ଏନେଇ ଶିକ୍ଷା ବିଭାଗର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିବା ବେଳେ ସମାଧାନର ବାଟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ଗ୍ରାମବାସୀଙ୍କ ଅଭିଯୋଗ
ଗ୍ରାମବାସୀ ଗିରିଜାଶଙ୍କର ନାୟକ କହିଛନ୍ତି ଯେ, "ବିଦ୍ୟାଳୟରେ ୯୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ଚାରି ଜଣ ଶିକ୍ଷକ ଅଛନ୍ତି, ଯେଉଁଥିରେ ତିନି ଜଣ କଳା ଏବଂ ଜଣେ ବିଜ୍ଞାନ ଶିକ୍ଷକ ରହିଛନ୍ତି। ବନ୍ୟା ପ୍ରବଣ ଅଞ୍ଚଳରେ ସ୍କୁଲଟି ଅବସ୍ଥିତ ହୋଇଥିବାରୁ ପ୍ରତିବର୍ଷ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଏହା ବନ୍ଦ ରହିଥାଏ, ଯାହା ପିଲାଙ୍କ ପାଠପଢ଼ାକୁ ଗଭୀର ଭାବେ ପ୍ରଭାବିତ କରୁଛି।"
ସେ ଆହୁରି ମଧ୍ୟ କହିଛନ୍ତି, "ଏଭଳି ସ୍ଥିତିରେ ବିଜ୍ଞାନ ଶିକ୍ଷକ ଜେନାଙ୍କ ବଦଳି ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଶିକ୍ଷକ ଅଭାବ ପୂରଣ କରିବା ପାଇଁ ଆମେ ଜିଲ୍ଲାପାଳ, ବିଇଓ (BEO), ସିଆରସିସି (CRCC) ଏବଂ ପ୍ରଧାନଶିକ୍ଷକଙ୍କୁ ଦାବିପତ୍ର ଦେଇଥିଲୁ, କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ପ୍ରଧାନଶିକ୍ଷକ ଶିକ୍ଷକଙ୍କୁ ରିଲିଭ୍ ନକରିବାକୁ ପ୍ରତିଶ୍ରୁତି ଦେବା ପରେ ଆମେ ଅନଶନରୁ ଓହରିଥିଲୁ। ମାତ୍ର ପରବର୍ତ୍ତୀ ସମୟରେ ବିଇଓ ପ୍ରଧାନଶିକ୍ଷକଙ୍କ ନିକଟକୁ ରିଲିଜ୍ ଅର୍ଡର ପଠାଇବା ପରେ ବିଜ୍ଞାନ ଶିକ୍ଷକଙ୍କୁ ଦାୟିତ୍ୱରୁ ମୁକ୍ତ କରିଦିଆଯାଇଛି।"
ବିକଳ୍ପ ଶିକ୍ଷକ ନିଯୁକ୍ତି ଦାବି
ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି ଯେ, "ଆମେ ଶିକ୍ଷକଙ୍କ ନିୟମିତ ବଦଳିକୁ ସ୍ୱାଗତ କରୁଛୁ, କିନ୍ତୁ ବିଦ୍ୟାଳୟରେ ବିଶେଷ କରି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଜଣେ ବିଜ୍ଞାନ ଶିକ୍ଷକ ରହିବା ନିହାତି ଜରୁରୀ। ଯଦି କର୍ତ୍ତୃପକ୍ଷ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ଦିଅନ୍ତି, ତେବେ ଜେନାଙ୍କ ବଦଳି ନେଇ ଆମର କୌଣସି ଆପତ୍ତି ନାହିଁ। ତେବେ ବିକଳ୍ପ ଶିକ୍ଷକ ନଆସିବା ପର୍ଯ୍ୟନ୍ତ ଆମର ଅନଶନ ଓ ପ୍ରତିବାଦ ଜାରି ରହିବ।"