🔥 TRENDING સાબરકાંઠા ઝોનમાં ત્રીજા સંતાન માટે રૂ.... दिल्ली में स्वास्थ्य सुविधाओं के विस्त... Attack on Mahamandaleshwar Girnar Mata... Auto‑rickshaw and taxi drivers stage s... Vadodara Crime Branch Nabs Man Who Sto... *NEED24 NEWS*
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଆନ୍ଧ୍ର ଖେଳୁଛି ଗେମ । କୋଟିଆ ଲୋକଙ୍କୁ କଲା ପ୍ରାର୍ଥୀ

✍️ Reporter: Deepak Mahapatra 🗓 25 Nov 2026, 03:37 PM 👁 27
Share: 💬 WhatsApp 📘 Facebook 𝕏 Post
ଆନ୍ଧ୍ର ଖେଳୁଛି ଗେମ । କୋରାପୁଟ କୋଟିଆ ଅଞ୍ଚଳର ଲୋକଙ୍କୁ ପ୍ରାର୍ଥୀ କରି କୋଟିଆ ଦଖଲ କରିବାକୁ ଯୋଜନା କରିଛି ଆନ୍ଧ୍ର । ଅଞ୍ଚଳର ୩ ପଞ୍ଚାୟତରେ ୫୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସରପଞ୍ଚ ପଦ ପାଇଁ ୧୨ ଓ ୱାର୍ଡ ସଭ୍ୟ ପାଇଁ ୪୬ ଜଣ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର। ଆସନ୍ତା ୨୭ରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ସେପଟେ ନିର୍ବାଚନ ରୋକିବାକୁ ଓଡ଼ିଶା ସରକାର ତର୍ପରତା ପ୍ରକାଶ କରିଛନ୍ତି।

କାରଣ ଡିସେମ୍ବର ୨ରେ ରହିଛି ଆନ୍ଧ୍ରର ନିର୍ବାଚନ।ସୀମାନ୍ତ ଗାଁରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ପଇଁତରା ସହ ଚାଲିଛି ଜନସଚେତନତା। ନକଲି ଭୋଟ୍, ଏକାଧିକ ସ୍ଥାନରେ ମତଦାନ ଏବଂ ଆଧାର କାର୍ଡକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ। ଆସନ୍ତା ଡିସେମ୍ବର ୧ ଓ ୨ରେ କୋଟିଆ ପରବ ପାଳନ ହେବ। ଆଉ ଏହାକୁ ଦୃଷ୍ଟିରେ ରଖି ନୂଆ ଚାଲ ଖେଳିପାରେ ଆନ୍ଧ୍ର । ତେବେ ଏବେ ସମସ୍ତଙ୍କ ନଜର ରହିଛି କୋଟିଆ ବାସୀଙ୍କ ଉପରେ ।
📲Get App