🔥 TRENDING Dayahang Rai to Lead Nepali Film ‘Bagh... ਵੱਡੀ ਖ਼ਬਰ: ਸ੍ਰੀ ਅਕਾਲ ਤਖ਼ਤ ਸਾਹਿਬ ਦੀ ਮਾਹ... Over 65 foreign terrorists active in J... Delhi Tourist Dies After Being Found U... Minister Altaf Kaloo Confirms Sheshnag... Punjab Youth Gurpreet Arniwala Joins T...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

ବୁଧବାର ଜମିବ ଛାଡ଼ଖାଇ, ମଟନ୍‌ ପାଇଁ ବଢ଼ିଲା ଚାହିଦା

✍️ Reporter: Deepak Mahapatra 🗓 25 Nov 2026, 03:15 PM 👁 25
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ମାସକ ଅପେକ୍ଷାର ଅନ୍ତ ଘଟିବ। ବୁଧବାର ପାଳନ ହେବ ଛାଡ଼ଖାଇ। ଏଥିପାଇଁ ରାଜଧାନୀରେ ଆମିଷ ବଜାର ଚଳଚଞ୍ଚଳ ହୋଇପଡ଼ିଛି। ମାଛ, ମାଂସ ଓ ଚିକେନ୍‌ର ଚାହିଦାକୁ ଦେଖି ବ୍ୟବସାୟୀମାନେ ଆଗୁଆ ପ୍ରସ୍ତୁତି କରିଛନ୍ତି। ବିଶେଷକରି ଖାସି ମାଂସ ପାଇଁ ଗ୍ରାହକଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଦେଇଛି।

ଛାଡ଼ଖାଇ ପାଇଁ ବିଭିନ୍ନ ଆମିଷ ବଜାରରେ ଭିଡ଼ ବଢ଼ିବା ଆରମ୍ଭ ହୋଇଛି। ଗ୍ରାହକମାନେ ଆଗୁଆ ବରାଦ ଦେବା ସହ କେତେକ ବ୍ୟବସାୟୀଙ୍କୁ ବଇନା ମଧ୍ୟ ଦେଇଛନ୍ତି। ଚାହିଦାକୁ ଦୃଷ୍ଟିରେ ରଖି ବିହାର ଓ ଉତ୍ତରପ୍ରଦେଶରୁ ଖାସି ଆମଦାନୀ କରାଯାଇଛି।

ବ୍ୟବସାୟୀ ସଂଘ ପକ୍ଷରୁ ଧାର୍ଯ୍ୟ ଦର ଅନୁସାରେ ଖାସି ମାଂସର କେଜି ପ୍ରତି ଦାମ୍‌ ୯୦୦ରୁ ୯୫୦ ଟଙ୍କା ରହିଛି। ଚିକେନ୍‌ କେଜି ୨୪୦ରୁ ୨୫୦ ଟଙ୍କା ଥିବାବେଳେ ରୋହି ମାଛ ୨୦୦ରୁ ୨୨୦ ଟଙ୍କା ରହିଛି। ଛୋଟ ଚିଙ୍ଗୁଡ଼ି କେଜି ୨୦୦ରୁ ୨୪୦ ଟଙ୍କା ଧାର୍ଯ୍ୟ ହୋଇଛି।

ସଂଘର ଆକଳନ ଅନୁଯାୟୀ, ଏଥର ଛାଡ଼ଖାଇରେ ୮.୫ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବା ଆଶା ରହିଛି। ଏହାସହ ୫୦୦ କୁଇଣ୍ଟାଲରୁ ଅଧିକ ଖାସି ମାଂସ ବିକ୍ରି ହେବାର ସମ୍ଭାବନା ରହିଛି।
📲Get App