Local
ଲୋଭି କନଷ୍ଟେବଲ! ୧୩ ଲକ୍ଷ ଟଙ୍କିଆ କାର ନ ମିଳିବାରୁ ବାହା ହେବାକୁ ଗଲେନି
ବାହାଘର ମଣ୍ଡପ ରେଡ୍ଡୀ ଥିଲା। ଡିଜେ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା। କନ୍ୟା ଅପେକ୍ଷା କରିଥିବା ବେଳେ ଅତିଥିମାନେ ମଧ୍ୟ ଏକାଠି ହୋଇ ସାରିଥିଲେ। ସମସ୍ତେ ବାହାଘର ପାଇଁ ଉତ୍ସାହ ଥିବା ବେଳେ ବର ସାଜିବାକୁ ଥିବା ଦିଲ୍ଲୀ ପୁଲିସ୍ କନଷ୍ଟେବଲ ନେଇଥିଲେ ଚକିତ କରିବା ଭଳି ପଦକ୍ଷେପ। ସେ ହଠାତ୍ ବାହାଘରକୁ କରି ଦେଇଥିଲେ ବାତିଲ।
କନଷ୍ଟେବଲ ଜଣଙ୍କ ଯୌତୁକରେ କାର ଚାହୁଁଥିଲେ। କନ୍ୟା ଘର ଲୋକ ଗୋଟିଏ ଅରା କାର ମଧ୍ୟ ବୁକ କରିଥିଲେ। ହେଲେ କନଷ୍ଟେବଲ ଜଣଙ୍କ ଏହାକୁ ପସନ୍ଦ କରି ନଥିଲେ। ସେ ମାରୁତି ବ୍ରିଜା ପାଇଁ ଅଡ଼ି ବସି ବାହାଘରକୁ ବାତିଲ କରି ଦେଇଛନ୍ତି। ହେଲେ ଯୌତୁକ ଲୋଭରେ ବାହାଘର ଭାଙ୍ଗିବା ତାଙ୍କୁ ମହଙ୍ଗା ପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ପୁଲିସ୍ କନଷ୍ଟେବଲଙ୍କୁ ଚାକିରିରୁ ନିଲମ୍ବିତ କରିଦେଇଛି।
ନଭେମ୍ବର ୨୦ରେ ସୋନିପତର ମାମଚାନ୍ଦ ବାଟିକାରେ କନଷ୍ଟେବଲ କୁଲଦୀପଙ୍କ ବାହାଘର ହେବାର ଥିଲା। ୬ ମାସ ତଳେ କୁଲଦୀପ ଓ କନ୍ୟା ଘରର ପରିବରାର ଲୋକ ଏହି ବାହାଘର ଠିକ କରିଥିଲେ।
ବାହାଘର ପାଇଁ କନ୍ୟାଙ୍କ ବାପା ସୁଭାଷ କୁମାର ମଣ୍ଡପ ବୁକ କରିବା ସହ ସମସ୍ତ ପ୍ରକାରର ପ୍ରସ୍ତୁତି କରିଥିଲେ। ସେ ଭାବୀ ଜ୍ୱାଇଁ କୁଲଦୀପଙ୍କ ପାଇଁ ୯.୫ ଲକ୍ଷ ଟଙ୍କାର ଗୋଟିଏ ହୁଣ୍ଡାଇ ଅରା ବୁକ କରିଥିଲେ। ହେଲେ କୁଲଦୀପଙ୍କୁ ଏହା ପସନ୍ଦ ଆସି ନଥିଲା। ସେ ୧୩ ଲକ୍ଷ ଟଙ୍କିଆ ମାରୁତି ବ୍ରିଜା ଚାହିଁଥିଲେ।
ଜ୍ୱାଇଁଙ୍କ ପସନ୍ଦ ଅନୁସାରେ କନ୍ୟାଙ୍କ ବାପା କୁମାର ଅରା ବୁକିଂକୁ ବାତିଲ କରିଥିଲେ ଓ ବ୍ରିଜ କିଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ କିଛି ଶୋ’ ରୁମରେ ବ୍ରିଜା କାର ନଥିବାରୁ ବାହାଘର ପୂର୍ବରୁ ସେ ଏହାକୁ ବୁକ କରିବାକୁ ସକ୍ଷମ ହୋଇ ନଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ କାର ବୁକ କରିବେ ବୋଲି କଥା ଦେଇଥିଲେ।
କାର ବୁକ ହୋଇ ନଥିଲେ ହେଁ କନ୍ୟା ଘର ପକ୍ଷରୁ ଦାମୀ ଫର୍ଣ୍ଣିଚର ଓ ଆଲମିରାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବରଙ୍କ ପାଇଁ ଦୁଇ ତୋଲାର ସୁନା ଚେନ, ତାଙ୍କ ମା’ଙ୍କ ପାଇଁ ୪ ତୋଲାର ସୁନା କାନଫୁଲ ଓ ରୁପା ପାଉଁଜି ରଖିଥିଲେ।
ବରଙ୍କ ଭାଇ ଓ ତାଙ୍କ ପତ୍ନୀଙ୍କ ପାଇଁ ମଧ୍ୟ କୁଲଦୀପଙ୍କ ଘର ଲୋକ ସୁନା ମାଗିଥିଲେ। ଏଥିରେ ବି କନ୍ୟା ଘର ଲୋକ ରାଜି ହୋଇଥିଲେ। ବରଙ୍କ ଆସିବା ପାଇଁ କନ୍ୟା ଘର ଲୋକ ୧୧ ହଜାର ଟଙ୍କା ଦେଇ ଗୋଟିଏ ଘୋଡ଼ୀ ଓ ଡିଜେ ପାଇଁ ୧୩, ୫୦୦ ଟଙ୍କା ଦେଇଥିଲେ।
ସବୁ ପ୍ରସ୍ତୁତ ଶେଷ କରି କନ୍ୟା ଘର ଲୋକ ବାହାଘର ଦିନ ମଣ୍ଡପରେ ବର ଓ ତାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିଥିଲେ। ହେଲେ ନଭେମ୍ବର ୨୦ ତାରିଖ ବାହାଘର ଦିନ ସନ୍ଧ୍ୟା ୭.୧୫ରେ କୁଲଦୀପ ତାଙ୍କ ମା’ଙ୍କ ସହ ମଣ୍ଡପକୁ ସାଧାରଣ ପୋଷାକ ପିନ୍ଧି ଆସିଥିଲେ। ମଣ୍ଡପରେ ବ୍ରିଜା ନଥିବାରୁ କୁଲଦୀପ ପୂରା ରାଗି ଯାଇଥିଲେ। ସେ କନ୍ୟାଙ୍କ ବାପା ଓ ତାଙ୍କ ପରିବାର ଲୋକଙ୍କୁ ମନଇଚ୍ଛା ଗାଳି ଦେଇଥିଲେ।
ବାହାଘର ଭାଙ୍ଗି ଦେବାର ଧମକ ମଧ୍ୟ ଦେଇଥିଲେ। ହେଲେ କୁମାର ତାଙ୍କୁ ଓ ତାଙ୍କ ମା’ଙ୍କୁ ବୁଝାସୁଝା କରି ବାହାଘର ପରେ ସେ କାର ଦେବେ ବୋଲି କହିଥିଲେ। ସେ ହାତ ଗୋଡ଼ ଧରିଥିଲେ ହେଁ କୁଲଦୀପ ଓ ତାଙ୍କ ମା’ କିଛି ବି ଶୁଣି ନଥିଲେ। ଶେଷରେ ସେମାନେ ବାହାଘରକୁ ବାତିଲ କରି ସେଠାରୁ ଚାଲି ଯାଇଥିଲେ।
ଏହି ଖବର ସାମ୍ନାକୁ ଆସିବା ପରେ କନଷ୍ଟେବଲ କୁଲଦୀପଙ୍କୁ ଦିଲ୍ଲୀ ପୁଲିସ୍ ନିଲମ୍ବିତ କରି ଦେଇଛି। ସେ ଦିଲ୍ଲୀ ପୁଲିସ୍ର ଆଉଟର ଉତ୍ତର ଜିଲ୍ଲାରେ କାମ କରୁଥିଲେ। ଏବେ ତାଙ୍କୁ ନିଲମ୍ବନ କରାଯିବା ସହ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।
ଏପଟେ ସୋନିପତ ପୁଲିସ୍ ମଧ୍ୟ କନ୍ୟାଘର ଲୋକଙ୍କ ଅଭିଯୋଗ ଆଧାରରେ କୁଲଦୀପଙ୍କ ବିରୋଧରେ ଯାଞ୍ଚ ଜାରି ରଖିଥିବା କହିଛି।