🔥 ट्रेंडिंग शाजापुर के अकोदिया टोल पर 70 रुपये टोल... फ़ोटोशूट के रास्ते तेज़ कार से टकरा कर... टाटा ऑटो कम्प ने गुजरात में अगले दो वर... बरेठा‑वणधर में धन्यवाद सभा: चुनावी हार... દ્રારકાથી પરત ફરી રહેલા ઝુંડાલ ગામના પ... श्री बी. आदित्य, जिला पुलिस अधीक्षक हन...
25 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଅସଦାଚରଣ ମାମଲା: ପୁଲିସ ଉପରେ ପୁଣି ଅସନ୍ତୋଷ ଝାଡ଼ିଲେ ଅଭିନେତ୍ରୀ; ଅଭିଯୁକ୍ତଙ୍କର ରାଜନୀତିକ ସଂପୃକ୍ତି ଥିବା କହିଲେ

✍️ रिपोर्टर: Deepak Mahapatra 🗓 25 नव. 2026, 01:00 PM 👁 27
शेयर करें: 💬 WhatsApp 📘 Facebook 𝕏 Post
ସୋଶାଲ ମିଡିଆରେ ପୁଣି ନ୍ୟାୟ ପାଇଁ ଗୁହାରି କଲେ ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ଅସଦାଚରଣର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିବା ଟେଲିଭିଜନ ଅଭିନେତ୍ରୀ। ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଣି ଥରେ ଦାବି କରିଛନ୍ତି ସେ।

ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ ୩ ଦିନ ବିତିଥିଲେ ବି ପୁଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ। FIR ଦେଇଥିବା ଓ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍।

ଅଭିଯୁକ୍ତଙ୍କର ରାଜନୀତିକ ସଂପୃକ୍ତି ଥିବା ତାଙ୍କ ପାଖରେ ପ୍ରମାଣ ଥିବା ସେ ଦାବି କରିଛନ୍ତି। ସେ କହିଛନ୍ତି, ମୋ ଘରକୁ ଆସି ବୟାନ ରେକର୍ଡ ପାଇଁ ପୋଲିସକୁ କହିଛି।ଏବେବି ମୁଁ ଭୟଭୀତ। ବାହାରକୁ ଯିବାକୁ ମୋର ସାହସ ନାହିଁ।
ଏହା ସହିତ ଏହା କ'ଣ ମହିଳାଙ୍କ ପ୍ରତି ସୁରକ୍ଷା ଓ ସମ୍ମାନ କହି ରୋଷ ଝାଡ଼ିଛନ୍ତି ଅଭିନେତ୍ରୀ ଜଣଙ୍କ।

ଏହା ପୂର୍ବରୁ ଅଭିନେତ୍ରୀ ଜଣଙ୍କ ସୋଶାଲ ମିଡ଼ିଆରେ ଆଉ ଏକ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ଲେଖିଥିଲେ, ସିସିଟିଭି ଫୁଟେଜ୍ ଯାଞ୍ଚ ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି ପୁଲିସ। ତଥାପି କାର୍ଯ୍ୟାନୁଷ୍ଠାନ ନେବାରେ ଏତେ ବିଳମ୍ବ କାହିଁକି ମୁଁ ବୁଝିପାରୁନି। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ସମ୍ଭାବନା ଥିବା ଶୁଣୁଛି। ତଥାପି ଆଶା କରୁଛି ନ୍ୟାୟ ସହ କୌଣସି ସାଲିସ୍ କରାଯିବ ନାହିଁ।
📲Get App